Advertisment

ସୋସିଆଲ ମିଡ଼ିଆରେ ଭାଇରାଲ ଖବର ମିଛ, ଜୀବିତ ଅଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା

କେବଳ ଏତିକି ନୁହେଁ ବରଂ କୌଣସି ବଡ଼ ଗଣମାଧ୍ୟମ ସଂସ୍ଥା ଏମିତି ଖବର ପରିବେଷଣ କରୁନାହାନ୍ତି, ତେଣୁ ଦୟାକରି ଏପରି ମିଛ ଖବର ପ୍ରଚାର କରନ୍ତୁ ନାହିଁ ବୋଲି ଅସୀମା କହିଛନ୍ତି। ବର୍ତ୍ତମାନ ମୋ ପରିବାରର ଖରାପ ସମୟ ପଡ଼ିଛି

ସୋସିଆଲ ମିଡ଼ିଆରେ ଭାଇରାଲ ଖବର ମିଛ, ଜୀବିତ ଅଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା

Aseema Panda

Advertisment

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାକୁ ନେଇ ଭାଇରାଲ ହେଉଥିବା ଖବର ସମ୍ପୂର୍ଣ୍ଣ ମିଛ। ସେ ପୂରା ସୁସ୍ଥ ଅଛନ୍ତି ବୋଲି ନିଜେ ଭିଡ଼ିଓ ସେୟାର କରି ସୂଚନା ଦେଇଛନ୍ତି ଅସୀମା। ତେବେ ଗତକାଲିଠାରୁ ସୋସିଆଲ ମିଡ଼ିଆରେ ଏକ ଖବର ଜୋରଦାର ଭାଇରାଲ ହେଉଥିଲା କି ଦୁର୍ଘଟଣାରେ ଅସୀମା ପଣ୍ଡାଙ୍କର ମୃତ୍ୟୁ ହୋଇଛି ବୋଲି। ହେଲେ ଅସୀମା ପୂରା ସୁସ୍ଥ ଥିବା ନିଜେ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ମୋର ଭାଇଙ୍କର ଦୁର୍ଘଟଣା ହୋଇଛି। ମୋର କିଛି ହୋଇନାହିଁ। ଗତକାଲି ରାତି ଆମ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା। ସେଥିରେ ଭାଇର ହାତ ଖାଲି ଭାଙ୍ଗିଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣା କେବେ କହିକି ଆସେ ନାହିଁ, ଅକସ୍ମାତ୍‌ ହୋଇଥାଏ। କିନ୍ତୁ ଏହାକୁ ନେଇ ଅପପ୍ରଚାର କରିବା ଠିକ୍‌ ନୁହେଁ। କୁହାଯାଉଛି କି ବେପରୁଆ ଗାଡ଼ି ଚାଳନା ପାଇଁ ଏମିତି ଦୁର୍ଘଟଣା ହୋଇଛି। ହେଲେ ଏହା ପୂରା ମିଛ ବୋଲି ଅସୀମା କହିଛନ୍ତି।

Advertisment

କେବଳ ଏତିକି ନୁହେଁ ବରଂ କୌଣସି ବଡ଼ ଗଣମାଧ୍ୟମ ସଂସ୍ଥା ଏମିତି ଖବର ପରିବେଷଣ କରୁନାହାନ୍ତି, ତେଣୁ ଦୟାକରି ଏପରି ମିଛ ଖବର ପ୍ରଚାର କରନ୍ତୁ ନାହିଁ ବୋଲି ଅସୀମା କହିଛନ୍ତି। ବର୍ତ୍ତମାନ ମୋ ପରିବାରର ଖରାପ ସମୟ ପଡ଼ିଛି। ତେଣୁ ଏ ସମୟରେ ମତେ କିମ୍ବା ପରିବାରକୁ ଅଯଥା ମାନସିକ ନିର୍ଯାତନା ଦିଅନ୍ତୁ ନାହିଁ ବୋଲି ଅସୀମା କହିଛନ୍ତି। କେବଳ ଏତିକି ନୁହେଁ ଯେଉଁମାନେ ସୋସିଆଲ ମିଡ଼ିଆରେ ଏହିପରି ଭାବରେ ମିଛ ଖବର ପ୍ରସାରଣ କରୁଛନ୍ତି ସେମାନଙ୍କୁ ବ୍ଲକ୍‌ କରିଦେବା ଲାଗି ଅସୀମା ନିବେଦନ ମଧ୍ୟ କରିଛନ୍ତି। ସେପଟେ, ମିଛ ଖବର ପ୍ରସାରଣ କରୁଥିବା ବ୍ୟକ୍ତିଙ୍କ ନାମରେ ସେ ଅଭିଯୋଗ କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

Advertisment
Odisha Ollywood Asima Panda Asima Panda Odia Singer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ