ବାବୁସାନ-ତୃପ୍ତି-ପ୍ରକୃତି ବିବାଦ ମାମଲାରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ପୋଲିସର ଘଣ୍ଟାଏ ଜେରା। ପ୍ରକୃତିଙ୍କ ଘରକୁ ଯାଇ ଜେରା କରିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ। ଘଟଣା ସଂପର୍କରେ ପ୍ରକୃତିଙ୍କୁ ପଚରାଉଚରା କରାଯାଇଥିବା ଖାରବେଳନଗର ଥାନା ଆଇଆଇସି କହିଛନ୍ତି- ଅଭିଭାବକଙ୍କ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରାଯାଇଛି। ମହିଳା ପୋଲିସ ଅଧିକାରୀ ପ୍ରକୃତି ମିଶ୍ରଙ୍କୁ ୧ ଘଣ୍ଟା କାଳ ଜେରା କରିଛନ୍ତି। ତଦନ୍ତରେ ସେ ସଂପୂର୍ଣ୍ଣ ସହଯୋଗ କରିଥିବା ଥାନାଧିକାରୀ କହିଛନ୍ତି।
ପ୍ରକୃତିଙ୍କୁ କଣ ପଚାରିଲା ପୋଲିସ?
- କେଉଁ ପରିସ୍ଥିତିରେ ରାସ୍ତାରେ ମୁହାଁମୁହିଁ ହେଲେ ବାବୁସାନ୍-ପ୍ରକୃତି-ତୃପ୍ତି?
- ପ୍ରକୃତିଙ୍କୁ କାହିଁକି ମାଡ଼ ମାରିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ?
- ରାସ୍ତା ଉପରେ ହାଇଡ୍ରାମା ବେଳେ କେଉଁମାନେ ଉପସ୍ଥିତ ଥିଲେ?
- ଘଟଣା ସମୟର ଭିଡିଓ କିଏ ସୁଟିଂ କରି ଭାଇରାଲ କଲା?
- ପ୍ରକୃତି ବାବୁସାନଙ୍କ ମଧ୍ୟରେ ସଂପର୍କ କେତେ ନିବିଡ଼?
- ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି?
- ବାବୁସାନଙ୍କୁ ବ୍ଲାକମେଲ୍ କରୁଥିଲେ କି ପ୍ରକୃତି?
- ବାବୁସାନ୍ ଓ ପ୍ରକୃତି କୌଣସି ନିଶା ସେବନ କରୁଥିଲେ କି ?
ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବାବୁସାନ୍ଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲେ ପ୍ରକୃତି। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା।