Advertisment

ବୈଠକକୁ ଆସିଲେନି ମନୋଜ; ନିରାଶ ହେଲା OFDC

ଓଲିଉଡ୍ କଳିରେ ମୁଣ୍ଡ ପୁରାଇ ନିରାଶ ହେଲା OFDC। ଆଜି OFDC ଅଧ୍ୟକ୍ଷ ଏକ ବୈଠକ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଅଭିନେତା ମନୋଜ ମିଶ୍ର ଏହି ବୈଠକକୁ ଆସିନଥିଲେ। ତେଣୁ ସମାଧାନ ପ୍ରକ୍ରିୟାର ବଲ୍ ଏବେ ମନୋଜଙ୍କ କୋର୍ଟରେ ବୋଲି କହି ହାତ ଟେକି ଦେଇଛନ୍ତି OFDC ଅଧ୍ୟକ୍ଷ।

undefined

Ollywood

Advertisment

ଆସିଲେନି ମନୋଜ ମିଶ୍ର, ଝୁଲି ରହିଲା ବିବାଦ। OFDCର ଉଦ୍ୟମ ପରେ ବି ଓଲିଉଡ୍ କଳାକାରଙ୍କ କଳିଲେ ପଡ଼ିପାରିଲାନି ପୂର୍ଣ୍ଣଚ୍ଛେଦ। ମନୋଜ ମିଶ୍ରଙ୍କ ଉପରେ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ୍ ଲଗାଇଥିବା ବ୍ୟାନ୍ ହଟାଇବାକୁ ଆଜି କଟକ ସ୍ଥିତ OFDC ଅଫିସରେ ଏକାଠି ହୋଇଥିଲେ କଳାକାର ଓ ପ୍ରଯୋଜକ ସଂଘ।

Advertisment

ତେବେ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ କହିବା କଥା, ଏ ଆଲୋଚନା ପୂର୍ବରୁ ମନୋଜଙ୍କୁ ଆସିବାକୁ ସେ ବାରମ୍ବାର ଫୋନ୍ କରିଥିଲେ। ହେଲେ ମନୋଜଙ୍କଠୁ କୌଣସି ଉତ୍ତର ମିଳିନଥିଲା। ଆଜିର ବୈଠକ ବେଳେ ମଧ୍ୟ ମନୋଜଙ୍କୁ ଯାଇଥିଲା କୁନା ତ୍ରିପାଠୀଙ୍କ ଫୋନ୍ କଲ। ଆଉ ଏହାର ଉତ୍ତରରେ  ମନୋଜ ତାଙ୍କ ମୂଳ ବ୍ୟାନ୍ ପ୍ରସଙ୍ଗ ଛାଡ଼ି ଅନ୍ୟ କିଛି ପ୍ରସଙ୍ଗରେ ଦାବି ରଖିଥିବା କଥା କହିଛନ୍ତି OFDC ଅଧ୍ୟକ୍ଷ।

ଅନ୍ୟପଟେ ସୋସିଆଲ ମିଡିଆରେ ମନୋଜ ଲେଖିଛନ୍ତି, କୁନା ତ୍ରିପାଠୀ ମୋତେ ଫୋନ୍ କରିଥିଲେ। ମୁଁ ତାଙ୍କୁ ସମାଧାନର ବାଟ କହିଛି। ସେପଟେ ବୈଠକରେ ଯୋଗ ଦେଇଥିବା ପ୍ରୟୋଜକ ସଂଜୟ ନାୟକ, ଅରିନ୍ଦମ୍ ରୟ, କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ ଓ ଅନ୍ୟ କିଛି ପ୍ରଯୋଜକ ମଧ୍ୟ ମନୋଜ ମିଶ୍ରଙ୍କ ଅନୁପସ୍ଥିତି, ସେମାନଙ୍କୁ ନିରାଶ କରିଥିବା କହିଛନ୍ତି।

Advertisment

ଏପଟେ ମନୋଜ ମିଶ୍ରଙ୍କୁ ବ୍ୟାନ୍ ନେଇ ପଶ୍ଚିମ ଓଡ଼ିଶାରେ ଥମୁନି ବିବାଦ। ତେବେ ଏହାକୁ ସିନେ ଇଣ୍ଡଷ୍ଟ୍ରିର ଆଭ୍ୟନ୍ତରୀଣ ମାମଲା କହିଛନ୍ତି ବିଜେଡି ନେତା କଳୀକେଶ ସିଂହଦଓ। ନିର୍ବାଚନ ସମୟ ଆସୁଥିବାରୁ କିଛି ଲୋକ ଏ ପ୍ରସଙ୍ଗରୁ ରାଜନୈତିକ ରୁଟି ସେକି, ଅଯଥାରେ ପଶ୍ଚିମ ଓଡ଼ିଶା ଭାବାବେଗକୁ ଯୋଡ଼ି ଶସ୍ତା ରାଜନୀତି କରୁଥିବା କହି ବର୍ଷିଛନ୍ତି କଳୀକେଶ।

ଏପଟେ ଓଲିଉଡରେ ଚାଲିଥିବା କଳାକାର କଳିକୁ ନେଇ ତେରଛା ବାଣ ମାରିଛନ୍ତି ନିକଟରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପାଇଥିବା ଜାତୀୟ ପୁରସ୍କାର ପାଇଥିବା ପ୍ରଯୋଜକ ଅନୁପମ ପଟ୍ଟନାୟକ। ‘ଏକ୍ସ’ରେ କରିଥିବା ପୋଷ୍ଟରେ ଓଡ଼ିଶା ଏକ୍, ପୂର୍ବ କି ପଶ୍ଚିମ କିଛି ନାହିଁ। ସେହିପରି ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ। ଯେଉଁ ଫିଲ୍ମ ଆମେ ତିଆରି କରୁଛୁ, ତାହା କେବଳ ଓଡ଼ିଶା ପାଇଁ ନୁହେଁ, ସାରା ବିଶ୍ୱ ପାଇଁ।

Advertisment
Ollywood Arindam Roy OFDC Manoj Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ