Advertisment

ବିଶ୍ୱରେ ଚମକିଲା ‘RRR’: ‘ନାଟୁ ନାଟୁ’କୁ ଓସ୍କାର

ଇତିହାସ ରଚିଲା ଭାରତୀୟ ଫିଲ୍ମ 'RRR'। ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଓସ୍କାର ମିଳିଛି।

ଅଦ୍ୟତନ ହୋଇଛି
OSCARS 2023: RRR's Naatu Naatu Won Best Original Song

OSCARS 2023: RRR's Naatu Naatu Won Best Original Song

Advertisment

ଇତିହାସ ରଚିଲା ଭାରତୀୟ ଫିଲ୍ମ 'RRR'। ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଓସ୍କାର ମିଳିଛି। ଶ୍ରେଷ୍ଠ ଅରିଜିନାଲ୍‌ ଗୀତ ପାଇଁ ଓସ୍କାର ମିଳିଛି। ସେହିପରି ୯୫ତମ ଓସ୍କାରରେ ଭାରତୀୟ ଡକ୍ୟୁମେଣ୍ଟାରୀ 'ଦ ଏଲିଫ୍ୟାଣ୍ଟ ହୁଇସ୍‌ପରର୍ସ' ଓସ୍କାର ଜିତିଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର କ୍ୟାଟେଗୋରୀରେ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମକୁ ଓସ୍କାର ମିଳିଛି।

Advertisment

୩୯ ମିନିଟ୍‌ର ତାମିଲ ଭାଷାରେ ନିର୍ମିତ 'ଦ ଏଲିଫ୍ୟାଣ୍ଟ ହୁଇସ୍‌ପରର୍ସ' ଶିଶୁ ହାତୀ ଓ ଦମ୍ପତି ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ଉପରେ ଆଧାରିତ। 

ଏହା ପୂର୍ବରୁ ‘ନାଟୁ ନାଟୁ’ ଗୀତକୁ ଗୋଲ୍‌ଡେନ୍‌ ଗ୍ଲୋବସ୍ ଆୱାର୍ଡ ମିଳିଥିଲା। ‘ବେଷ୍ଟ ଅରିଜିନାଲ୍ ସଙ୍ଗ’ କାଟାଗୋରୀରେ ଏକାଧିକ ଫିଲ୍ମକୁ ପଛରେ ପକାଇ ଏସ୍‌ଏସ୍‌ ରାଜାମୌଲିଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘RRR’ର ଗୀତ ‘ନାଟୁ ନାଟୁ’କୁ ଗୋଲ୍‌ଡେନ୍‌ ଗ୍ଲୋବସ୍-୨୦୨୩ ଆୱାର୍ଡ ମିଳିଥିଲା।

Advertisment

ଏସ୍.ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘RRR’ ବିଶ୍ୱ ସ୍ତରରେ ୧,୨୦୦ କୋଟି ଟଙ୍କା ବ୍ୟବସାୟ କରିଛି। ରିଲିଜ୍‌ ପୂର୍ବରୁ ଓ ରିଲିଜ୍‌ ପରେ ଏହାକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ତେଲୁଗୁ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ହିନ୍ଦୀକୁ ମିଶାଇ ସାରା ଦେଶର ୩ ହଜାରରୁ ଅଧିକ ସ୍କ୍ରିନରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା।

ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ରାଜାମୌଲିଙ୍କ ଫିଲ୍ମ ‘RRR’ ହେଉଛି ଆଉ ଏକ ହାଇବଜେଟ୍‌ ଫିଲ୍ମ। ୩୩୦ କୋଟିରୁ ଅଧିକ ଟଙ୍କା ଥିଲା ଏହାର ବଜେଟ। ସବୁଠୁ ବଡ଼ କଥା ହେଉଛି, ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଏହା ଖର୍ଚ୍ଚ ରାଶି ବାହାର କରି ନେଇଥିଲା। ଫିଲ୍ମ ଓ ଗୀତ ରାଇଟସ୍ ୪୫୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା।

Advertisment
Oscars
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ