Advertisment

ଚରମ ଦୁର୍ଦ୍ଦିନରେ ରାଜ୍ୟର ସିନେ ଶିଳ୍ପ; ୧୦ ବର୍ଷରେ ବନ୍ଦ ହେଲାଣି ୪୦ଟି ସିନେମା ହଲ୍...

ରାଜ୍ୟର ଫିଲ୍ମ ହଲର ସ୍ଥିତିକୁ ନେଇ କିଛି ତଥ୍ୟ ହୋସ୍ ଉଡ଼ାଇ ଦେଲାଭଳି। ଗଲା ୧୦ ବର୍ଷରେ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି ୪୦ଟି ହଲ୍, ବଞ୍ଚିଛି ମାତ୍ର ୫୨ଟି ।

ଅଦ୍ୟତନ ହୋଇଛି
undefined

Cinema Halls

Advertisment

ସିନେମା ହଲ୍ ଶୂନ୍ୟ ହୋଇଯିବ କି ଓଡ଼ିଶା ? ରାଜ୍ୟର ଫିଲ୍ମ ହଲର ସ୍ଥିତିକୁ ନେଇ କିଛି ତଥ୍ୟ ହୋସ୍ ଉଡ଼ାଇ ଦେଲାଭଳି। ଗଲା ୧୦ ବର୍ଷରେ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି ୪୦ଟି ହଲ୍, ବଞ୍ଚିଛି ମାତ୍ର ୫୨ଟି । ଯଦି, ଏହି ଧାରା ଜାରି ରୁହେ, ତାହେଲେ ଦିନେ ଓଡ଼ିଶାରେ ସିନେମା ହଲ୍ ଇତିହାସ ପାଲଟି ଯାଇପାରେ। ତେବେ ରାଜ୍ୟ ସିନେମା ଶିଳ୍ପର କାହିଁକି ଏ ସ୍ଥିତି, ପଢନ୍ତୁ ଏହି ସ୍ପେଶାଲ୍ ରିପୋର୍ଟ...

Advertisment

ଦିନେ ଏଠି ଖଚାଖଚ୍ ଭିଡ଼ ଜମୁଥିଲା, ସବୁ ସିଟରେ ବସି ଫିଲ୍ମ ଦେଖୁଥିଲେ ଦର୍ଶକ। ନା ଏବେ ଏହି ସିଟ୍ ଅଛି, ନା ରିଲ୍ ଅଛି, ନା ଫିଲ୍ମ, ନା ହଲ୍। ଭୁବନେଶ୍ବରର ବହୁ ପୁରୁଣା ରବି ଟକିଜର ସ୍ଥିତି ନ କହିବା ଭଲ । ସିନେମା ହଲ୍ କଲ୍ୟାଣ ମଣ୍ଡପରେ ପରିଣତ ହୋଇଛି, ଆଉ ସିଲଭର୍ ସ୍କ୍ରିନ୍ ଲାଗୁଥିବା ସ୍ଥାନ ବାହାଘର ମଣ୍ଡପରେ। ଏହି ଗୋଟିଏ ଫିଲ୍ମ ହଲ ନୁହେଁ ରାଜଧାନୀର ବହୁ ସିନେମା ହଲ୍ ବନ୍ଦ ହୋଇ ପଡ଼ିଛି। ଏକାମ୍ର ହଲର ଅବସ୍ଥା ଥରେ ସେମିତି । ଦିନ ଥିଲା ଝରକା ପାଖରେ ଟିକେଟ୍ ଖଣ୍ଡକ୍ ପାଇଁ ଜମୁଥିଲା ଭିଡ଼। ରଜ, ଦଶହରାରେ ତ ଯାତ୍ରା ଭଳି ପରିସ୍ଥିତି ଉପୁଜୁଥିଲା। ହେଲେ ଏବେ କର୍ପୂର ଉଡ଼ିଯାଇଛି, କନା ବଞ୍ଚିଲା ଭଳି କେବଳ ହଲ୍ ନିଜ ସ୍ଥିତି ଅଣ୍ଡାଳୁଛି।

ଏମିତି ସ୍ଥିତି ଖାଲି ଭୁବନେଶ୍ବରର ନୁହେଁ, ପୁରୀ ସହରରେ ତ ଏବେ ସିନେମା ହଲ୍ ହିଁ ନାହିଁ। ଦିନେ ପର୍ଯ୍ୟାପ୍ତ ହଲ୍ ଥିଲା। ଲୋକେ ଓଡ଼ିଆ ଫିଲ୍ମ ଦେଖୁଥିଲେ, ଟିକେଟ୍ ବ୍ଲାକ ବି ହେଉଥିଲା। ହେଲେ ଏବେ ଶ୍ରୀକୃଷ୍ଣ, ଜନତା ଏବଂ ଲକ୍ଷ୍ମୀ ଟକିଜ୍ ତିନିଟି ହଲ୍ ଏବେ ବନ୍ଦ। ଆଉ ବ୍ରହ୍ମପୁରରେ ୧୯୨୭ ମସିହାରେ ନିର୍ମାଣ ହୋଇଥିବା ରାଜ୍ୟର ପ୍ରଥମ ସିନେମା ହଲ୍ SSVTର ଅବସ୍ଥା ବେହାଲ । କାହିଁ କେତେ ଦଶନ୍ଧିରୁ ୟେ ଆଖି ବୁଜିଲାଣି। ନୂଆ ନୂଆ ଅନେକ ହଲ୍ ଗଢ଼ି ଉଠିଥିଲା, ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ତା ବି ମାଟିରେ ଲୋଟିଛି। ଲୋକଙ୍କ ଭିତରେ ଫିଲ୍ମ ଦେଖିବାକୁ ପ୍ରବଳ ଉତ୍ସାହ ଅଛି କିନ୍ତୁ ହଲ୍ ଅଭାବ ଯୋଗୁଁ ଇଚ୍ଛା ବି ମରିବାକୁ ବସିଛି ।

Advertisment

ଆମ ରାଜ୍ୟର ସିନେମା ହଲର ସ୍ଥିତି ନେଇ ସରକାରୀ ତଥ୍ୟ ବି ହୋସ୍ ଉଡ଼ାଇଲା ଭଳି। ଗୃହରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ତଥ୍ୟ ଅନୁସାରେ, ଏବେ ରାଜ୍ୟରେ ମାତ୍ର ୫୨ଟି ସନେମା ଥିଏଟର୍ ଅଛି। ୩୦ଟି ମଲ୍ଟି ପ୍ଲେକ୍ସ ଓ ମାତ୍ର ୨୨ଟି ସିଙ୍ଗଲ ସିନ୍ ସିନେମା ହଲ। ଅର୍ଥାତ ଅନେକ ଜିଲ୍ଲାରେ ସିନେମା ହଲ୍ ହିଁ ନାହିଁ। ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୨୮ ଶହରୁ ଅଧିକ ଓ ପଶ୍ଚିମବଙ୍ଗରେ ପ୍ରାୟ ୪୦୦ରୁ ଅଧିକ ହଲ୍ ରହିଛି। ହେଲେ ଓଡ଼ିଶାରେ ସିନେମା ହଲ୍ ସବୁ ବନ୍ଦ ହେବା ପଛରେ ପୂର୍ବ ସରକାରଙ୍କ ଆନ୍ତରିକତାର ଅଭାବକୁ ଦାୟୀ କରିଛି ସିନେ ବିଶେଷଜ୍ଞ। 99 ମହାବାତ୍ୟା ରାଜ୍ୟ ସିନେ ଶିଳ୍ପର ଯେତେଟା କ୍ଷତି କରି ପାରି ନଥିଲା, ତା ପରେ ସରକୀରୀ ପ୍ରୋତ୍ସାହନର ଅଭାବ ଏବଂ ଶେଷରେ କରୋନା ମାଡ଼ ନଇଁ ପଡ଼ିଥିବା ସିନେମା ଶିଳ୍ପର ଅଣ୍ଟାକୁ ପୂରା ଭାଙ୍ଗି ଦେଲା। ଏଭଳି ସ୍ଥିତିରେ ସତ୍ତା ଖୋଜୁଥିବା ରାଜ୍ୟ ସିନେ ଶିଳ୍ପକୁ ପୁନର୍ଜୀବନ ଦେବା କ୍ଷେତ୍ରରେ ନୂଆ ସରକାର କି ପଦକ୍ଷେପ ନେଉଛନ୍ତି, ତାଉପରେ ନଜର।

Cinema Halls Odia Film Industry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ