Advertisment

ପ୍ରେମ-ବିବାହ-ଧୋକା; ବିବାଦରେ ଭରପୂର ନୁସରତ ଜାହାଁଙ୍କ ଜୀବନ କାହାଣୀ

ଆଜି ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସୁନ୍ଦରୀ ତରୁଣୀଙ୍କ ଜୀବନରେ ଆସିଛି ଅନେକ ଝଡ ଜଞ୍ଝା। ପ୍ରେମ, ବିବାହ ଏବଂ ପ୍ରତାରଣାକୁ ସେ ସାମ୍ନା କରିଛନ୍ତି।

ଅଦ୍ୟତନ ହୋଇଛି
Nusrat Jahan life facts and controversies

Nusrat Jahan life facts and controversies

Advertisment

ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁଙ୍କୁ ୩୩ ବର୍ଷ ହୋଇଛି। ସେ ଜାନୁଆରୀ ୮, ୧୯୯୦ ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ନୁସରତ ତାଙ୍କ ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ପ୍ରେମ, ବିବାହ ଏବଂ ପ୍ରତାରଣା ହେତୁ ସେ ଦୀର୍ଘ ସିନ ଧରି ଚର୍ଚ୍ଚାରେ ଥିଲେ।

Advertisment

ବର୍ତ୍ତମାନ ସେ ତଥାକଥିତ ସ୍ୱାମୀ ୟଶ ଦାସଗୁପ୍ତା ଏବଂ ପୁଅଙ୍କ ସହ ସମୟ ବିତାଉଛନ୍ତି। ପୂର୍ବରୁ ନୁସରତ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ମାତ୍ର ଗୋଟିଏ ବର୍ଷ ସାଙ୍ଗ ହୋଇ ରହିବା ପରେ ସେ ଏହି ବିବାହକୁ ଅବୈଧ ଘୋଷଣା କରିଥିଲେ। ଯେତେବେଳେ ତାଙ୍କର ଗର୍ଭବତୀ ହେବାର ଖବର ସାମ୍ନାକୁ ଆସିଲା ସେତେବେଳେ ଏହି ସବୁ ଘଟଣା ସାମ୍ନାକୁ ଆସିଲା। ତେବେ ଆସନ୍ତୁ ନୁସରତଙ୍କ ଜୀବନ ସହିତ ଜଡିତ ଆଉ କିଛି ତଥ୍ୟ ଉପରେ ନଜର ପକେଇନେବା।

Advertisment

ଯେତେବେଳେ ନୁସରତଙ୍କ ସହ ନିଖିଲ ଜୈନଙ୍କ ବିବାହ ହୋଇଥିଲା, ସେତେବେଳେ ସେ ବିବାଦ ଭିତରକୁ ଆସିଥିଲେ। ସେ ତୁର୍କୀର ବୋରଡମରେ ନିଖିଲଙ୍କୁ ବିବାହ କରିଥିଲେ। ମୁସଲମାନ, ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ। ନିଖିଲ କୋଲକାତାର ଜଣେ ଜଣାଶୁଣା ବ୍ୟବସାୟୀ। ତାଙ୍କର ଟେକ୍ସଟାଇଲ୍ ବ୍ୟବସାୟ ଅଛି।

ନିଖିଲ ଜଣେ ଜୈନ ଧର୍ମାବଲମ୍ବୀ ଥିବାବେଳେ ନୁସରତ ଜଣେ ମୁସଲମାନ ହୋଇଥିବାରୁ ଏହି ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏପରିକି କେତେକ ମୌଲବୀ ନୁସରତଙ୍କ ବିରୋଧରେ ଫତୱା ଜାରି କରିଥିଲେ।

Advertisment

ବିବାହ ପରେ ନୁସରତ କିଛି ଫଟୋ ସେୟାର କରିଥିଲେ। ସେଥିରେ ତାଙ୍କୁ ୧୬ ଶୃଙ୍ଗାର ସହ ସ୍ୱାମୀ ନିଖିଲ ଜୈନଙ୍କ ସହ ଦେଖିବାକୁ ମିଳିଥିଲା । ତାଙ୍କ ଫଟୋ ଦେଖିବା ପରେ ଜଣେ ବ୍ୟକ୍ତି କହିଥିଲେ – “ଲଜ୍ଜା କର, ତୁମେ ଇସଲାମର ବାର୍ତ୍ତା ଭୁଲି ଯାଇଛ କି?” ସେହି ସମୟରେ, ଅନ୍ୟ ଜଣେ ଲେଖିଥିଲେ – “ଦୟାକରି ପ୍ରଥମେ ତୁମର ଧର୍ମ ନିଶ୍ଚିତ କର। ତୁମେ ମୁସଲମାନ ନା ହିନ୍ଦୁ?” ଆଉ ଜଣେ ବ୍ୟକ୍ତି ଲେଖିଥିଲେ – “ଜଣେ ମୁସଲମାନ ହୋଇ ତୁମେ ହିନ୍ଦୁ ପରି ସିନ୍ଦୁର ପିନ୍ଧୁଛ, ତୁମ ପାଇଁ ଲଜ୍ଜା ଆସୁଛି।”

ନିଖିଲ ଜୈନଙ୍କୁ ବିବାହ କରିବା ପରେ ନୁସରତଙ୍କୁ ସୋସିଆଲ ମିଡିଆରେ ମା’ ଦୁର୍ଗାଙ୍କ ରୂପରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ତାଙ୍କର କିଛି ଫଟୋ ସେୟାର କରିଥିଲେ, ଯେଉଁଥିପାଇଁ ବହୁ ବିରୋଧ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କିଛି ଲୋକ ତାଙ୍କ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ। ଏହି ଧମକ ପାଇବା ପରେ ନୁସରତ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ତେବେ ପରେ ନୁସ୍‌ରତ ଏହି ବିବାହକୁ ଅବୈଧ ବୋଲି କହିଥିଲେ। ସେ ଏକ ବିବୃତ୍ତି ଜାରି କରି କହିଥିଲେ - ଏକ ବିଦେଶୀ ମାଟିରେ ବିବାହ ହୋଇଥିବାରୁ ତୁର୍କୀ ବିବାହ ନିୟମାବଳୀ ଅନୁଯାୟୀ ଏହି ବିବାହ ଅବୈଧ। ଏହା ସହିତ, ଏହା ଏକ ଆନ୍ତଃଧର୍ମ ବିବାହ। ତେଣୁ ଏହାକୁ ଭାରତରେ ଆଇନଗତ ମାନ୍ୟତା ଦିଆଯିବା ଆବଶ୍ୟକ କିନ୍ତୁ ଏହା ହେଲା ନାହିଁ।

ଯେତେବେଳେ ନୁସରତ ଗର୍ଭବତୀ ହେବାର ଖବର ସାମ୍ନାକୁ ଆସିଲା, ଯେତେବେଳେ ନିଖିଲ କହିଥିଲେ ଯେ ଏହି ପିଲାଟି ତାଙ୍କର ନୁହେଁ। ସେତେବେଳେ ଲୋକମାନେ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏପରି ମଧ୍ୟ କହିଥିଲେ ଯେ ସେ ତାଙ୍କ ପତ୍ନୀଙ୍କ ସହ ୬ ମାସ ମଧ୍ୟ ରହି ନାହାଁନ୍ତି, ତେବେ ଏହି ପିଲାଟି କିପରି ତାଙ୍କର ହୋଇପାରିବ।

ଏକ ସାକ୍ଷାତକାରରେ ନୁସରତ କହିଥିଲେ – “ମୋ ବ୍ୟକ୍ତିଗତ ଜୀବନର ବିଷୟ ଜନସାଧାରଣଙ୍କ ପାଇଁ ନୁହେଁ। ସେଥିପାଇଁ ମୁଁ ମୋର ବିବାହ ଏବଂ ସମ୍ପର୍କ ବିଷୟରେ ଚାଲିଥିବା ଗୁଜବ ଉପରେ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ।”

ନୁସରତ ଜାହାନ ଜଣେ ବଙ୍ଗୀୟ ଅଭିନେତ୍ରୀ। ସେ ୨୦୧୯ ଲୋକସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସର ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବେଙ୍ଗଲର ବଶିରହାଟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ନୁସରତ ପ୍ରାୟ ୩.୫ ଲକ୍ଷ ଭୋଟ୍‌ରେ ଜିତିଥିଲେ।

୨୦୧୧ରେ ବଙ୍ଗଳା ଚଳଚ୍ଚିତ୍ର Shotru ସହିତ ସେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ନୁସରତ ୨୦୧୦ରେ ବ୍ୟୁଟି କଣ୍ଟେଷ୍ଟ୍ ଜିତିବା ପରେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ।

Nusrat Jahan TMC MP Nusrat Jahan Happy Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ