Jatra Controversy
ମୁଁ ନରେନ୍ଦ୍ର ନାଥ ତ୍ରିପାଠୀ, ଓରଫ୍(ପୀୟୂଷ)ର ବାପା...ମୋ ପୁଅ ସ୍ବାସ୍ଥ୍ୟଗତ ସମସ୍ୟା ଓ ପାରିବାରିକ ସସମ୍ୟା ପାଇଁ ମୋ ପୁଅ ଘରେ ରହିବ ବୋଲି ଶ୍ରୀଯୁକ୍ତ ସତ୍ୟ ବାବୁଙ୍କୁ ଜାନୁଆରୀ ମାସରେ ଜଣାଇଥିଲି... ତା’ ପରେ ଅପେରା ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ପାର୍ଟିର ଇସ୍ୟୁ ହେଲା... ସମସ୍ତେ ସମସ୍ତଙ୍କ କଥା କହିଲେ, ହେଲେ ମୋ କଥା ଯାହା ମୁଁ ସତ୍ୟ ବାବୁଙ୍କୁ ଜଣାଇଥିଲି ତା’ ଜଣା ପଡ଼ିଲା ନାହିଁ...ତେଣୁ ଘରର ନିଷ୍ପତ୍ତି ଅନୁସାରେ ଆସନ୍ତା ବର୍ଷ ୨୫-୨୬ରେ ମୋ ପୁଅ ମୋ ଘରେ ରହିବ...ଆପଣଙ୍କୁ ଅନୁରୋଧ କି ୨ଟି ପାର୍ଟି ମାଲିକଙ୍କୁ ତାଙ୍କ ଦେଇଥିବା ଅଗ୍ରୀମ ଫେରାଇ ନେବାକୁ ଆପଣ ସଂଘର ସଭାପତି ଅନୁସାରେ ଦାୟିତ୍ୱର ସହ ବହନ କରିବେ...ଗୋଟିଏ ବାପ ହିସାବରେ ଆପଣଙ୍କୁ ଅନୁରୋଧ...ଏମିତି ଚିଠି ଲେଖି ପୀୟୂଷଙ୍କ ବାପା ନରେନ୍ଦ୍ର ନାଥ ତ୍ରିପାଠୀ ଯାତ୍ରା ମାଲିକ ମହାସଂଘକୁ ଅନୁରୋଧ କରିଛନ୍ତି।
ଏମିତି ଅଭିନେତା ପୀୟୂଷ ତ୍ରିପାଠୀଙ୍କ ବାପାଙ୍କ ନିବେଦନ ଭାରା ଚିଠି ଲେଖିବା ପରା ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ପୁଅର ଅସୁସ୍ଥତା ପାଇଁ ସଂଘର ସଭାପତିଙ୍କୁ ଚିଠି ଲେଖିଛନ୍ତି ପୀୟୁଷଙ୍କ ବାପା ନରେନ୍ଦ୍ର ନାଥ ତ୍ରିପାଠୀ । ଟଙ୍କା ନେଣଦେଣକୁ ନେଇ ଯାତ୍ରା ମାଲିକଙ୍କ ସହ ପୀୟୂଷ ବିବାଦକୁ ଆସିବା ପରେ ଏବେ ସାମ୍ନାକୁ ଆସିଛି ଚିଠି । ଯେଉଁଥିରେ ଯାତ୍ରା ଜଗତରୁ ଗୋଟିଏ ବର୍ଷ ପାଇଁ ପୁଅକୁ ଦୂରାଇ ରଖିବାକୁ ପୀୟୂଷଙ୍କ ବାପା କହିଛନ୍ତି । ପୂର୍ବରୁ ଯାତ୍ରା ଜଗତକୁ ଛାଡ଼ି ଦେବେ ବୋଲି କହିଥିଲେ ପୀୟୂଷ ତ୍ରିପାଠୀ।
ଅଧିକ ପଢ଼ନ୍ତୁ: ଭୟରେ ଥରୁଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା, ରାତିଅଧରେ କଲେ ଅନଲାଇନ୍ FIR
ପୁଣି ଏବେ ଗତ କିଛି ଦିନ ହେଲା ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ହାସ୍ୟ ଅଭିନେତା ନରି ପଣ୍ଡା । ମାଲିକ ତାଙ୍କୁ ମାଡ଼ ମାରିଥିବା ସେ କାନ୍ଦି କାନ୍ଦି କହିଥିଲେ । ଆଉ ନିଜର ସୁରକ୍ଷା ପାଇଁ ମଧ୍ୟ ପୋଲିସର ସହାୟତା ଲୋଡ଼ିଥିଲେ । ହସାଇ ହସାଇ ବେଦମ କରୁଥିବା ମଣିଷ କାନ୍ଦି କାନ୍ଦି ଅଭିଯୋଗ କରିଥିଲା । ଆଉ ଏହି ଅଭିଯୋଗ ପରେ ଯାତ୍ରା ମାଲିକ ସଂଘ ଚିହିଁକି ଉଠିଛି । ନରି ପଣ୍ଡାଙ୍କୁ ଯାତ୍ରାରୁ ବ୍ୟାନ୍ କରାଯାଇଥିବା ସୂଚନା ଦେଇଛନ୍ତି ଯାତ୍ରା ମାଲିକ ସଂଘ ସଂପାଦକ ।
ସେପଟେ କିନ୍ତୁ ନରିଙ୍କ ସପକ୍ଷରେ ବାହାରିଛି ଯାତ୍ରା ରାଜନନ୍ଦିନୀ । ଏକ ସାମ୍ବାଦିକ ସମ୍ମିଳନୀ କରି ନରି ପଣ୍ଡାଙ୍କୁ ମାଡ଼ ମାରିବା ଘଟଣାକୁ ନିନ୍ଦା କରାଯାଇଛି। ଯାତ୍ରା ମାଲିକ ମାନେ ମଧ୍ୟ ରାଜନନ୍ଦିନୀ ଭଳି ଯାତ୍ରା ମାଲିକଙ୍କୁ ଅଣଦେଖା କରାଯାଇଛି ବୋଲି କୁହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743814175.jpg)