Advertisment

Salaar 2 Days Collection: ଦୁଇ ଦିନରେ ଭାଙ୍ଗିଦେଲା ଜବାନ, ପଠାନ୍, ଜେଲର୍ ଆଉ ଲିଓର ରେକର୍ଡ

ସାଲାର ରିଲିଜ୍ ହେବାର ଦୁଇ ଦିନ ଭିତରେ ରୋଜଗାର କେବଳ ୧୦୦ କୋଟି ନୁହେଁ ବରଂ ୨୫୦କୋଟି ଟଙ୍କା ଅତିକ୍ରମ କରିଛି। ଫଳରେ ଏହା ୨୦୨୩ରେ ରିଜିଜ୍ ହୋଇଥିବା ପଠାନ, ଜବାନ, ଲିଓ ଏବଂ ଜେଲର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି।

Prabhas film broke pathaan jawan leo and jailer record in 2 days

Prabhas film broke pathaan jawan leo and jailer record in 2 days

Advertisment

ପ୍ରଭାସ, ପୃଥ୍ୱୀରାଜ ସୁକୁମାରନ୍ ଏବଂ ଶ୍ରୁତି ହାସନଙ୍କ ଅଭିନୀତ ‘ସାଲାର ପାର୍ଟ ୱାନ ସିଜ୍ ଫାୟାର୍’କୁ ନେଇ ଅନେକ ଦିନ ଧରି ଆଲୋଚନା ହେଉଥିଲା। ପ୍ରଶାନ୍ତ ନୀଲଙ୍କ ‘ସାଲାର’ର ଟିଜର ଏବଂ ଟ୍ରେଲର ବିଷୟରେ ବହୁ ଚର୍ଚ୍ଚା ହେଉଥିଲା। ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ଆଲୋଚନା ହୋଇଥିଲା ଯେ ପ୍ରଭାସଙ୍କ ‘ସାଲାର’ ଶାହରୁଖଙ୍କ ‘ଡଙ୍କି’କୁ ଟକ୍କର ଦେଇପାରିବ ନାହିଁ।

Advertisment

ତେବେ ଡିସେମ୍ବର ୨୨ରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଦୁଇ ଦିନ ବିତିଗଲାଣି ଏବଂ ‘ସାଲାର’ର ରୋଜଗାର କେବଳ ୧୦୦ କୋଟି ନୁହେଁ ବରଂ ଦୁଇ ଦିନରେ ୨୫୦କୋଟି ଟଙ୍କା ଅତିକ୍ରମ କରିଛି। ଫଳରେ ଏହା ୨୦୨୩ରେ ରିଜିଜ୍ ହୋଇଥିବା ପଠାନ, ଜବାନ, ଲିଓ ଏବଂ ଜେଲର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି।

ଖବର ଅନୁଯାୟୀ, ‘ସାଲାର’ ଦୁଇ ଦିନ ମଧ୍ୟରେ ସାରା ବିଶ୍ୱରେ ୨୫୦ କୋଟିରୁ ଅଧିକ ଆୟ କରିଛି। କେବଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଦୁଇ ଦିନ ମଧ୍ୟରେ ‘ସାଲାର’ର ରୋଜଗାର ୭୧.୫୨ କୋଟି ଟଙ୍କା ହୋଇଛି। ମୋଟାମୋଟି ୧୦୪.୬୫ କୋଟିରେ ପହଞ୍ଚିଛି। ଯଦି ଆମେ ଦୁଇ ଦିନ ମଧ୍ୟରେ କେବଳ ଭାରତରେ ରୋଜଗାର ବିଷୟରେ କହିବା, ତେବେ ଏହା ୧୪୪.୨୭ କୋଟିରେ ପହଞ୍ଚିଛି।

Advertisment

କେବଳ ଏତିକି ନୁହେଁ, ପ୍ରଥମ ଦିନରେ ବିଶ୍ୱର ବକ୍ସ ଅଫିସ୍ ଆୟ ୯୭.୪୯ କୋଟି ହୋଇଥିବା ବେଳେ ଦ୍ୱିତୀୟ ଦିନରେ ୪୫.୭୮ କୋଟି ଟଙ୍କା ରୋଜଗାର କରିଛି। ଏହା ବିଶ୍ୱରେ ଦୁଇ ଦିନରେ ମୋଟ ୩୪୫ କୋଟି ରୋଜଗାର କରିପାରିଛି।

ପ୍ରକାଶଥାଉ ଯେ ‘ପଠାନ’ର ଦୁଇ ଦିନିଆ ବକ୍ସ ଅଫିସ୍ ରୋଜଗାର ମୋଟ ୨୧୯.୬ କୋଟି ଟଙ୍କା ଥିଲା। ସେହିପରି ଜବାନ, ଲିଓ ଏବଂ ଜେଲରର ରୋଜଗାର ମଧ୍ୟ ୨୦୦ କୋଟି ଟଙ୍କା ଅତିକ୍ରମ କରିଥିଲା। ତେବେ ‘ସାଲାର’ର ୨୫୦ କୋଟି ଟଙ୍କାରର ଏହି ରୋଜଗାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ଏହା ଦେଖିବା ପରେ ପ୍ରଶଂସକମାନେ କହୁଛନ୍ତି ଯେ ଏହା ତ କେବଳ ଆରମ୍ଭ ମାତ୍ର।

Advertisment
Prabhas Salaar Bolywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ