raghav chadha parineeti chopra wedding
ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମି ପାର୍ଟି ସାଂସଦ ରାଘବ ଚଢା । ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ହେବ ଏହି ହାଇପ୍ରୋଫାଇଲ୍ ବାହାଘର । ଏଥିରେ ଯୋଗ ଦେବାକୁ ଉଦୟପୁରରେ ପହଞ୍ଚି ସାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମନ୍ ଏବଂ ଅନ୍ୟ ଆପ୍ ନେତା ମନ୍ତ୍ରୀ । ବଲିଉଡର କିଛି ସେଲିବ୍ରିଟି ମଧ୍ୟ ଜଣକ ପରେ ଜଣେ ଉଦୟପୁରରେ ପହଞ୍ଚୁଛନ୍ତି ।
ତେବେ ଆଜି ପରିଣୀତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ବାହାଘରରେ ସାମିଲ ହୋଇନପାରନ୍ତି । ସେ ଗତକାଲିଠୁ ଉଭୟ ପରିଣୀତି ଓ ରାଘବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧ ରୀତି ଅନୁଷ୍ଠିତ ହୋଇଥିଲା ।
୨୦୧୨ରେ ଆପରେ ଯୋଗଦେଇଥିଲେ ରାଘବ। ରାଜନୀତିରେ ପାଦ ଦେବା ପୂର୍ବରୁ ରାଘବ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ସେହିପରି ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ଭାବେ ପରିଣିତୀଙ୍କ ପରିଚିତି ରହିଛି । କଲେଜ ବେଳଠୁ ଅଭିନେତ୍ରୀ ପରିନୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ପରସ୍ପରଙ୍କୁ ଜାଣିଛନ୍ତି । ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଉଭୟ ହେଉଛନ୍ତି ଛାତ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695528690.jpg)