Advertisment

Animal: ‘ଜବାନ’କୁ ପଛରେ ପକେଇଲା ‘ଆନିମଲ୍’; ଦୁଇ ଦିନରେ ଦୁଇ ଗୁଣା ରୋଜଗାର

‘ଆନିମଲ୍’ର ଦ୍ୱିତୀୟ ଦିନର ରୋଜଗାର ସାମ୍ନାକୁ ଆସିଛି, ଯାହା ‘ଜବାନ’କୁ ପଛରେ ପକେଇ ଦେଇଛି। ମାତ୍ର ଦୁଇ ଦିନ ଭିତରେ ଫିଲ୍ମ ତା’ର ମୋଟ୍ ବଜେଟ୍‌ର ଦୁଇ ଗୁଣାରୁ ଅଧିକ ରୋଜଗାର କରିନେଇଛି। ତେବେ ଆସନ୍ତୁ ଜାଣିବା ‘ଆନିମଲ୍’ର ଦ୍ୱିତୀୟ ଦିନର ବକ୍ସ ଅଫିସ୍ ରୋଜଗାର କେତେ?

ଅଦ୍ୟତନ ହୋଇଛି
On Second day ranbir kapoor film earned more than srk jawan

On Second day ranbir kapoor film earned more than srk jawan

Advertisment

ଶାହରୁଖ ଖାନଙ୍କ ପାଇଁ ୨୦୨୩ ଲକୀ ବର୍ଷ ଭାବେ ପ୍ରମାଣିତ ହୋଇଛି କାରଣ ତାଙ୍କର ଦୁଇଟି ଫିଲ୍ମ ‘ପଠାନ’ ଏବଂ ‘ଜବାନ’ ବ୍ଲକ୍‌ବଷ୍ଟର୍‌ ରହିଛି। ତେବେ ଏଯାଏ ଅନ୍ୟ କୌଣସି ଫିଲ୍ମ ଏହାର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇ ନାହିଁ। କିନ୍ତୁ ରଣବୀର କପୁରଙ୍କ ଆକ୍ସନ୍ ଫିଲ୍ମ ‘ଆନିମଲ୍’ ଏହି ରେକର୍ଡ ଭାଙ୍ଗିବା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛି, କୌଣସି ମୌକା ବି ଛାଡୁ ନାହିଁ।

Advertisment

ଏହାରି ଭିତରେ ‘ଆନିମଲ୍’ର ଦ୍ୱିତୀୟ ଦିନର ରୋଜଗାର ସାମ୍ନାକୁ ଆସିଛି, ଯାହା ‘ଜବାନ’କୁ ପଛରେ ପକେଇ ଦେଇଛି। ତେବେ ଆସନ୍ତୁ ଜାଣିବା ‘ଆନିମଲ୍’ର ଦ୍ୱିତୀୟ ଦିନର ବକ୍ସ ଅଫିସ୍ ରୋଜଗାର କେତେ?

ସାକନିଲ୍କର ପ୍ରାଥମିକ ତଥ୍ୟ ଅନୁଯାୟୀ, ଦ୍ୱିତୀୟ ଦିନରେ ‘ଆନିମଲ୍’ ୬୬ କୋଟି ଟଙ୍କା ରୋଜଗାର କରିଛି। ଫଳରେ ରଣବୀର କପୁରଙ୍କ ଫିଲ୍ମ ଦୁଇ ଦିନରେ ୧୦୦ କୋଟି ଟଙ୍କା ଅତିକ୍ରମ କରି ୧୨୯.୮୦ କୋଟି ଟଙ୍କା କଲେକ୍ସନ କରିଛି। ପ୍ରଥମ ଦିନରେ ‘ଆନିମଲ୍’ ୬୩.୮ କୋଟି ଟଙ୍କା ରୋଜଗାର କରିଥିଲା। ସେଥିମଧ୍ୟରୁ ହିନ୍ଦୀରେ ୫୪.୭୫ କୋଟି ଟଙ୍କା ଥିବା ବେଳେ ତେଲୁଗୁ ଭାଷାରେ ୮.୫୫ କୋଟି, କନ୍ନଡରେ ୯ ଲକ୍ଷ, ତାମିଲରେ ୪ ଲକ୍ଷ ଏବଂ ମାଲାୟାଲମ୍‌ରେ ୧ ଲକ୍ଷ ଟଙ୍କା ଥିଲା।

Advertisment

‘ଆନିମଲ୍‌’ ପ୍ରଥମ ଦିନରେ ‘ପଠାନ ‘ଏବଂ ‘ଜବାନ’ର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଥିଲା। କିନ୍ତୁ ଦ୍ୱିତୀୟ ଦିନରେ ରୋଜଗାର ଦୃଷ୍ଟିରୁ ଫିଲ୍ମ ‘ଜବାନ’କୁ ପଛରେ ପକେଇଦେଇଛି। ତଥ୍ୟ ଅନୁଯାୟୀ, ଦ୍ୱିତୀୟ ଦିନରେ ‘ଜବାନ’ ୬୩.୫୦ କୋଟି ଟଙ୍କା ରୋଜଗାର କରିଥିଲା। ପଠାନ କିନ୍ତୁ ଦ୍ୱିତୀୟ ଦିନରେ ୭୦.୫୦ କୋଟି ଟଙ୍କା କଲେକ୍ସନ କରିଥିଲା।

ସେହିପରି ରୋଜଗାର କ୍ଷେତ୍ରରେ ସାରା ଦୁନିଆରେ ଫିଲ୍ମ ଦୁଇ ଦିନରେ ୨୩୬ କୋଟି ଟଙ୍କା ପାର୍ କରିଛି। ପ୍ରଥମ ଦିନରେ ‘ଆନିମଲ୍’ ସାରା ବିଶ୍ୱରେ ୧୧୬ କୋଟି ଟଙ୍କା ରୋଜଗାର କରିଥିଲା। କୁହାଯାଏ ଯେ ଫିଲ୍ମର ମୋଟ୍ ବଜେଟ୍ ୧୦୦ କୋଟି। ଏହି ହିସାବରେ ଫିଲ୍ମ ଦୁଇ ଦିନରେ ଦୁଇ ଗୁଣା ରୋଜଗାର କରିସାରିଲାଣି।

Advertisment

ତେବେ ରଣବୀର କପୁରଙ୍କ ‘ଆନିମଲ୍’ ପ୍ରଥମ ଦିନର ଓପେନିଂ ସହିତ ‘ଟାଇଗର ୩’, ‘କେଜିଏଫ୍ ୨’ ଏବଂ ‘ବାହୁବଲୀ ୨’ ଭଳି ଫିଲ୍ମର ରେକର୍ଡ ଭାଙ୍ଗି ତୃତୀୟ ସର୍ବାଧିକ ଓପନିଂ ଫିଲ୍ମ ହୋଇପାରିଛି।

Ranbir Kapoor Box Office Collection Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: