Advertisment

୬ଟି ଭାଷାରେ ଜାରି ହେଲା ‘ରାଧେଶ୍ୟାମ୍’ ପୋଷ୍ଟର୍‌

ସାଉଥ ସିନେମା ସୁପରଷ୍ଟାର ପ୍ରଭାସ ଆଜିକାଲି ନିଜ ବହୁଚର୍ଚ୍ଚିତ ସିନେମା ‘ରାଧେଶ୍ୟାମ’କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ସିନେମାର କିଛି ରୋମାଣ୍ଟିକ୍ ପୋଷ୍ଟର ରିଲିଜ୍ କରାଯାଇଛି। ଏହି ଜନ୍ମାଷ୍ଟମୀକୁ ଅଭିନେତା ଦର୍ଶକମାନଙ୍କ ପାଇଁ ଆହୁରି ଖାସ୍ କରିଦେଇଛନ୍ତି। ସେ ଏହି ମୌକାରେ ରାଧେଶ୍ୟାମର ଏକ ଜନ୍ମାଷ୍ଟମୀ ପୋଷ୍ଟର ଜାରି କରିଛନ୍ତି, ଯାହା ବହୁତ ରୋମାଣ୍ଟିକ ଲାଗୁଛି। ଏଥିରେ ପ୍ରଭାସଙ୍କ ସହିତ ଅଭିନେତ୍ରୀ ପୂଜା ହେଗ୍‌ଡେ ମଧ୍ୟ ନଜର ଆସିଛନ୍ତି।

Prabhas And Puja

Prabhas And Puja

Advertisment

ନୂଆଦିଲ୍ଲୀ : ସାଉଥ ସିନେମା ସୁପରଷ୍ଟାର ପ୍ରଭାସ ଆଜିକାଲି ନିଜ ବହୁଚର୍ଚ୍ଚିତ ସିନେମା ‘ରାଧେଶ୍ୟାମ’କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ସିନେମାର କିଛି ରୋମାଣ୍ଟିକ୍ ପୋଷ୍ଟର ରିଲିଜ୍ କରାଯାଇଛି। ଏହି ଜନ୍ମାଷ୍ଟମୀକୁ ଅଭିନେତା ଦର୍ଶକମାନଙ୍କ ପାଇଁ ଆହୁରି ଖାସ୍ କରିଦେଇଛନ୍ତି। ସେ ଏହି ମୌକାରେ ରାଧେଶ୍ୟାମର ଏକ ଜନ୍ମାଷ୍ଟମୀ ପୋଷ୍ଟର ଜାରି କରିଛନ୍ତି, ଯାହା ବହୁତ ରୋମାଣ୍ଟିକ ଲାଗୁଛି। ଏଥିରେ ପ୍ରଭାସଙ୍କ ସହିତ ଅଭିନେତ୍ରୀ ପୂଜା ହେଗ୍‌ଡେ ମଧ୍ୟ ନଜର ଆସିଛନ୍ତି।

Advertisment

‘ରାଧେଶ୍ୟାମ’ର ପୋଷ୍ଟରକୁ ପ୍ରଭାସ ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଛାଡିଛନ୍ତି। ଏହାକୁ ସେ ୬ଟି ଭାଷାରେ ଜାରି କରିଛନ୍ତି। ସେ ଏହାକୁ ତାମିଲ୍, ତେଲୁଗୁ, କନ୍ନଡ, ମଲୟାଲମ, ହିନ୍ଦୀ ଓ ଇଂରାଜୀ ଭାଷାରେ ଜାରି କରିଛନ୍ତି। ଏହାକୁ ସୋସିଆଲ ମିଡିଆ ଉପଭୋକ୍ତାମାନେ ଖୁବ ପସନ୍ଦ କରୁଥିବା ଦେଖାଯାଉଛି। ଏହି ପୋଷ୍ଟରକୁ ଇନ୍‌ଷ୍ଟାଗ୍ରାମରେ ପକେଇବାର ଖୁବ କମ ସମୟ ଭିତରେ ପାଖାପାଖି ଅଢେଇ ଲକ୍ଷ ଲାଇକ୍‌ ମିଳିଛି। ପ୍ରଭାସ ଏହି ପୋଷ୍ଟର ସେୟାର କରି ଏକ ଭଲ କ୍ୟାପ୍‌ସନ୍‌ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି “ରାଧେଶ୍ୟାମର ଏହି ପୋଷ୍ଟର୍ ସହିତ ଜନ୍ମାଷ୍ଟମୀକୁ ପାଳନ କରନ୍ତୁ।” ଏହା ଉପରେ ଉପଭୋକ୍ତାମାନେ ଖୁବ୍ କମେଣ୍ଟ ଦେଉଥିବା ମଧ୍ୟ ଦେଖାଯାଉଛି।

Advertisment

ଏହି ପୋଷ୍ଟରରେ ପ୍ରଭାସ ଓ ପୂଜା ହେଗ୍‌ଡେଙ୍କ ଯୋଡି ଖୁବ୍ ମ୍ୟୁଜିକାଲ ଲାଗୁଛି। ଅଭିନେତ୍ରୀ ଏଥିରେ ପିଆନୋ ପଜାଉଥିବା ନଜର ଆସୁଛନ୍ତି। ପ୍ରଭାସ ବ୍ଲାକ୍ ସୁଟରେ ଖୁବ ସୁନ୍ଦର ଲାଗୁଛନ୍ତି। ସେ ଅଭିନେତ୍ରୀଙ୍କୁ ଦେଖି ମୁରୁକି ହସିଦେଉଥିବା ଦେଖାଯାଏ। ତେବେ ଏହି ପୋଷ୍ଟରରେ ପୂଜାଙ୍କାର ଡ୍ରେସରେ ଲାଗିଥିବା ଲମ୍ବା ମୟୂର ପୁଛ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହେଉଥିବା ଦେଖାଯାଏ।

‘ରାଧେଶ୍ୟାମର’ ପୋଷ୍ଟର ଜାରି ହେବା ସହ ଏଥିରେ ସିନେମାର ରିଲିଜ୍ ଡେଟ୍‌ ମଧ୍ୟ ନିଶ୍ଚିତ କରାଯାଇଛି। ଏହା ଜାନୁଆରୀ ୧୪, ୨୦୨୨ରେ ରିଲିଜ୍ ହେବ। ଏହି ସିନେମା ପେନ୍ ଇଣ୍ଡିଆନ୍ ମୁଭିଜ୍ ବ୍ୟାନରରେ ହୋଇଛି। ଏହାକୁ ଏହି ପ୍ରଡକସନ୍‌ର ସବୁଠାରୁ ବଡ ଫିଲ୍ମ ବୋଲି କୁହାଯାଉଛି। ଏହା ୧୯୭୦ର ଏକ ପିରିୟଡ ଡ୍ରାମା ରୋମାଣ୍ଟିକ୍ ସିନେମା। ଏଥିରେ ଆପଣମାନେ ପ୍ରେମକୁ ପ୍ରଭାବିତ କରିବା ଭଳି ବିକ୍ରମାଦିତ୍ୟ ଓ ପ୍ରେରଣାର କାହାଣୀକୁ ମଧ୍ୟ ଦେଖିବାକୁ ପାଇବେ। ପ୍ରଭାସ ବିକ୍ରମାଦିତ୍ୟ ଭୂମିକାରେ ନଜର ଆସିବାକୁ ଥିବା ବେଳେ ପୂଜା ପ୍ରେରଣାର ଭୂମିକାରେ ଦେଖାଦେବେ। ଏହି ଫିଲ୍ମକୁ ରାଧା କୃଷ୍ଣ ନିର୍ଦେଶନା ଦେଉଥିବା ବେଳେ ଭାମସୀ, ପ୍ରମୋଦ ଓ ପ୍ରସୀଧା ପ୍ରଯୋଜନା କରୁଛନ୍ତି।

Advertisment
Prabhas Entertainment Puja Hegde
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ