Advertisment

ଜଗନ୍ନାଥଙ୍କ ଶକ୍ତି ନେଇ ଆସିଲା ଛୋଟ ଜଗା, ଦେଖନ୍ତୁ ତରଙ୍ଗ ପ୍ଲସ ଓଟିଟି ପ୍ଲାଟଫର୍ମରେ

ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ପାଇଁ ତରଙ୍ଗ ପ୍ଲସର ବଡ ଭେଟି । ପ୍ରଥମ ଥର ପାଇଁ ଓଡିଆରେ ଆସିଛି କାର୍ଟୁନ ସୋ ସିରିଜ ।

ଅଦ୍ୟତନ ହୋଇଛି
Chota jaga on Taranga plus OTT

Chota jaga on Taranga plus OTT

Advertisment

ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ପାଇଁ ତରଙ୍ଗ ପ୍ଲସର ବଡ ଭେଟି । ପ୍ରଥମ ଥର ପାଇଁ ଓଡିଆରେ ଆସିଛି କାର୍ଟୁନ ସୋ ସିରିଜ । ତରଙ୍ଗ ଓ ଅଲିଭ ରିଡଲେ ମିଡିଆ ପ୍ରସ୍ତୁତ କରିଛି ଓଡିଶାର ପ୍ରଥମ ସୁପର ହିରୋର କାହାଣୀ । ଜଗନ୍ନାଥଙ୍କ ଶକ୍ତିକୁ ନେଇ ଆସିଛି ଛୋଟ ଜଗା । ଶିଶୁଙ୍କ ମଧ୍ୟରେ ଛୋଟ ଜଗାକୁ ନେଇ ବେଶ ଉତ୍ସାହ ଦେଖାଦେଇଛି ।

Advertisment

ଛାତିରେ ସୁଦର୍ଶନ ଚକ୍ର.. ଆଖିରେ ଜ୍ବାଳାର ଶକ୍ତି.. ହାତରେ ଶତ ହାତୀର ବଳ । ଜଗନ୍ନାଥଙ୍କ ଶକ୍ତିରେ ସେ ଶକ୍ତିଶାଳୀ । ଆସୁଛି ଓଡ଼ିଶାର ପ୍ରଥମ ସୁପରହିରୋ ଛୋଟ ଜଗା । ପ୍ରଥମ ଥର ପାଇଁ ଓଡିଶାର ନିଜସ୍ବ ସୁପର ହିରୋର କାହାଣୀକୁ ନେଇ ତରଙ୍ଗ ପ୍ଲସ ଓଟିଟି ପ୍ଲାଟଫର୍ମରେ ଆରମ୍ଭ ହୋଇଛି କାର୍ଟୁନ ସୋ ଛୋଟ ଜଗା ।

ଶିଶୁ ଦିବସ ଅବସରରେ ଶିଶୁଙ୍କ ଗହଣରେ ପ୍ରଦର୍ଶିତ ହୋଇଛି ଏହି ସୁପର ହିରୋର କାହାଣୀ । ଛୋଟ ଛୋଟ ଶିଶୁଙ୍କ ମନୋରଞ୍ଜନ ପାଇଁ ପୂର୍ବରୁ ଜାତୀୟ ସ୍ତରରେ ଅନେକ ସୁପର ହିରୋର କାହାଣୀ ରହିଥିବା ବେଳେ ଛୋଟ ଜଗା ହେଉଛି ଓଡିଶାର ପ୍ରଥମ ସୁପର ହିରୋ କାର୍ଟୁନ ।

Advertisment

ଶିଶୁ ଦିବସ ଅବସରରେ ଏକାଧିକ ସ୍କୁଲରେ ପ୍ରଦର୍ଶିତ ହୋଇ ଶିଶୁଙ୍କ ମନ ମୋହି ପାରିଛି ଏହି ଛୋଟ ଜଗା । ଏହାକୁ ନେଇ ପିଲାଙ୍କ ମଧ୍ୟରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ମଧ୍ୟ ଆୟୋଜିତ ହୋଇ ଯାଇଛି । ଛୋଟ ଜଗାର ଟିମ୍ ମେମ୍ବର ସ୍କୁଲ ପିଲାଙ୍କ ସହ ବେଶ ମଜାମସ୍ତି ବି କରିଛନ୍ତି ।

ତେବେ ଛୋଟ ଜଗାକୁ ଦେଖିବା ପାଇଁ ଆପଣଙ୍କୁ କେବଳ ତରଙ୍ଗ ପ୍ଲସ୍ ଆପ୍ ଡାଉନଲୋଡ କରିବାକୁ ହେବ । ଏହା ସହ ଛୋଟ ଜଗାର କାହାଣୀ ସହ ନିଜ ଶିଶୁଙ୍କୁ ରାଜ୍ୟର ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଅବଗତ ହୁଅନ୍ତୁ ।

Advertisment

For Download Click Here: 

https://play.google.com/store/apps/details?id=com.otl.tarangplus (Android Users)

https://apps.apple.com/us/app/tarangplus/id1478384536?ls=1 (iOS Users)

Tarang Plus Tarang App
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ