Advertisment

ବିବାଦ ପରେ ବି ସଫଳତାର ସିଡି ଚଢିଚାଲିଛି ‘ପଠାନ୍’; ରଚିବ ଇତିହାସ

‘ପଠାନ୍’ର ଗୀତ 'ବେଶରମ୍ ରଙ୍ଗ୍' ରିଲିଜ୍ ହେବା ପର ଠାରୁ ବିବାଦ ପିଛା ଛାଡୁନି। ଏହି ଗୀତରେ ଦୀପିକା ପାଦୁକୋନଙ୍କ ବିକିନିର ରଙ୍ଗ ହିଁ ଅଡୁଆ ସୃଷ୍ଟି କରିଛି। ଶାହରୁଖକୁ ଟାର୍ଗେଟ୍ କରାଯାଉଛି। ଏହାରି ଭିତରେ କିନ୍ତୁ ଶାହରୁଖ ଫ୍ୟାନ୍‌ଙ୍କ ପାଇଁ ଆସିଛି ଖୁସି ଖବର। ଜାଣନ୍ତୁ…

Pathaan set to be the first Indian film to get ice theatre release

Pathaan set to be the first Indian film to get ice theatre release

Advertisment

ଶାହରୁଖ ଖାନଙ୍କ ଅଭିନୀତ ‘ପଠାନ’କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଫିଲ୍ମ ଏବଂ ଏହାର ଗୀତ 'ବେଶରମ୍‌ ରଙ୍ଗ୍‌' କୁ ନେଇ ବିବାଦ ଦେଖାଦେଇଛି। ଏହି ଗୀତରେ ଦୀପିକା ପାଦୁକୋନଙ୍କ ବିକିନିର ରଙ୍ଗ ଅଡୁଆ ସୃଷ୍ଟି କରିଛି। ଫିଲ୍ମ ‘ପଠାନ’କୁ ନେଇ ସବୁ ମହଲରେ ତାତି ଲାଗି ରହିଛି।

Advertisment

ଜାନୁଆରୀ ୨୫ରେ ଏହି ଫିଲ୍ମ ରିଲିଜ୍ ହେବ। ସବୁଠାରୁ ବଡ କଥା ହେଲା ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଲାଣି। ଶାହାରୁଖ ଖାନଙ୍କ ଏହି ଫିଲ୍ମ ଅନେକ ଉପାୟରେ ସ୍ୱତନ୍ତ୍ର ହେବାକୁ ଯାଉଛି, ଯାହା ମଧ୍ୟରୁ ଗୋଟିଏ ହେଉଛି ICE ଅର୍ଥାତ୍ (ଇମର୍ସିଭ୍ ସିନେମା ଏକ୍ସପେରିଏନ୍ସ) ଫର୍ମାଟ୍‌ରେ ରିଲିଜ୍ ହେବା। ‘ପଠାନ’ ହେଉଛି ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଯାହା ICE ଫର୍ମାଟ୍‌ରେ ମୁକ୍ତିଲାଭ କରିବ।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ସ୍ପାଇ ଥ୍ରୀଲର ଫିଲ୍ମ ‘ପଠାନ୍’ ଜାନୁଆରୀ ୨୫ ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଶାହାରୁଖଙ୍କ ସହ ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି। ଏବେ ଫିଲ୍ମ ରିଲିଜ୍‌ ପାଇଁ ମାତ୍ର ଏକ ମାସ ବାକି ଅଛି। ବର୍ତ୍ତମାନ ‘ପଠାନ’କୁ ନେଇ ଆସିଥିବା ନୂଆ ଖବର ପ୍ରଶଂସକଙ୍କ ଅପେକ୍ଷାକୁ ବୃଦ୍ଧି କରୁଛି।

Advertisment

ICE ଫର୍ମାଟ୍ କ’ଣ:

ବର୍ତ୍ତମାନ ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଆସୁଥିବ ଯେ ଏହି ICE ଫର୍ମାଟ୍ କ’ଣ ଏବଂ ଏହା କିପରି କାମ କରେ? ତେବେ ଆସନ୍ତୁ ସେ ବିଷୟରେ ଜାଣିବା। ICE ଫର୍ମାଟ୍‌ରେ, ଆପଣ ସାମ୍ନା ସ୍କ୍ରିନ୍ ଛଡା ଅଡିଟୋରିୟମର ସାଇଡ୍ ପ୍ୟାନେଲ୍ ପାଇବେ। ଏହା ଫଳରେ ଆପଣଙ୍କର ଧ୍ୟାନ ଏପଟ ସେପଟ ହେବ ନାହିଁ ଏବଂ ଆପଣ ଧ୍ୟାନ ଦେଇ ଫିଲ୍ମକୁ ଉପଭୋଗ କରିପାରିବେ। ପାର୍ଶ୍ୱ ପ୍ୟାନେଲ୍‌ଗୁଡିକର ସାହାଯ୍ୟରେ, ICE ଥିଏଟର ଆକ୍ସନ୍ ଏବଂ ଫିଲ୍ମ ଦେଖାଳିଙ୍କ ଅନୁଭବକୁ ଆହୁରି ଦମଦାର କରିଦିଏ।

IMAX ଏବଂ 3D ଠାରୁ ଭିନ୍ନ ICE:

ICE ଟେକ୍ନୋଲୋଜି ହେଉଛି ଏକ ନୂଆ ଏବଂ ସଂପୂର୍ଣ୍ଣ ଭିନ୍ନ ଜିନିଷ, ଯାହା ପ୍ରେକ୍ଷାଳୟରେ IMAX ଏବଂ 3D ଟେକ୍ନୋଲୋଜି ଠାରୁ ଅଲଗା ହୋଇଥାଏ। ଏପର୍ଯ୍ୟନ୍ତ ଭାରତରେ ICE ଫର୍ମାଟ୍‌ରେ କୌଣସି ଫିଲ୍ମ ରିଲିଜ୍ ହୋଇ ନାହିଁ। ତେବେ ଶାହାରୁଖ୍ ଖାନ୍, ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମଙ୍କ ‘ପଠାନ୍’ ହେଉଛି ପ୍ରଥମ ଚଳଚ୍ଚିତ୍ର, ଯାହା ଏହି ଟେକ୍ନୋଲୋଜି ଦ୍ୱାରା ମୁକ୍ତିଲାଭ କରୁଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଟେକ୍ନୋଲୋଜିକୁ PVR ସହାୟତାରେ ଭାରତକୁ ଅଣାଯାଉଛି।

Advertisment
Bollywood Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ