Archita and Sabysachi
ରାଜ୍ୟର ପ୍ରତିଷ୍ଠିତ ଓଲିଉଡ ନାୟକ ଓ ନାୟିକାଙ୍କ କଣ୍ଠରେ ରେକର୍ଡିଂ ହେଲା ଓଡ଼ିଆ ଭଜନ। ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଷ୍ଟୁଡ଼ିଓରେ ଗୀତ ଗାଇଛନ୍ତି, ରେକର୍ଡିଂ ମଧ୍ୟ ହୋଇଛି। ଅଳଙ୍କାର ଚାନେଲ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଗୀତ ଗୁଡ଼ିକରେ ଓଲିଉଡର ଅନ୍ୟତମ ସୁପରହିଟ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ସହ ବବି ମିଶ୍ର, ଲିପ୍ସା ମିଶ୍ର, ପିଙ୍କି ପ୍ରଧାନ, ଶୀତଲ, ସୋହମ୍, ସୁଇଟି, ସୁକାନ୍ତ ପ୍ରମୁଖ କଣ୍ଠଦାନ କରିଛନ୍ତି।
କିଛି ନୂଆ ଏବଂ ପୁରୁଣା ଗୀତ ଗୁଡ଼ିକରେ କଣ୍ଠଦାନ କରିଛନ୍ତି ଏହି ଅଭିନେତା ଏବଂ ଅଭିନେତ୍ରୀ।
#ସବ୍ୟସାଚୀ_ଗାଇଲେ_ଓଡ଼ିଆ_ଭଜନ
ଅଭିନେତା ସବ୍ୟସାଚୀ ମିଶ୍ର ଗାଇଲେ ଓଡ଼ିଆ ଭଜନ 'ବଡ଼ ଦାଣ୍ଡେ ବାଜେ ଘଣ୍ଟ' । ପ୍ରଭୁଙ୍କ ଭଜନ ଗାଇ ଧନ୍ୟ ମନେକରୁଛି କହିଲେ ସବ୍ୟସାଚୀ । ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ବି ଜଣାଇଲେ #SabyasachiMishra#OdiaBhajan#RathaJatra#OTVpic.twitter.com/5DSLD2Le1n
— ଓଟିଭି (@otvkhabar) June 19, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687197963.jpg)