Advertisment

ବୋଲ୍ଡ ଅବତାରରେ ଛାଇଗଲେ ପଲକ ତିୱାରୀ

ଆଜିକାଲି ପଲକ ତିୱାରୀ ହୋଇଯାଇଛନ୍ତି ଇଣ୍ଟରନେଟ୍ ସେନ୍ସୁଆଲ୍ ଗାର୍ଲ। ନିଜ ବୋଲ୍ଡ ଅବତାରରେ ସେ ସବୁବେଳେ ସମସ୍ତଙ୍କ ହୃଦୟରେ ନିଆଁ ଲଗେଇବା ନେଇ ପୂରା ପ୍ରସ୍ତୁତ। ଏବେ ସେ ତାଙ୍କର ଏମିତି ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯାହାକୁ ନେଇ ସମସ୍ତେ ଫିଦା ହୋଇଯାଇଛନ୍ତି।

Palak Ttiwari set fire to the internet

Palak Ttiwari set fire to the internet

Advertisment

ମୁମ୍ବାଇ : ଶ୍ୱେତା ତିୱାରୀଙ୍କ ଭଳି ତାଙ୍କ ଝିଅ ପଲକ ତିୱାରୀ ମଧ୍ୟ ବଲିଉଡ ଶିଳ୍ପରେ ନିଜ ପରିଚୟ ତିଆରି କରିବା ଚକରରେ ଲାଗି ପଡିଛନ୍ତି। ଆଜିକାଲି ପଲକ ଲଗାତର ସୋସିଆଲ୍ ମିଡିଆରେ ସକ୍ରିୟ ରହୁଥିବା ଦେଖା ଯାଆନ୍ତି। ତାଙ୍କ ସୋସିଆଲ୍ ମିଡିଆ ପେଜ୍ ତାଙ୍କ ବୋଲ୍ଡ ଫଟୋରେ ଭରିଯାଇଛି। ସେ ଏବେ ଗ୍ଲାମର ଦୁନିଆର ସେନ୍ସୁଆଲ୍ ଗାର୍ଲ ଭାବେ ବେଶ ପରିଚିତ ହୋଇଗଲେଣି। ତେବେ ଏହି ଦୀପାବଳୀ ଅବସରରେ ପଲକଙ୍କର କିଛି ବୋଲ୍ଡ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲଗିଛି। ଏହି ଫଟୋଗୁଡିକରେ ତାଙ୍କ ଗ୍ଲାମର ଅବତାର ପ୍ରଶଂସକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ପଲକ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍‌ରେ ନିଜର ଲାଟେଷ୍ଟ୍ ଫଟୋସୁଟ୍‌ର କେତେକ ଭିଡିଓ ଶେୟାର କରିଛନ୍ତି। ଏହି ପଟୋଗୁଡିକରେ ପଲକଙ୍କ ହଟ୍ ଅବତାର ପ୍ରଶଂସକମାନଙ୍କ ହୋଶ ଉଡେଇବା ନେଇ ଯଥେଷ୍ଟ ମସଲ ରଖିଛି। ଏହି ଫଟୋରେ ଆପଣ ଦେଖିପାରିବେ ଯେ ସେ ଧଳା ଓ ବ୍ଲୁ ରଙ୍ଗର ଡିପ୍ ନେକ୍ ଟପ୍ ପିନ୍ଧିଛନ୍ତି। ଫଟୋରେ ସେ ଯେଭଳି ପୋଜ୍‌ଗୁଡିକ ଦେଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଥରେଇଦେବା ଭଳି।

Advertisment

ଫଟୋଗୁଡିକରେ ପଲକଙ୍କ ହଟନେସ୍‌ ଏତେ ଅଧିକ ଯେ ପ୍ରଶଂସକଙ୍କ ଆଖି ଲାଖିଗଲା ଭଳି। ସେମାନେ ଏହି ଫଟୋକୁ ଦେଖି ସ୍କିନ୍‌କୁ ଆଗକୁ ଗଡେଇ ଦେଇ ପାରୁ ନାହାନ୍ତି। କିଛି ମୁହୂର୍ତ୍ତ ସେଇଠି ରହିଯାଉଛନ୍ତି। ଖାଲି ଦେଖୁ ନାହାନ୍ତି ଏହା ସହ ଲଗାତର ଲାଇକ୍ ଓ କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ଉପଭୋକ୍ତାଙ୍କୁ ପଲକଙ୍କ ଏହି ବୋଲ୍ଡ ଅବତାର ଏତେ ଭଲ ଲାଗିଲା ଯେ ତାଙ୍କୁ ପ୍ରଶଂସାରେ ପୋତି ପକେଇଛନ୍ତି।

ଏହି ଅବସରରେ ପଲକଙ୍କର ନୂଆ ମ୍ୟୁଜିକ୍ ଭିଡିଓ ‘ବିଜ୍‌ଲି ବିଜ୍‌ଲି’ ରିଲିଜ୍ ହୋଇଛି। ଏଥିରେ ତାଙ୍କ ଚେହେରାକୁ ସମସ୍ତେ ପସନ୍ଦ କରୁଛନ୍ତି। ବଲିଉଡ୍ ଅଭିନେତା ସଲମାନ ଖାନ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏହି ଭିଡିଓକୁ ଶେୟାର କରି ପ୍ରଶଂସା କରିଛନ୍ତି। ଏହି ମ୍ୟୁଜିକ୍ ଭିଡିଓରେ ପଲକ ହାର୍ଡି ସନ୍ଧୁଙ୍କ ସହିତ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଖାଲି ପ୍ରଦର୍ଶନ କରି ନାହାନ୍ତି, ଏହି ଗୀତକୁ ସେ ନିଜେ ମଧ୍ୟ ଗାଇଛନ୍ତି।

Advertisment

ସଲମାନ ପଲକ ଓ ହାର୍ଡି ସନ୍ଧୁଙ୍କୁ ଶୁଭକାମନା ଜଣେଇଛନ୍ତି। ସେ କହିଛନ୍ତି ଯେ “ଏହି ଜବରଦସ୍ତ ଗୀତ ପାଇଁ ପଲକ ଓ ଗାର୍ଡିଙ୍କୁ ଶୁଭେଛା।” ଭାଇଜାନ୍ ଏହି ଟିଜରକୁ ପାୟ ୪ ଦିନ ପୂର୍ବରୁ ଶେୟାର କରିଥିଲେ। ଏବେ ଏହାକୁ ୩୨ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି।

‘ଖତରୋ କେ ଖିଲାଡୀ ୧୧’ର ଭାଗ ନେଇଥିବା ପଲକ ହେଉଛନ୍ତି ଶ୍ୱେତା ତିୱାରୀଙ୍କ ପ୍ରଥମ ସ୍ୱାମୀ ରାଜାଙ୍କ ଝିଅ। ସେ ଏତେ ସୁନ୍ଦର ଯେ ଥରେ ବଲିଉଡରେ ପାଦ ଦେଲାମାତ୍ରେ ଛାଇଯିବେ।

Bollywood Palak Tiwari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ