ଦିଲ୍ଲୀର ଦାମୀ ଏରିଆ, ଯେଉଁଠି ରହିଛି ଆର୍ଯ୍ୟନ୍‌ଙ୍କ ୨୭୦୦ ବର୍ଗଫୁଟ୍‌ର ଘର

ସବୁଠୁ ଭଲ କଥା ହେଉଛି ଏଠାରୁ ସହରର ପ୍ରତ୍ୟେକ କୋଣରେ ପହଞ୍ଚିବା ପାଇଁ ଖୁବ୍‌ ସହଜ । ମେଟ୍ରୋ ଷ୍ଟେସନଗୁଡ଼ିକ ଖୁବ୍‌ ପାଖରେ ରହିଛି ।

Delhi Posh Area

ଦିଲ୍ଲୀ ବିଷୟରେ ସମସ୍ତେ ଜାଣନ୍ତି । ଫ୍ୟାଶନ, ଶିଳ୍ପ ଏବଂ ଶିକ୍ଷା ଦୃଷ୍ଟିରୁ ଏହା ଦେଶର ଏକ ପ୍ରମୁଖ କେନ୍ଦ୍ର । ଏଠାରେ ବିଶ୍ୱର ବିଭିନ୍ନ ଦେଶର ଦୂତାବାସ ରହିଛି । ବଡ ବଡ଼ କମ୍ପାନୀ ମଧ୍ୟ ଏଠାରେ ରହିଛି । ଦିଲ୍ଲୀ ଦେଶର ପାୱାର କରିଡର କହିଲେ ଭୁଲ ହେବନି । ଏଭଳି ସହରରେ ଏମିତି କିଛି ସ୍ଥାନ ରହିଥାଏ ଯାହାକୁ ସବୁଠାରୁ ଦାମୀ ବା ହାଇଫାଇ ଏରିଆ କୁହାଯାଏ । ଯେଉଁଠାରେ କେବଳ ଧନୀ ଲୋକ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ହିଁ ବସବାସ କରିଥାନ୍ତି ।

ଶାହାରୁଖ ଖାନଙ୍କ ପୁଅଙ୍କ ଘର ମଧ୍ୟ ଏମିତି ଏକ ପ୍ରସିଦ୍ଧ ଅଞ୍ଚଳରେ ରହିଛି । ସେ ନିକଟ ଅତୀତରେ ୩୭ କୋଟି ଟଙ୍କା ଦେଇ ଦୁଇ ମହଲା ବିଶିଷ୍ଟ ଏକ ଘର କିଣିଛନ୍ତି । ସେହି ଆପାର୍ଟମେଣ୍ଟର ଗ୍ରାଉଣ୍ଡ ଫ୍ଲୋର ଏବଂ ଫାଷ୍ଟ ଫ୍ଲୋର ଶାହାରୁଖ ଏବଂ ଗୌରୀ ଖାନଙ୍କ ନାଁରେ ରହିଛି । ଆଉ ସେହି ବିଲ୍ଡିଂରେ ହିଁ ଶାହରୁଖଙ୍କ ପୁଅ ପାଇଁ ଘର କିଣାଯାଇଛି । ଏବେ ଆସନ୍ତୁ ଜାଣିବା ଦିଲ୍ଲୀର ସେହି ସବୁ ସ୍ଥାନଗୁଡ଼ିକ ବିଷୟରେ, ଯାହାକୁ କଷ୍ଟଲି ଏରିଆ ବା ପସ୍‌ ଏରିଆ ବୋଲି କୁହାଯାଉଛି । ଯେଉଁଠାରେ ଅନେକ ବଲିଉଡ ସେଲିବ୍ରିଟିମାନଙ୍କ ଘର ରହିଛି ।

ଦିଲ୍ଲୀରେ ରହିବା କଥା ଆସିଲେ ପ୍ରଥମେ ଡିଫେନ୍ସ କଲୋନୀର ନାଁ ସାମ୍ନାକୁ ଆସେ । ଏହି ସ୍ଥାନ ଏମିତି ଯେ ମନ ଖୁସି ହୋଇଯିବ । ଏଠାରେ ଆପଣ ସବୁକିଛି ପାଇବେ ଯାହା ଏଠାରେ ଥିବା ଲୋକଙ୍କ ଜୀବନକୁ ସହଜ ଏବଂ ମଜାଦାର କରିଥାଏ । ସବୁଠୁ ଭଲ କଥା ହେଉଛି ଏଠାରୁ ସହରର ପ୍ରତ୍ୟେକ କୋଣରେ ପହଞ୍ଚିବା ପାଇଁ ଖୁବ୍‌ ସହଜ । ମେଟ୍ରୋ ଷ୍ଟେସନଗୁଡ଼ିକ ଖୁବ୍‌ ପାଖରେ ରହିଛି ।

ଏଠାରୁ ବିମାନବନ୍ଦର ମଧ୍ୟ ବହୁତ ଦୂର ନୁହେଁ । ମାତ୍ର ୧୭ କିଲୋମିଟର ଦୂରରେ ଏୟାରପୋର୍ଟ । ଏଠାରେ ଅନେକ ପାର୍କ ରହିଛି । ଯେଉଁଠାରେ ଆପଣ ଶାନ୍ତିରେ ସମୟ ବିତାଇ ପାରିବେ । ବଡ ବ୍ରାଣ୍ଡର ସ୍କୁଲ, ହୋଟେଲ, କାଫେ, ବେକେରୀ ଏବଂ ଭଲ ଭଲ ଶୋ’ରୁମ୍ ମଧ୍ୟ ପାଖାପାଖି ରହିଛି । ଯଦି ଆପଣ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଭଲ ପାଆନ୍ତି, ତେବେ ଆପଣ ଏକ ବିଲଡର୍ ଫ୍ଲୋର୍ ଭଡ଼ା କିମ୍ବା ନିଜେ ଘର କିଣି ପାରିବେ ।

ଯଦି ଆପଣ ଦିଲ୍ଲୀରେ ଐତିହାସିକ, ମଜାଦାର ଏବଂ ବିଳାସପୂର୍ଣ୍ଣ ଘର ଖୋଜିବାକୁ ଚାହୁଁଛନ୍ତି, ତେବେ ଜୋର ବାଗ ସବୁଠାରୁ ମସ୍ତ ଏରିଆ । ଲୋଧି ରୋଡ୍ ନିକଟରେ ଏହି ଏରିଆ ରହିଛି । ଏଠାରେ ଘର କମ୍ ରହିଛି । କିନ୍ତୁ ଆପଣଙ୍କୁ ଏଠାରେ ସବୁଜିମା, ସୁନ୍ଦର ଗଳିକନ୍ଦି, ଚାଲିବା ରାସ୍ତା ଏବଂ ପାର୍କ ଦେଖିବାକୁ ମିଳିବ । ଅର୍ଥାତ୍ ଏଠାରେ ଆରାମରେ ରହିବାର ସମ୍ପୂର୍ଣ୍ଣ ସୁବିଧା ରହିଛି । ଜୋର ବାଗ ପାଖରେ ରହିଛି ମେଟ୍ରୋ ଷ୍ଟେସନ । ଯାହାଫଳରେ ସହରର ଅନ୍ୟ ଅଞ୍ଚଳକୁ ପହଞ୍ଚିବା ବହୁତ ସହଜ ।

ସାକେତ ବି ଦିଲ୍ଲୀର ଏକ ନାମି ଦାମୀ ଅଞ୍ଚଳ । ଏଠାରେ ଆପଣଙ୍କୁ ବିଲଡର୍ ଫ୍ଲୋର୍, ନିଜ ଘର ଏବଂ DDA ଫ୍ଲାଟ ସବୁକିଛି ପାଇପାରିବେ । ଶ୍ରୀ ଅରୋବିନ୍ଦ ମାର୍ଗ ଏବଂ ମେହେରୁଲି ବଦରପୁର ରୋଡ୍ ବା MB ରୋଡ୍ ହେଉଛି ସାକେତ୍‌ ଦେଇ ଯାଉଥିବା ମାର୍ଗ । ଏଠାରୁ ଉଦ୍ୟୋଗ ବିହାର, ଏରୋସିଟି, ସାଇବର ସିଟି ପରି ବଡ ବଡ଼ ଶିଳ୍ପ କ୍ଷେତ୍ର ପର୍ଯ୍ୟନ୍ତ ଖୁବ୍‌ ସହଜରେ ପହଞ୍ଚି ହେବ । ସାକେତ୍‌ରେ ମ୍ୟାଜେଣ୍ଟା ଏବଂ ହଳଦିଆ ମେଟ୍ରୋ ଲାଇନ ଯୋଡ଼ି ହୋଇ ରହିଛି । ଏଠାରୁ ଆପଣ ଯେକୌଣସି ସମୟରେ ବସ୍, ଅଟୋ, ଟ୍ୟାକ୍ସି କିଛି ବି ପାଇପାରିବେ । ସ୍କୁଲ, କଲେଜ, ଡାକ୍ତରଖାନା, ମଲ୍, ଢ଼ାବା, ଖେଳ ପଡିଆ, ସବୁକିଛି ଆଖପାଖରେ ରହିଛି ।

ପଞ୍ଚସିଲ୍ ପାର୍କ ଦକ୍ଷିଣ ଦିଲ୍ଲୀର ଏକ ଭଲ କ୍ଷେତ୍ର । ଏହା ବାହ୍ୟ ରିଙ୍ଗ ରୋଡର ଉଭୟ ପାର୍ଶ୍ୱରେ ବ୍ୟାପିଛି । ଆଖପାଖରେ ଏସିଆନ୍ ଗେମ୍ସ ଭିଲେଜ୍, ପଞ୍ଚସିଲ୍ ଏନକ୍ଲେଭ୍, ମାଲଭିଅ ନଗର ଏବଂ ହଜ୍ ଖସ୍ ଭଳି ଏରିଆ ରହିଛି । ଏଠାରେ ସବୁଆଡେ ପାର୍କ ଅଛି । ଆଉ ହଜ୍‌ଖସ୍‌ର ଜଙ୍ଗଲ ଏବଂ ପାର୍କ ମଧ୍ୟ ପାଖରେ ରହିଛି । ଦୋକାନ, ବଜାର, ମେଟ୍ରୋ, ସବୁକିଛି ସହଜରେ ଉପଲବ୍ଧ ।

ଏଠାରେ ଅଧିକାଂଶ ବଡ଼ ବଡ଼ ଘର, ଫ୍ଲାଟ ଏବଂ ବଙ୍ଗଳା ରହିଛି । ଏହି ଏରିଆରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଦୁଇ ମହଲା ଘର କିଣିଛନ୍ତି । ଯାହାର ଆକାର ୨୭ ହଜାର ବର୍ଗଫୁଟ । ଶାହାରୁଖ ଏବଂ ଗୌରୀ ଖାନ୍‌ ପୂର୍ବରୁ ଏଠାରେ ରହୁଥିଲେ ।