Advertisment

ଆତ୍ମହତ୍ୟା କଲେ ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା

ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Odia Actor Raimohan Parida Commits Suicide

Odia Actor Raimohan Parida Commits Suicide

Advertisment

ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବାସଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନି। 

Advertisment

ଓଲିଉଡର ଲୋକପ୍ରିୟ ଅଭିନେତା ଭାବେ ରାଇମୋହନ ବେଶ୍‌ ଜଣାଶୁଣା। ଯାତ୍ରା ଜଗତରେ ବି ସେ ବେଶ୍‌ ପରିଚିତ ଥିଲେ। ଖଳ ଚରିତ୍ରରେ ତାଙ୍କ ଅଭିନୟ ଥିଲା ବେଶ ଚମତ୍କାର।

ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ମିଳିଛି। ଖବରପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚିଛି। ରାଇମୋହନଙ୍କ ମୃତ୍ୟୁକୁ ନେଇ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପୋଲିସ୍‌ କ୍ୟାପିଟାଲ ହସ୍ପିଟାଲ ନେଇଛି। 

Advertisment

ଓଡ଼ିଆ ସିନେ ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଥିଲେ ରାଇମୋହନ। ଖଳନାୟକ ଭାବେ ଜୀବନ୍ତ ଅଭିନୟ ପାଇଁ ସେ ବେଶ୍ ପରିଚିତ ଥିଲେ। ୧୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଥିଲେ। ଯାତ୍ରା ଜଗତରେ ବି ସେ ବେଶ୍ ପ୍ରସିଦ୍ଧ ଥିଲେ। ମଞ୍ଚ ଉପରେ ରାଇଙ୍କ ଖଳନାୟକୀ ଦର୍ଶକଙ୍କୁ ରୋମାଞ୍ଚିତ କରୁଥିଲା।

Raimohan Parida Odia Actor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ