Advertisment

ଫଟୋ ପାଇଁ ଟ୍ରୋଲ୍ ହେଲେ 'ବାହୁବଲୀ' ପ୍ରେମ୍‌ ପ୍ରଭାସ

ପ୍ରଭାସଙ୍କ ପ୍ରଶଂସକମାନେ ତାଙ୍କର ନୂଆ ନୂଆ ଲୁକ୍ ଦେଖିବା ପାଇଁ ସବୁବେଳେ ପାଗଳ ହୋଇଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଶେୟାର ହୋଇଛି ଯାହାକୁ ନେଇ ସେ ପରିହାସର ପାତ୍ର ହେଉଛନ୍ତି। ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ଅଦ୍ୟତନ ହୋଇଛି
Prabhas Gets Trolled For His Photo

Prabhas is trolling for new viral photo

Advertisment

ଏମିତିରେ ତ 'ବାହୁବଲୀ' ପ୍ରେମ୍‌ ପ୍ରଭାସଙ୍କ ପାଇଁ ସାରା ଦୁନିଆ ପାଗଳ। ବେଳେବେଳେ ପ୍ରଭାସ ତାଙ୍କ ଚେହେରା ପାଇଁ ଜବରଦସ୍ତ ଟ୍ରୋଲ୍‌ ହୋଇଥାଆନ୍ତି। ଗୋଟିଏ ପଟେ କିଛି ପ୍ରଶଂସକ ତାଙ୍କ ବିଷୟରେ ପ୍ରତ୍ୟେକ ଛୋଟମୋଟ କଥା ଜାଣିବାକୁ ଆଗ୍ରହୀ ଥାଆନ୍ତି, ସେହିପରି ଅନ୍ୟ ପଟେ କିଛି ପ୍ରଶଂସକ ତାଙ୍କୁ କିଛି ସ୍ୱତନ୍ତ୍ର ଷ୍ଟାଇଲ୍‌ରେ ଦେଖିବା ପାଇଁ ପାଗଳ ହୁଅନ୍ତି।

Advertisment

ଏଭଳି ପରିସ୍ଥିତିରେ ତାଙ୍କ ଫଟୋଗୁଡ଼ିକ ପ୍ରାୟତଃ ଭାଇରାଲ୍‌ ହୋଇଥାଏ। ଆଜି ବି ପ୍ରଭାସଙ୍କ ଏକ ଫଟୋ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳେ। କିନ୍ତୁ ଲୋକେ ତାଙ୍କର ଏହି ଷ୍ଟାଇଲ୍‌କୁ ଆଦୌ ପସନ୍ଦ କରି ନାହାନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ପରିହାସ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଆସୁଛି PROJECT-K; ପ୍ରଭାସଙ୍କ ସହ ଆକ୍ସନ କରିବେ ଦୀପିକା ପାଦୁକୋନ

ପ୍ରଭାସଙ୍କ ଭାଇରାଲ ଫଟୋକୁ ଦେଖି ଲୋକଙ୍କ ମୁଣ୍ଡ ଖରାପ ହୋଇଯାଇଛି ଏବଂ ସେମାନେ ପ୍ରଭାସଙ୍କୁ ଖୁବ ଶୁଣଉଛନ୍ତି। ଭାଇରାଲ୍ ଫଟୋରେ ପ୍ରଭାସ ଖୁବ ମୋଟା ଏବଂ ଅଜବ ଲାଗୁଛନ୍ତି। ଏହା ତାଙ୍କ ଟ୍ରୋଲ୍ ହେବାର କାରଣ ହୋଇଛି। ଅତ୍ୟଧିକ ମଦ୍ୟପାନ କାରଣରୁ ତାଙ୍କର ଏପରି ଅବସ୍ଥା ହୋଇଥିବା କୁହାଯାଉଛି।

Advertisment

ରଜନୀକାନ୍ତ ଏବଂ ଶିବ ରାଜ କୁମାର ମଧ୍ୟ ପ୍ରଭାସଙ୍କ ସହ ଏହି ଫଟୋରେ ନଜର ଆସିଛନ୍ତି। କିନ୍ତୁ ଅଭିନେତାଙ୍କ ଲୁକ୍ ଯୋଗୁଁ ସବୁ ଫିକା ପଡିଯାଇଛି।

ଏହି ଫଟୋ ଟ୍ୱିଟର୍‌ର ଏକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଏହାର କ୍ୟାପ୍‌ସନ୍‌ରେ ଲେଖା ଅଛି 'ପ୍ରଭାସଙ୍କ ସହ ଏ କ’ଣ ହୋଇଗଲା? ସେ ଏଥିରେ ବହୁତ ଖରାପ ଦେଖାଯାଉଛନ୍ତି। ଏହି ଫଟୋ ଦେଖିବା ପରେ କେବଳ ସୋସିଆଲ ମିଡିଆ ବ୍ୟବହାରକାରୀ ନୁହଁନ୍ତି, ବରଂ ଆପଣ ବି ଚିନ୍ତାରେ ପଡିଯିବେ।

Advertisment

କେହି କେହି ପ୍ରଭାସଙ୍କ ଏହି ଫଟୋକୁ ସତ ଭାବି ଟ୍ରୋଲ୍‌ ମଧ୍ୟ କରୁଛନ୍ତି ଏବଂ ଆଉ କେହି ଏହାକୁ ଫଟୋସପ୍‌ରେ ଏଡିଟ୍ ହୋଇଥିବା କହୁଛନ୍ତି। ଲୋକେ ପ୍ରଭାସଙ୍କୁ ଚମ୍ବଲ ଘାଟିର ଡକାୟତ ବୋଲି କହୁଛନ୍ତି। କିନ୍ତୁ ଏହି ଫଟୋ ପଛର ସତ କିନ୍ତୁ ଅନ୍ୟ କିଛି।

ଯଦି ଆପଣ ପ୍ରଭାସଙ୍କ ଏହି ଫଟୋ ଦେଖି ଚକିତ ହୋଇଯାଇଛନ୍ତି, ଏହାର ସତ୍ୟତା ଜାଣିଲା ପରେ ନିଶ୍ଚିତ ଶାନ୍ତ ହୋଇଯିବେ। ଏହି ଫଟୋଟି ପ୍ରଭାସଙ୍କ ପ୍ରକୃତ ଫଟୋ ନୁହେଁ। ଏହା ସୋସିଆଲ ମିଡିଆରେ ହେଉଥିବା ଟେକ୍ନିକ୍‌ର ଫଳାଫଳ। ପ୍ରଭାସଙ୍କ ଏହି ଫଟୋକୁ ମର୍ଫ କରାଯାଇଛି। ତେବେ ଅଭିନେତା ପୂରା ଫିଟ୍ ଅଛନ୍ତି।

ପ୍ରଭାସଙ୍କ କାମର କଥା କହିବାକୁ ଗଳେ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' ଏବଂ 'ପ୍ରୋଜେକ୍ଟ କେ' ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଫିଲ୍ମ 'ଆଦିପୁରୁଷ' ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଥିବାବେଳେ ଏହି ଅଭିନେତା 'ପ୍ରୋଜେକ୍ଟ କେ' ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି।

Prabhas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ