Odia tele actress Rajeswari Ray Mohapatra passes away after battle with Cancer
ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଦେହାନ୍ତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୩୬ ବର୍ଷ ବୟସରେ ସେ ସମସ୍ତଙ୍କୁ ଅଲ୍ବିଦା କହିଛନ୍ତି। ରାଜେଶ୍ୱରୀଙ୍କ ଅଚାନକ ବିୟୋଗରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।
ପତ୍ନୀଙ୍କୁ ସବୁଦିନ ପାଇଁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ରାଜେଶ୍ୱରୀଙ୍କ ସ୍ୱାମୀ। କୋହଭରା କଣ୍ଠରେ ସେ କହିଛନ୍ତି, ‘ମଝିରେ ମଝିରେ ତାଙ୍କ ଦେହ ଖରାପ ହେଉଥିଲା। ତେବେ ଚିକତ୍ସା ପରେ ପୁଣି ସେ ଠିକ୍ ହୋଇଯାଉଥିଲେ। ହେଲେ ଏଥର ତାଙ୍କୁ ହସ୍ପିଟାଲ୍ ଆଣିବାରେ ଟିକେ ବିଳମ୍ବ ହୋଇଯାଇଥିଲା। ଗତକାଲି ଅପରାହ୍ଣରେ ରାଜେଶ୍ୱରୀଙ୍କ ମୁଣ୍ଡ ବିନ୍ଧା ହେବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ରାଜେଶ୍ୱରୀ ଫାଇଟର୍ ଓ ସାହସୀ ଥିଲେ।’
୨୦୧୮ରୁ ଲଙ୍ଗସ୍ ଓ ବ୍ରେନ୍ କ୍ୟାନସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ରାଜେଶ୍ୱରୀ। କିଛି ଦିନ ପୂର୍ବେ ସୁସ୍ଥ ହୋଇଥିଲେ। ଜୀବନରେ ପ୍ରତିଟି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ରାଜେଶ୍ୱରୀ କେବେ ବି ହାର୍ ମାନିନଥିଲେ। ନିଜ ବିନ୍ଦାସ ଆଟଟ୍ୟୁଡ୍ ତାଙ୍କୁ ଅନ୍ୟଠୁ ଭିନ୍ନ କରିଥିଲା। ଟେଲିଭିଜନ୍, ଆଲବମ୍ରେ ତାଙ୍କ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଥିଲେ। ତରଙ୍ଗ ଧାରାବାହିକ ‘ଉଆଁସି କନ୍ୟା’ରେ ଅଳକା ଚରିତ୍ର ତାଙ୍କୁ ଅଧିକ ପପୁଲାର୍ କରିଥିଲା। ଏହାଛଡ଼ା ଅନେକ ଟେଲିଭିଜନ୍ ଶୋ’ରେ ତାଙ୍କ ଉପସ୍ଥାପନା ଶୈଳୀ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658380353.jpg)