Advertisment

ଆଜି ବି ଗଳିକନ୍ଦି ବୁଲି ମେଢ଼ ଦେଖନ୍ତି ସବ୍ୟସାଚୀ, ହେଲେ ମୁହଁରେ ଥାଏ ରୁମାଲ୍‌

କୋଭିଡ୍‌ କଟକଣା ଯୋଗୁ ୨ବର୍ଷ ହେବ ଉତ୍ସବ ସଂପୂର୍ଣ୍ଣ ଫିକା ପଡ଼ି ଯାଇଥିବାରୁ ଏଥର ଧୁମ୍‌ଧାମ୍‌ରେ ସମସ୍ତେ ଦଶହରା ପାଳନ କରିବାକୁ ଭୁଲୁ ନାହାଁନ୍ତି। କିଏ ପରିବାର ସହ ତ ଆଉ କିଏ ସାଙ୍ଗସାଥୀଙ୍କ ସହ ମାତିଛନ୍ତି ସେଲିବ୍ରେସନରେ। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ଏବେ ସେଲିବ୍ରେସନ୍‌ ମୁଡ୍‌ରେ।

Odia Celebrities Durga Puja Celebration

Odia Celebrities Durga Puja Celebration

Advertisment

ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ମା’ଙ୍କ ଆଗମନରେ ପାର୍ବଣ ଋତୁ ଆରମ୍ଭ ହୋଇଛି। ଚଳଚଞ୍ଚଳ ହୋଇପଡ଼ିଛି ଧରାପୃଷ୍ଠ। ସବୁଠି ଉତ୍ସବମୁଖର ପରିବେଶ। କୋଭିଡ୍‌ ଯୋଗୁ ୨ବର୍ଷ ପରେ ଜାକଜମକରେ ମା’ଙ୍କ ପୂଜା ଆୟୋଜନ ହୋଇଛି। କେଉଁଠି ରଙ୍ଗବେରଙ୍ଗର ଆଲୋକମାଳା ଝଲସୁଛି ତ ଆଉ କେଉଁଠି ସୁଉଚ୍ଚ ତୋରଣ ଶୋଭା ପାଉଛି। କଟକରେ ସୁନା, ଚାନ୍ଦି ମେଢ଼ରେ ଝଲସୁଛନ୍ତି ଦେବୀ ଦୁର୍ଗା। କୋଭିଡ୍‌ କଟକଣା ଯୋଗୁ ୨ବର୍ଷ ହେବ ଉତ୍ସବ ସଂପୂର୍ଣ୍ଣ ଫିକା ପଡ଼ି ଯାଇଥିବାରୁ ଏଥର ଧୁମ୍‌ଧାମ୍‌ରେ ସମସ୍ତେ ଦଶହରା ପାଳନ କରିବାକୁ ଭୁଲୁ ନାହାଁନ୍ତି। କିଏ ପରିବାର ସହ ତ ଆଉ କିଏ ସାଙ୍ଗସାଥୀଙ୍କ ସହ ମାତିଛନ୍ତି ସେଲିବ୍ରେସନରେ। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ଏବେ ସେଲିବ୍ରେସନ୍‌ ମୁଡ୍‌ରେ। କିଏ ଦଶହରା ସେଲିବ୍ରେସନ୍‌ ପାଇଁ ସୁଟିଂ ଅଧାରୁ ଛାଡ଼ି ଘରକୁ ଆସିଛନ୍ତି ତ, ଆଉ କିଏ ସମୟ ବାହାର କରି ପରିବାର ଓ ସାଙ୍ଗଙ୍କ ସହ ମାତିଛନ୍ତି ଉତ୍ସବରେ। ଆସନ୍ତୁ ଜାଣିବା, କେଉଁ ସେଲିବ୍ରିଟି କେମିତି ପାଳୁଛନ୍ତି ଦଶହରା।

Advertisment

ସବ୍ୟସାଚୀ ମିଶ୍ର, ଅଭିନେତା:
କରୋନା ବେଳେ ଜନସେବା ପାଇଁ ଓଡ଼ିଆଙ୍କ ହୃଦୟ ଜିତି ପାରିଥିବା ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି, ଗତ ୨ବର୍ଷର ପୂଜାମଜା ଏଥର ସେ ସୁଧମୂଳ ସହ ଉଠାଇବେ। କାରଣ ପୂଜାକୁ କରୋନା ଏକପ୍ରକାର ମର୍ଡର କରିଦେଇଥିଲା। ସେଥିପାଇଁ ସବ୍ୟ ଏଥର ଦଶହରା ସେଲିବ୍ରେସନ ପରିବାର ଓ ନିଜ ପ୍ରଶଂସକଙ୍କ ସହ କରିବେ ବୋଲି କହିଛନ୍ତି। ଦଶହରାରେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। ଫ୍ୟାନଙ୍କ ସହ ମିଶିବା ପାଇଁ ଏଗୁଡ଼ିକ ସୁଯୋଗ ସୃଷ୍ଟି କରିଥାଏ ବୋଲି ସବ୍ୟସାଚୀ କହିଛନ୍ତି। ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ ଦଶହରା ମଉଜ ପୂରା ଅଲଗା ପ୍ରକାର। ସବ୍ୟ କହିଛନ୍ତି, କଟକର ପରିବେଶ ପୂଜାକୁ ଭିନ୍ନ ରୂପ ଦିଏ। ଆଉ ଭୁବନେଶ୍ୱରର ଚାକଚକ୍ୟ ପୂଜା ବୁଲାକୁ ଦ୍ୱିଗୁଣିତ କରିଦିଏ। କଟକରେ ଦୁର୍ଗାପୂଜା ପାଳନ କିଛି ନିଆରା। କାରଣ ସାହି, ଗଳିରେ ବୁଲି ମେଢ଼ ଦେଖିବାର ମଜା କିଛିଟା ଅଲଗା। ଏହି ଅବସରରେ ସବ୍ୟସାଚୀ ଦଶହରା ବେଳର ତାଙ୍କର ଏକ ପୁରୁଣା ସ୍ମୃତି ସେୟାର କରିଛନ୍ତି। ସେ କହିଛନ୍ତି- ‘କଟକରେ ଅଜା, ଆଈଙ୍କ ସହ ମେଢ଼ ବୁଲିବା ହେଉଛି ସବୁଠୁ ଭଲ ସ୍ମୃତି। ରିକ୍ସା କରି ପରିବାର ଲୋକଙ୍କ ସହ ଦଶହରା ମେଢ଼ ଦେଖିବାର ମଜା ସବୁଠୁ ଅଲଗା। ଫିଲ୍ମ ଷ୍ଟାର ହେଲା ପରେ ବି ମୁହଁରେ ରୁମାଲ୍‌ ବାନ୍ଧି ଗଳିକନ୍ଦି ବୁଲି ମେଢ଼ ଦେଖିଥାଏ।’

Advertisment

ସୋହିନୀ ମିଶ୍ର, ଗାୟିକା:
‘ଭୁବନେଶ୍ୱରରେ ମୁଁ ରହୁଛି। କଟକରେ ମୋ ବାପଘର। ତେଣୁ ଏଥର ଦୁଇ ଯାଗାର ମେଢ଼ ସବୁ ବୁଲିକି ଦେଖିବି’ ବୋଲି ଗାୟିକା ସୋହିନୀ ମିଶ୍ର କହିଛନ୍ତି। କଟକରେ ରୁପା, ସୁନା ମେଢ଼ ଉପରେ ଗୁରୁତ୍ୱ ଦେଇଥାନ୍ତି। ଏହାସହ ପ୍ରତ୍ୟେକ ବର୍ଷ ଦଶହରାରେ କଟକରେ ନୂଆ ଥିମ୍‌ ଆଧାରରେ ତୋରଣ କରିଥାନ୍ତି। ଯାହାକି ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ତେଣୁ କଟକରେ ଦଶହରା ବହୁତ ଭଲ ଲାଗିଥାଏ ବୋଲି ସୋହିନୀ କହିଛନ୍ତି। 

Advertisment


 
 
 
 
 
 
 
 
 
 
 
 
 
 

A post shared by Sohini Mishra (@mishrasohini)

ସୂର୍ଯ୍ୟମୟୀ ମହାପାତ୍ର, ଅଭିନେତ୍ରୀ:
ଦଶହରା ସମୟରେ ପୂଜା ମଣ୍ଡପ ଗୁଡ଼ିକରେ ଅନେକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। ତେଣୁ ଦଶହରା ସମୟରେ ମୁଖ୍ୟ କାମ ହେଲା, ଟିକେ ସମୟ ବାହାର କରି, ପରିବାର ସହିତ ପୂଜା ମେଢ଼ ବୁଲିବା ଆଉ ମଉଜ କରିବା। ଏହା କହିଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର। ଯଦିଓ ପ୍ରତ୍ୟେକ ବର୍ଷ ଦଶହରା ପାଳନର ପରିବେଶ ବଦଳି ବଦଳି ଚାଲିଛି, ହେଲେ ପୂର୍ବରୁ ଯେମିତି ଧାର୍ମିକ ଭାବନା ଥିଲା ସେମିତି ହିଁ ରହିଛି। ଦଶହରା ଏମିତି ଏକ ସମୟ, ଯେତେବେଳେ କି ମାଆଙ୍କୁ ସ୍ମରଣ କରି କିଛି ନୂଆ କାର୍ଯ୍ୟ ଆରମ୍ଭ କରାଯାଇଥାଏ। ଗତ ୨ବର୍ଷ ହେବ କୋଭିଡ୍‌ କଟକଣା ଯୋଗୁ ଆମେ ଦଶହରା ପାଳନ କରିପାରି ନଥିଲୁ। ଏବେ କୋଭିଡ୍‌ କଟକଣା ହଟିଥିବାରୁ ମା’ଙ୍କ ଦର୍ଶନ କରିପାରିବା ସହ ବୁଲାବୁଲି କରିପାରିବା ବୋଲି ସୂର୍ଯ୍ୟମୟୀ କହିଛନ୍ତି। ସେଲିବ୍ରିଟି ହୋଇ ମଧ୍ୟ ଏବେବି ଚାଲି ଚାଲି ମେଢ଼ ବୁଲି ଦେଖିଥାନ୍ତି ବୋଲି ସୂର୍ଯ୍ୟମୟୀ କହିଛନ୍ତି। ଏହାର ମଜା ମଧ୍ୟ କିଛିଟା ଅଲଗା। ପରିବାର ଲୋକଙ୍କ ସହ ଚାଲି ଚାଲି ମେଢ଼ ବୁଲି ଦେଖିବା, ଷ୍ଟ୍ରିଟ୍‌ ଫୁଡ୍‌ ଖାଇବାର ମଜା କିଛିଟା ଅଲଗା ବୋଲି ସେ କହିଛନ୍ତି। ଛୋଟ ବେଳର ଏକ ସ୍ମୃତି ସେୟାର କରି ଅଭିନେତ୍ରୀ ସୂର୍ଯ୍ୟମୟୀ କହିଛନ୍ତି, ‘ଥରେ କୌଣସି କାରଣରୁ ମୋ ଗୋଡ଼ ଭାଙ୍ଗି ଯାଇଥିଲା। ତଥାପି ଛୋଟା ଗୋଡ଼ରେ ମୁଁ ଭସାଣୀ ବୁଲି ମେଢ଼ ଦେଖିଥିଲୁ। ଏହି ସମୟରେ ହାଇକୋର୍ଟ ପାଖରେ ମୋ ମା’ ହଜି ଯାଇଥିଲେ। ମୁଁ ଏତେ ବ୍ୟତିବ୍ୟସ୍ତ ହୋଇଯାଇଥିଲି ଯେ, କାନ୍ଦି କାନ୍ଦି ଭଙ୍ଗା ଗୋଡ଼ରେ ମୁଁ ମା’ଙ୍କୁ ଖୋଜିଥିଲି। ଏହି ଘଟଣା ମୁଁ କେବେବି ଭୁଲି ପାରିବିନି।’


 
 
 
 
 
 
 
 
 
 
 
 
 
 

A post shared by Suryamaye🐾 (@suryamayee_mohapatra)

ଜାଗୃତି ମିଶ୍ର, ଗାୟିକା:
ଫୁଲ୍‌ ପାୱାରରେ ଏଥର ଦଶହରା ସେଲିବ୍ରେସନ୍‌ ହେବ। କଟକ ଓ ଭୁବନେଶ୍ୱର ଉଭୟ ସ୍ଥାନରେ ଦୁର୍ଗାପୂଜା ପରିବେଶ ଅଲଗା ଥାଏ। ଭୁବନେଶ୍ୱରେ ସୁନ୍ଦର ସୁନ୍ଦର ପୂଜା ପେଣ୍ଡାଲ୍‌ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ, କଟକରେ କିନ୍ତୁ ବେଶୀ କ୍ରେଜ୍‌ ଦେଖିବାକୁ ମିଳିଥାଏ। କଟକର ଦୁର୍ଗାପୂଜା ସବୁଠୁ ପ୍ରସିଦ୍ଧ। କଟକରେ ଏତେ ମେଢ଼ ହୋଇଥାଏ ଯେ ବୁଲିବା ପାଇଁ ପାଖରେ ସମୟ ନଥାଏ। ନିଜର ଅନୁଭୂତି ସେୟାର କରି ଜାଗୃତି କହିଛନ୍ତି- ‘ଥରେ ଭିଡ଼ରେ ଆମେ ଏମିତି ଫସି ଯାଇଥିଲୁ ଯେ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା। ତା’ପରେ ଆମେ ନିଷ୍ପତ୍ତି ନେଇଥିଲୁ, ରାତିରେ ଆଉ ନବୁଲି ଏଥର ଦିନରେ ବୁଲିବୁ।’


 
 
 
 
 
 
 
 
 
 
 
 
 
 

A post shared by Jagruti Mishra (@_jagrutimishraofficial_)

ସ୍ୱରାଜ, ଅଭିନେତା: 
ଦଶହରା ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଦୁର୍ଗାପୂଜା ଆସିଲେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ପରିବାର ସହ ପୂଜା ପାଳନ ପାଇଁ ଘରକୁ ଆସିଥାନ୍ତି। ବାପାମା’, ଜେଜେବାପା-ଜେଜେମା’ଙ୍କ ସହ ଯାଇ ମେଳା ବୁଲିବାକୁ ବହୁତ ଭଲ ଲାଗିଥାଏ। ସୁଟିଂ ଛାଡ଼ି ପରିବାର ସହ ଏଥର ଦଶହରା ପାଳିବାକୁ ଘରକୁ ଆସିଥିବା ସ୍ୱରାଜ କହିଛନ୍ତି।


 
 
 
 
 
 
 
 
 
 
 
 
 
 

A post shared by Swaraj Barik (@swarajbarik_)

Durga Puja 2022 Odia Celebrities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ