Advertisment

ଓଲିଉଡ୍ କଳିରେ କେବେ ଲାଗିବ ବିରାମ୍ ? ମନୋଜ ପଚାରିଲେ ବ୍ୟାନ୍‌ର କାରଣ..

ତୁଟିବ କ’ଣ, ତେଜିବାରେ ଲାଗିଛି ଓଲିଉଡ୍ କଳି। ବ୍ୟାନ୍ ଘୋଷିତ ଅଭିନେତା ମନୋଜ ମିଶ୍ର ନା ନରମୁଛନ୍ତି ନା ବ୍ୟାନ୍ ପ୍ରତ୍ୟାହାର ପାଇଁ ପ୍ରଯୋଜକ ରାଜି ହେଉଛନ୍ତି।

undefined

Ollywood

Advertisment

ଦିନ ପରେ ଦିନ ଗଡୁଛି। ହେଲେ ଓଲିଉଡ୍ କଳିରେ ଘଟୁନି ଯବନିକା। ନିଇତି ଆସୁଛି ନୂଆ ନୂଆ ଏପିସୋଡ୍। କିଏ ସୋସିଆଲ୍ ମିଡ଼ିଆରେ ତ ଆଉ କିଏ ମେନ୍ ଷ୍ଟ୍ରିମ୍ ମିଡ଼ିଆ ଆଗରେ ପରସ୍ପର ବିରୋଧରେ ଝାଡୁଛନ୍ତି ଅସନ୍ତୋଷ। ଆଜି ପୁଣି ମନୋଜ ମିଶ୍ର ବନାମ୍ ଫିଲ୍ମ ପ୍ରଯୋଜକ ସଂଘ। ପ୍ରଯୋଜକ ଟୁଟୁ ନାୟକ କାହିଁକି ମୋତେ ବ୍ୟାନ୍ କଲେ କହି ମନୋଜ ମାଗିଲେ ଜବାବ। କିନ୍ତୁ ପ୍ରଯୋଜକ ସଂଘ କହିଲା ଏହା ଟୁଟୁ ନାୟକଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନୁହଁ। ଏହା ସାମୁହିକ ନିଷ୍ପତ୍ତି।

Advertisment

ଅଭିନେତା ମନୋଜ ମିଶ୍ର କହିଲେ ମାଇଣ୍ଡଗେମ୍ ଫିଲ୍ମକୁ ରାଜ୍ୟବ୍ୟାପି ଚଲାଇବାକୁ ଦିଅ, ପ୍ରଯୋଜକ କହିଲେ, ଫିଲ୍ମକୁ ବ୍ୟାନ କରାଯାଇନି। ସୋସିଆଲ୍ ମିଡ଼ିଆରେ ମନୋଜ ମିଶ୍ରଙ୍କ ଏକ ଭିଡ଼ିଓ ପୋଷ୍ଟ ପରେ ପ୍ରଯୋଜକ ସଂଘ ଓ ମନୋଜ ମିଶ୍ରଙ୍କ ମଧ୍ୟରେ ବୟାନ ବାଜି ଦେଖାଯାଇଥିଲା। ମନୋଜ ସର୍ତ୍ତ ରଖି କହିଛନ୍ତି, ମୁଁ ରାମ ଫିଲ୍ମକୁ ବିରୋଧ କରିନି। ଅଥଚ କାହିଁକି ବ୍ୟାନ କରାଗଲା, ତାର ଉତ୍ତର ସହ ମାଇଣ୍ଡଗେମକୁ ରାଜ୍ୟବ୍ୟାପି ଚାଲିବାକୁ ଦିଆଯାଉ, ତା’ପରେ ଆଲୋଚନାକୁ ଆସିବି। ତେବେ ଫିଲ୍ମ ପ୍ରଯୋଜକ ସଂଘ କହିଛି, ବ୍ୟାନ୍ ଉଠିବ ନାହିଁ। ମନୋଜ ନିଜେ ବିବାଦର ସମାଧାନ ଚାହୁଁନାହାନ୍ତି, କି ଡାକିଲେ ଆସୁନାହାନ୍ତି। ବରଂ ବ୍ୟାନ ନିଷ୍ପତ୍ତିକୁ ପବ୍ଲିସିଟି ପାଇଁ ବ୍ୟବହାର କରୁଛନ୍ତି।

ଗତକାଲି ମନୋଜ ମିଶ୍ରଙ୍କୁ ଆଲୋଚନା ପାଇଁ ଆହ୍ୱାନ କରିଥିଲେ ଅଭିନେତା ଅରିନ୍ଦମ, ପୂର୍ବରୁ ବାବୁସାନ ବି କ୍ଷମା ମାଗିଥିଲେ। ତାରି ଭିତରେ ଜଣଙ୍କ ପରେ ଜଣେ ରାଜନେତା ହସ୍ତକ୍ଷେପ କରିଥିଲେ। ଏପରିକି ଓଡ଼ିଶା ଦି’ ଭାଗ ହୋଇଯିବ ବୋଲି କହି ଆଞ୍ଚଳିକତାବାଦର ବୟାନବାଜି ବି ଚାଲିଲା। ଏହି ମଉକାରେ ପଶ୍ଚିମ ଓଡ଼ିଶାରେ ଉଗ୍ର ହେବାରେ ଲାଗିଛି କୋଶଲ୍ ସେନାର ଆଭିମୁଖ୍ୟ। ପଶ୍ଚିମାଞ୍ଚଳକୁ ବିଭିନ୍ନ କ୍ଷେତ୍ରରେ ଅବହେଳା ଏବଂ ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ  ପ୍ରସଙ୍ଗକୁ ଧରି ଆସନ୍ତା ନଭେମ୍ବର ୧୫ ତାରିଖରେ କୋଶଲ ମହାବନ୍ଦ ଡାକରା ଦେଇଛି କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି।

Advertisment

ଅଭିନେତା ମନୋଜ ମିଶ୍ର ଏବଂ ଜିତୁ ମଙ୍ଗରାଜଙ୍କ ମଧ୍ୟରେ ହୋଇଥିବା ବ୍ୟକ୍ତିଗତ ବିବାଦରୁ ଉଠିଥିବା ଝଡ଼ ଓଲିଉଡରୁ ପଲିଟିକାଲ ମୈଦାନ ଯାଏଁ କମ୍ପୁଛି। ତେବେ କେବେ ତୁଟିବ ଏହି କଳି ? କଳି ତୁଟାଇବାର ବାଟ କ’ଣ ? ନା କଳିକୁ ନତୁଟାଇବାକୁ ରହିଛି କି କୌଣସି ଅଭିସନ୍ଧି ? ତାକୁ ନେଇ ନାନା ଚର୍ଚ୍ଚା ଲାଗିରହିଛି।

Ollywood Manoj Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ