Advertisment

ମାନୁନଥିଲେ ପାର୍ଥସାରଥୀ, ବାନ୍ଧି ନେଲା ବଡଗଡ଼ ଥାନା ପୋଲିସ

ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା । ତେଣୁ ପୋଲିସ ପାର୍ଥଙ୍କୁ ଏବେ ଗିରଫ କରିଛି । ଏନବିଡବ୍ଲ୍ୟୁ ବଳରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Ollywood Actor Parthasarathi Ray

Ollywood Actor Parthasarathi Ray

Advertisment

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ । NBW ଆଧାରରେ ବଡଗଡ଼ ଥାନା ପୋଲିସ ତାଙ୍କୁ ଗିରଫ କରିଛି । କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ । ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା । ତେଣୁ ପୋଲିସ ପାର୍ଥଙ୍କୁ ଏବେ ଗିରଫ କରିଛି । ଏନବିଡବ୍ଲ୍ୟୁ ବଳରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଓଡ଼ିଆ ଟେଲିଭିଜନ ଆଗଧାଡ଼ିର ନାୟକ ହେଉଛନ୍ତି ପାର୍ଥ । ସେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ତା’ ସହ କିଛି ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଛି ।

Advertisment

ପାର୍ଥଙ୍କ ବିରୋଧରେ ହତ୍ୟା ଧମକ ଓ ଭିଡିଓ ଭାଇରାଲ ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ଖାରବଳ ନଗର ଥାନାରେ ଦୀର୍ଘ ଦିନ ଧରି ଅଭିଯୋଗ ହୋଇଥିଲା । ସେହି ମାମଲାର ଶୁଣାଣି ପାଇଁ କୋର୍ଟଙ୍କ ପକ୍ଷରୁ ବାରମ୍ବାର ସମନ ଆସିଥିଲେ ମଧ୍ୟ ହାଜର ହୋଇନଥିଲେ ପାର୍ଥସାରଥୀ । ତେଣୁ କୋର୍ଟ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ । ଫଳରେ ଏବେ ପାର୍ଥସାରଥୀ ରାୟଙ୍କୁ ଗିରଫ କରିଛି ବଡଗଡ଼ ଥାନା ପୋଲିସ ।

ଅଭିଯୋଗ ଅନୁସାରେ, ଜଣେ ଯୁବତୀଙ୍କୁ ଏସିଡ୍ ଆକ୍ରମଣର ଅଭିଯୋଗ ଥିଲା। ଏଥିରେ ୧୦ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇଥିଲେ। ତେବେ ଏହି ମାମଲା ଲିଙ୍କ୍ ର କିଛି ଭିଡିଓ ଭାଇରାଲ୍, ଅପହରଣ ଉଦ୍ୟମ, ହତ୍ୟା ଉଦ୍ୟମ ମାମଲା ପାର୍ଥଙ୍କ ବିରୋଧରେ ଆଣିଥିଲେ ଯୁବତୀ। ଏନେଇ କୋର୍ଟରେ ମାମଲା ଥିଲା। ଯାହାର ଶୁଣାଣିକୁ ଖିଲାପ କରିଥିବା ଅଭିଯୋଗ ପାର୍ଥଙ୍କ ବିରୋଧରେ ଥିଲା।

Advertisment
Ollywood Ollywood Actor Court Order
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ