Advertisment

ମା ହେବେ ଟିଏମ୍‌ସି ସାଂସଦ ନୁସରତ ଜହାନ

ନିକଟରେ ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜହାନ ତାଙ୍କ ଗର୍ଭଧାରଣ ଘଟଣା ଓ ସ୍ୱାମୀ ନିଖିଲ ଜୈନଙ୍କ ସହ ଚାଲିଥିବା ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ। ତେବେ ଖୁବ ଶୀଘ୍ର ନୁସରତ ମା ହେବାକୁ ଯାଉଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡିତ ବଡ ଖବର ବାହାରକୁ ଆସୁଛି। ପ୍ରସବ ପାଇଁ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Nusrat Jahan

Nusrat Jahan

Advertisment

ମୁମ୍ବାଇ : ନିକଟରେ ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜହାନ ତାଙ୍କ ଗର୍ଭଧାରଣ ଘଟଣା ଓ ସ୍ୱାମୀ ନିଖିଲ ଜୈନଙ୍କ ସହ ଚାଲିଥିବା ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ। ତେବେ ଖୁବ ଶୀଘ୍ର ନୁସରତ ମା ହେବାକୁ ଯାଉଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡିତ ବଡ ଖବର ବାହାରକୁ ଆସୁଛି। ପ୍ରସବ ପାଇଁ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ମୁତାବକ, ନୁସରତ ଜହାନଙ୍କୁ ବୁଧବାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ତାଙ୍କ ଡେଲିଭରୀ ଅଗଷ୍ଟ ୨୬ରେ ହେବ। ଶୁଣାଯାଉଛି ଯେ ଆଜିକାଲି ନୁସରତ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ସଂପର୍କରେ ଅଛନ୍ତି। ଏନେଇ ପ୍ରସବ ସମୟରେ ୟଶ ତାଙ୍କ ସହ ରହିବାକୁ ଅନୁମତି ଦେବା ପାଇଁ ନୁସରତ ଡାକ୍ତରମାନଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି। ପୂର୍ବରୁ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବରରେ ନୁସରତଙ୍କ ପ୍ରସବ ହେବ ବୋଲି କୁହାଯାଉଥିଲା।

Advertisment

ନୁସରତ ଜହାନ ୨୦୧୯ରେ ତୁର୍କୀରେ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କିଛି ମନୋନୀତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ପରେ ଟିଏମ୍‌ସି ଟିକେଟ୍‌ରେ ୨୦୧୯ ଲୋକସଭା ନିର୍ବାଚନରେ ​​ଜିତିଥିବା ନୁସରତ କୋଲକାତାର ଏକ ପଞ୍ଚତାରକା ହୋଟେଲରେ ଏକ ବିରାଟ ବିବାହ ଉତ୍ସବର ଆୟୋଜନ କରିଥିଲେ ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାଏ ଯୋଗ ଦେଇଥିଲେ। ବର୍ତ୍ତମାନ ବିବାହରେ ବିବାଦ ଦେଖାଦେଇଥିବା ବେଳେ ନୁସରତ ଏହି ବିବୃତ୍ତି ଜାରି କରିଛନ୍ତି ଏବଂ ସେ ପୃଥକ ଭାବରେ ରହୁଛନ୍ତି ଓ ଗର୍ଭବତୀ ଥିବା ଖବର କହିଛନ୍ତି।

ସୋସିଆଲ ମିଡିଆରେ ନୁସରତ ଜହାନ ସବୁବେଳେ ଚଳଚଞ୍ଚଳ ଥାଆନ୍ତି। ସୋସିଆଲ ମିଡିଆରେ ନୁସରତ ଅନେକ ଥର ଟ୍ରୋଲର ସମ୍ମୁଖୀନ ମଧ୍ୟ ହୋଇଛନ୍ତି। କିନ୍ତୁ ସେ ପ୍ରାୟତଃ ଟ୍ରୋଲଗୁଡ଼ିକୁ ଅଣଦେଖା କରନ୍ତି। ନିଖିଲ ଜୈନଙ୍କୁ ବିବାହ, ମଥାରେ ସିନ୍ଦୁର, ହିନ୍ଦୁ ପୂଜାପାଠ, ତା’ପରେ ଦୁହିଁଙ୍କ ମଧ୍ୟରେ ତିକ୍ତତାକୁ ନେଇ ସେ ଅନେକ ସମୟରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି।

Advertisment
Nusrat Jahan Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ