Advertisment

୨୦ ବର୍ଷ ହେଇଗଲା ପୂଜା ଭଟ୍ଟଙ୍କ ବିବାହ, ହେଇପାରିଲେ ନାହିଁ ମା’; କହିଲେ ଦୁଃଖ

ଆଲିଆ ଭଟ୍ଟଙ୍କ ସାବତ ଭଉଣୀ ପୂଜା ଭଟ୍ଟ ଏପର୍ଯ୍ୟନ୍ତ ମା’ ହେବାର ଏହି ସୁଖ ପାଇ ନାହାଁନ୍ତି। ଏନେଇ ସେ ତାଙ୍କର ଏହି ଯନ୍ତ୍ରଣାକୁ ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି। ଜାଣନ୍ତୁ ଏହା ପଛର କାହାଣୀ।

Pooja bhatt shares her pain on why she is not having baby

Pooja bhatt shares her pain on why she is not having baby

Advertisment

୩୧ ବର୍ଷ ବୟସରେ, ଆଲିଆ ଭଟ୍ଟ ଏକ ସୁନ୍ଦର ଶିଶୁ କନ୍ୟା ରାହାର ମା’ ହୋଇଛନ୍ତି। କିନ୍ତୁ ତାଙ୍କ ସାବତ ଭଉଣୀ ପୂଜା ଭଟ୍ଟ, ଯିଏ ତାଙ୍କଠାରୁ ଅତି କମରେ ୨୧ ବର୍ଷ ବଡ, ସେ ଏପର୍ଯ୍ୟନ୍ତ ଏହି ସୁଖ ପାଇ ନାହାଁନ୍ତି। ଏନେଇ ପୂଜା ଭଟ୍ଟ ତାଙ୍କର ଏହି ଯନ୍ତ୍ରଣାକୁ ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି।

Advertisment

ସମସ୍ତେ ଜାଣନ୍ତି ଯେ ପୂଜା ଭଟ୍ଟ ଜଣେ ଭଲ ଅଭିନେତ୍ରୀ ତଥା ନିର୍ମାତା ମହେଶ ଭଟ୍ଟ ଏବଂ ତାଙ୍କର ପ୍ରଥମ ପତ୍ନୀ କୀରଣ ଭଟ୍ଟ ଝିଅ ପୂଜା। ସେ ଆଜିକାଲି ଜିଓ ସିନେମା OTT ପ୍ଲାଟଫର୍ମରେ ଆସୁଥିବା ‘ବିଗ୍ ବସ୍ OTT ର ସିଜିନ୍ ୨’ ରେ ପ୍ରତିଯୋଗୀ ଭାବରେ ଅଛନ୍ତି। ଏହି ଶୋ’ରେ ସେ ତାଙ୍କ ବିବାହକୁ ନେଇ କିଛି ଦୁଃଖ କାହାଣୀ ସମସ୍ତଙ୍କୁ ଶେୟାର କରିଛନ୍ତି।

ପୂଜା ଭଟ୍ଟ ୨୦୦୩ ମସିହାରେ ମନୀଷ ମାଖିଜାଙ୍କୁ ବିବାହ କରିଥିଲେ। ମନୀଷ ମାଖିଜା ସେହି ସମୟରେ ଏକ ଭିଡିଓ ଜକି ଥିଲେ। ବିବାହର ୧୧ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ। ବିଗ୍ ବସ୍ ଘରେ ଏପରିକି ପୂଜା ଭଟ୍ଟ ତାଙ୍କ ବୈବାହିକ ଜୀବନର ଦୁଃଖ କାହାଣୀ କହୁଥିବା ବେଳେ ନିଜ ହୃଦୟରର କଥାକୁ ମଧ୍ୟ ଖୋଲା ଖୋଲି କହିଛନ୍ତି। ତାଙ୍କ ସ୍ୱାମୀ ଜଣେ ଭଲ ମଣିଷ ବୋଲି ସେ କହିଛନ୍ତି।

Advertisment

ଜ୍ୟୋତିର୍ବିଦ୍ ବେବିକା ଧୁର୍ଭେଙ୍କୁ ନିଜ ଯନ୍ତ୍ରଣାକୁ ଶେୟା କରି ପୂଜା ଭଟ୍ଟ କହିଛନ୍ତି ଯେ ଆମ ମଧ୍ୟରେ ସବୁକିଛି ଠିକ୍ ଥିଲା, ତଥାପି କିଛି ଅଭାବ ରହି ଯାଇଥିଲା। ପରେ ଦୁହେଁ ଏକାଠି ନିଷ୍ପତ୍ତି ନେଇଥିଲୁ ଯେ କିଛି ତ ଅଛି ଯାହା ଠିକ୍ ନୁହେଁ। ନିଜକୁ ମିଛ କହି କିପରି ବଞ୍ଚିହେବ।” ପୂଜା ଭଟ୍ଟ ଆହୁରି କହିଛନ୍ତି ଯେ “ଏହା କୌଣସି ଏକ ଡ୍ରେସ ରିହର୍ସାଲ ନ ଥିଲା”।

ସ୍ୱାମୀଙ୍କ ସବୁ ତଥ୍ୟ ଜାଣିବା ପରେ ଜ୍ୟୋତିର୍ବିଦ୍ ବେବିକା ଧୁର୍ଭେ କହିଛନ୍ତି ଯେ ପୂଜା ଭଟ୍ଟଙ୍କ ସ୍ୱାମୀ ମକର ରାଶିର ଥିଲେ, ଯିଏ ଜଣେ ଭଲ ବାପା ବୋଲି ପ୍ରମାଣୀତ। ଏହାର ଜବାବରେ ପୂଜା ଭଟ୍ଟଙ୍କ ଯନ୍ତ୍ରଣା ଉଚ୍ଛୁଳି ଉଠିଥିଲା।

Advertisment

ପୂଜା ଭଟ୍ଟ କହିଛନ୍ତି ଯେ ସେ ନିଜେ ଏଥିପାଇଁ ପ୍ରସ୍ତୁତ ନଥିଲେ। ସେ କହିଛନ୍ତି “ସେ ଏକ ସନ୍ତାନ ଚାହୁଁଥିଲେ କିନ୍ତୁ ସନ୍ତାନ ଜନ୍ମ କରିବାକୁ ଚାହୁଁ ନଥିଲେ।” ପୂଜା ଭଟ୍ଟ କହିଛନ୍ତି ଯେ ସେ ଏ ବିଷୟରେ ମିଛ କହିବାକୁ ଚାହାଁନ୍ତି ନାହିଁ।

Bollywood Alia Bhatt Pooja Bhatt Mahesh Bhatt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ