Advertisment

Uttam Mohanty: CA ରୁ ସୁପରଷ୍ଟାର....ଉତ୍ତମଙ୍କ ବିଷୟରେ କିଛି ଅଜଣା କଥା

୧୯୭୭ ମସିହାରେ ବାରିପଦାରେ ସୁନାମଧନ୍ୟ ନିର୍ଦ୍ଦେଶକ ସାଧୁ ମେହେର 'ଅଭିମାନ' ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ଏହି ଫିଲ୍ମ।

ଅଦ୍ୟତନ ହୋଇଛି
uttam-mohanty Death: Unknown Facts About Uttam Mohant

uttam-mohanty

Advertisment

ଆଉ ନାହାନ୍ତି ଉତ୍ତମ ମହାନ୍ତି.....। ଓଲିଉଡ୍ ହରାଇଛି ଜଣେ ଉତ୍ତମ କଳାକାରଙ୍କୁ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ବନିଥିଲେ ସିନେ ସୁପରଷ୍ଟାର । ଗ୍ରାଜୁଏସନ ପରେ ଚାର୍ଟାର୍ଡ ଆକାଉଣ୍ଟାନ୍ସି କରିବାକୁ ଯାଇଥିଲେ ଲୁଧିଆନା। ପରେ କଲିକତାରେ ଭାଇଙ୍କ ସହ କିଛିଦିନ ରହିଥିଲେ। ଚାର୍ଟାର୍ଡ ପାଠରେ ଲାଗିନଥିଲା ମନ। ଏହାପରେ ବାରିପଦା ଫେରି ଆସିଥିଲେ ଉତ୍ତମ। ତା’ ପରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ ଉତ୍ତମ।

Advertisment

୧୯୭୭ ମସିହାରେ ବାରିପଦାରେ ପ୍ରସିଦ୍ଧ ଚଳଚିତ୍ର ନିର୍ଦ୍ଦେଶକ ସାଧୁ ମେହେର 'ଅଭିମାନ' ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ଏହି ଫିଲ୍ମ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିଥିଲେ ଉତ୍ତମ। ବାସ୍ ତା’ପରେ ସେ ଆଉ ପଛକୁ ଫେରିନାହାନ୍ତି।

ଅଧିକ ପଢନ୍ତୁ: ଜୀବନ ଯୁଦ୍ଧରେ ହାରିଗଲେ ଉତ୍ତମ ମହାନ୍ତି; ଦିନ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିବ ମରଶରୀର

Advertisment

ଗୋଟିଏ ପରେ ଗୋଟିଏ ହିଟ୍, ସୁପରହିଟ୍ ଫିଲ୍ମ ଭେଟି ଦେଇ ଚାଲିଲେ। “ଅଭିମାନ, ରାମାୟଣ, ଫୁଲ ଚନ୍ଦନ, ଝିଅଟି ସୀତା ପରି, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ସମୟ ବଡ ବଳବାନ, ପୂଜାଫୁଲ, ତୁଣ୍ଡ ବାଇଦ, ସରପଞ୍ଚ ବାବୁ, ଭୀଷ୍ମ ପ୍ରତିଜ୍ଞା, କପାଳ ଲିଖନ, ଯଶୋଦା,ଲକ୍ଷ୍ଣଣ ରେଖା, ସୁହାଗ ସିନ୍ଦୂର ଓ ପୁଅ ମୋର ଭୋଳାଶଙ୍କର” ଭଳି ସୁପରହିଟ୍ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିଥିଲା।

ପ୍ରାୟ ୧୩୫ଟି ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପାଇଁ ଅଗଣିତ ଦର୍ଶକ ସୃଷ୍ଟି କରିଥିଲେ ଉତ୍ତମ। ଏଥିମଧ୍ୟରେ ୩୦ଟି ବଙ୍ଗଳା ଏବଂ ନୟା ଜହର ନାମକ ଏକ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ରହିଛି।

Advertisment

ଓଲିଉଡରେ ୮୦ ଦଶକର ରୋମାଣ୍ଟିକ ହିରୋ ଭାବେ ଘରେ ଘରେ ପରିଚିତ ଥିଲେ ଉତ୍ତମ। ସେ ମୁଖ୍ୟ ଚରିତ୍ର ହେଉ ଅବା ସହ ଅଭିନେତା, ସବୁଥିରେ ଥିଲା ଉତ୍ତମଙ୍କ ଅଭିନୟର ପରାକାଷ୍ଠା। ନିଖୁଣ ଅଭିନୟ ପାଇଁ ଉତ୍ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଏବଂ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

ଗତକାଲି ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ। 

ଅଧିକ ପଢ଼ନ୍ତୁ:  ଅଭିମାନରୁ ଦଣ୍ଡା ବାଳୁଙ୍ଗା... ସରପଞ୍ଚ ବାବୁରୁ ସହରୀ ବାଘ

Ollwood Uttam Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ