'ବାପା ପୁଅ କାହାଣୀର କମାଲ୍, ପ୍ରତୀକ୍ଷା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର'

ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପ୍ରତୀକ୍ଷା ଚଳଚ୍ଚିତ୍ର ପୁରସ୍କାର ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ 'ପ୍ରତୀକ୍ଷା' ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି ।

Pratikshya Odia Film

ଦିଲ୍ଲୀ ବିଜ୍ଞାନ ଭବନରେ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଚଳଚ୍ଚିତ୍ର ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଅଲ୍ଲୁ ଅର୍ଜୁନଙ୍କୁ ଫିଲ୍ମ ପୁଷ୍ପା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମ ତେଲୁଗୁ ଅଭିନେତା ଭାବେ ଅଲ୍ଲୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ଚଳଚ୍ଚିତ୍ର ମିମି ପାଇଁ କ୍ରୀତି ସନ୍ନୋନ ଓ ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ଭଟ୍ଟ ପୁରସ୍କୃତ ହୋଇଛନ୍ତି । 

ତେବେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପ୍ରତୀକ୍ଷା ଚଳଚ୍ଚିତ୍ର ପୁରସ୍କାର ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ 'ପ୍ରତୀକ୍ଷା' ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି । ବାପ-ପୁଅ ସମ୍ପର୍କକୁ ନେଇ ଏକ ଗଳ୍ପରୁ ଫିଲ୍ମଟି ଅନୁପ୍ରାଣିତ ହୋଇଛି । 

ଅନ୍ୟପଟେ ପଙ୍କଜ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ପୁରସ୍କାର ମିଳିଛି । ୱାହିଦା ରେହମାନଙ୍କୁ ଭାରତୀୟ ସିନେମାରେ ନିଜର ଅବଦାନ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଛି ।