Advertisment

ବଞ୍ଚିଛନ୍ତି ପୁନମ୍ ପାଣ୍ଡେ, କହିଲେ ସଚେତନତା ପାଇଁ କରିଥିଲି ଏମିତି

ମିଛ ମୃତ୍ୟୁର ସତ ନାଟକ। ଖୋଦ୍ ପୋଷ୍ଟ କଲେ ମୃତ୍ୟୁ ଖବର, ଟିମ୍ ଦ୍ୱାରା ସେୟାର ହୋଇଛି ବୋଲି ଦର୍ଶାଇଲେ, ଆଉ ୨୪ ଘଣ୍ଟା ନ ପୁରୁଣୁ ଭିଡିଓ ପୋଷ୍ଟ କରି ବଞ୍ଚିଥିବା କଥା ସାମ୍ନାକୁ ଆସି କହିଲେ ବିବାଦୀୟ ସେଲିବ୍ରିଟି ପୁନମ୍ ପାଣ୍ଡେ ବଞ୍ଚିଛନ୍ତି।

ଅଦ୍ୟତନ ହୋଇଛି
undefined

Poonam Pandey

Advertisment

ଗତକାଲି ଆସିଥିଲା ମୃତ୍ୟୁ ଖବର, ଆଜି ଆସିଲା ଜୀବିତ ଅଛନ୍ତି। ଶୁଣିବାକୁ ଅଜବ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ସିନେମା ସ୍କ୍ରିପ୍ଟ ଭଳି ଘଟିଥିବା ଏଭଳି କିଛି ଘଟଣା, ଯାହା ସାରା ଦେଶରେ ଚହଳ ପକାଇଛି। କଣ୍ଟ୍ରୋଭର୍ସିଆଲ୍ କ୍ୱିଇନ୍ ପୁନମ୍ ପାଣ୍ଡେ ବଞ୍ଚିଛନ୍ତି...ହଁ ଯାହାଙ୍କ ମୃତ୍ୟୁ ଖବର ଗତକାଲି B-ଟାଉନକୁ ଚକିତ କରିଥିଲା, ସୋସିଆଲ୍ ମିଡିଆରୁ ଗଣମାଧ୍ୟମ ସବୁଠି ଶିରୋନାମାରେ ରହିଥିଲା.. ଆଜି ସେଥିରେ ବଡ଼ ଟ୍ୱିଷ୍ଟ ଆଣିଛନ୍ତି ଖୋଦ୍ ପୁନମ୍। ଭିଡିଓ ଜାରି କରି ଗତକାଲିର ସବୁ ସୂଚନା ମିଛ ଥିବା କହିଛନ୍ତି। ସର୍ଭିକାଲ୍ କ୍ୟାନସରକୁ ନେଇ ସଚେତନତା ସୃଷ୍ଟି କରିବା ଓ ଏହାର ଭୟାବହତା ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ ଏପରି କରିଥିବା ନିଜ ସଫଇରେ କହିଛନ୍ତି ପୁନମ୍। କିନ୍ତୁ ପୁନମଙ୍କ ଏଭଳି ପବ୍ଲିସିଟି ଷ୍ଟଣ୍ଟକୁ ନେଇ ଫ୍ୟାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ।

Advertisment

ସଚେତନତା ନା ଆତ୍ମପ୍ରଚାର ? ସର୍ଭିକାଲ୍ କ୍ୟାନ୍ସରକୁ ନେଇ ଚିନ୍ତା ନା ନିଜର ପବ୍ଲିସିଟି ? ପୁନମଙ୍କ ଏହି ମିଛ ମୃତ୍ୟୁର ସତ ନାଟକ ଅନେକ ପ୍ରଶ୍ନ ଛିଡ଼ା କରିଛି। କେହି କେମିତି ନିଜ ମୃତ୍ୟୁ ଖବରକୁ ଏପରି ପ୍ରଚାର ପାଇଁ ବ୍ୟବହାର କରିପାରେ ? ଏଭଳି କରି କ’ଣ ସତରେ ସଚେତନତା ସୃଷ୍ଟି ହୋଇପାରିବ ? ସଚେତନତା ବାହାନାରେ ତିଆରି ହୋଇଥିବା ଏହି ମୃତ୍ୟୁ ନାଟକକୁ ନେଇ ସୋସିଆଲ୍ ମିଡିଆରେ ବି ନିଆଁ । ଅନବରତ ଭାବେ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଲୋକେ। ଅପ୍ରଚାର କରି ପୁନମ୍ କ୍ୟାନସର ରୋଗୀଙ୍କ ପ୍ରତି ପରିହାସ କରିଥିବା କହିଛନ୍ତି ବରିଷ୍ଠ ଅଭିନେତ୍ରୀ। ସେପଟେ ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବା କଥା ନୁହେଁ ବୋଲି କହିଛନ୍ତି ଆଇନଜୀବୀ।

ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ବି ଅନେକ ପବ୍ଲିସିଟି ଷ୍ଟଣ୍ଟ୍ କରି ଫସିଛନ୍ତି ପୁନମ୍। ୨୦୧୧ରେ ବିଶ୍ୱକପ୍ ଜିତିବା ପରେ ନ୍ୟୁଡ୍ ହେବାକୁ ଘୋଷଣା ଅବା ଲକଡାଉନ୍ ବେଳେ ନିୟମ ଖିଲାପ କରି ବାହାରକୁ ବାହାରି ଗିରଫ ହେବା। ଏପରିକି ଅଶ୍ଲୀଳ ଭିଡିଓ ଅପଲୋଡ୍ ଅଭିଯୋଗରେ ପୁନମଙ୍କ ଏକ ଆପକୁ ବି ବ୍ୟାନ୍ କରିଥିଲା ଗୁଗୁଲ୍। ଏବେ ବଜେଟରେ ସର୍ଭିକାଲ୍ କ୍ୟାନସର୍ ପାଇଁ ମାଗଣା ଟୀକାକରଣ ଅଭିଯାନ ଘୋଷଣା ପରେ ଆଉ ଏକ ଷ୍ଟଣ୍ଟ୍ ।

Advertisment

Poonam Pandey Bollywood Actress Cervical Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ