Advertisment

ଦୀପିକା ପାଦୁକୋନ୍‌ଙ୍କ ୫ ବିବାଦୀୟ ଫିଲ୍ମ; ବୟକଟ୍ ପରେ ବି ହିଟ୍

ଦୀପିକା ପାଦୁକୋନ୍‌ଙ୍କ 'ବେଶରମ୍‌ ରଙ୍ଗ୍‌'କୁ ନେଇ ବିବାଦ ଥମୁନି। ତାଙ୍କ ଅଶ୍ଳୀଳ ପୋଜ୍ ଓ ଆଟିଚ୍ୟୁଡ୍‌କୁ ନେଇ ଲୋକେ ବିରୋଧ କରୁଛନ୍ତି। ତେବେ ଦୀପିକାଙ୍କ ଫିଲ୍ମକୁ ନେଇ ଏମିତି ବିରୋଧର ସ୍ୱର ଉଠିବା ଏହା ପ୍ରଥମ ଘଟଣା ନୁହେଁ। ଏମିତି ଅନେକ ଫିଲ୍ମ ଏହି ଧାରାରେ ଅଛି। ଆସନ୍ତୁ ନଜର ପକେଇବା।

Not only on pathan but also on these films of Deepika was a lot of ruckus

Not only on pathan but also on these films of Deepika was a lot of ruckus

Advertisment

ଶାହାରୁଖ ଖାନ ଓ ଦୀପିକା ପାଦୁକୋନ୍‌ଙ୍କ ମୋଷ୍ଟ୍ ଅପ୍‌ଡେଟ୍ ଚଳଚ୍ଚିତ୍ର 'ପଠାନ'ର ଗୀତ 'ବେଶରମ୍‌ ରଙ୍ଗ୍‌' ରିଲିଜ ହେବା ପରେ ପରେ ଦେଶର କିଛି ଲୋକ ଏହା ବିରୋଧରେ ବାହାରିଛନ୍ତି। ଏହି ଗୀତକୁ ଅଶ୍ଳୀଳ ବୋଲି ବର୍ଣ୍ଣନା କରାଯିବା ସହିତ ଏହି ଗୀତରେ ଦୀପିକାଙ୍କ ପୋଷାକକୁ ନେଇ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଫିଲ୍ମକୁ ବୟକଟ୍ ଧାରା ଉଠିଛି। ଦୀପିକା 'ବେଶରମ୍‌ ରଙ୍ଗ୍‌' ଗୀତରେ ଏକ ଗେରୁଆ ରଙ୍ଗର ସ୍ୱିମ୍‌ସୁଟ୍ ପିନ୍ଧିଛନ୍ତି, ଯାହାକୁ ନେଇ କିଛି ଲୋକ ହଙ୍ଗାମା ଖେଳେଇ ଦେଇଛନ୍ତି।

Advertisment

ଦୀପିକାଙ୍କ ଫିଲ୍ମକୁ ନେଇ ଏମିତି ବିରୋଧର ସ୍ୱର ଉଠିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଦୀପିକାଙ୍କ ଅଭିନୀତ ଅନେକ ଫିଲ୍ମ ଅଛି ଯାହାକୁ ନେଇ ଲୋକେ ବିରୋଧ କରିଛନ୍ତି ଆଉ ହଇଚଇ ଖେଳେଇ ଦେଇଛନ୍ତି। ତେବେ ଆସନ୍ତୁ ସେ ସବୁ ଫିଲ୍ମ ଉପରେ ନଜର ପକେଇନେବା।

ପଦ୍ମାବତ୍:

ଦୀପିକା ପାଦୁକୋନଙ୍କ ଫିଲ୍ମ 'ପଦ୍ମାବତ'କୁ ନେଇ ମଧ୍ୟ ଅନେକ ଗଣ୍ଡଗୋଳ ହୋଇଥିଲା। ଏହି ଚଳଚ୍ଚିତ୍ର ଇତିହାସକୁ ଟାମ୍ପରିଂ କରିଥିବା ଅଭିଯୋଗ ହୋଇଥିଲା। ଏହା ସହିତ ଫିଲ୍ମର ଗୀତ 'ଘୁମର'କୁ ନେଇ ବିବାଦ ଲାଗି ରହିଥିଲା। କରଣୀ ସେନା ସାରା ଦେଶରେ ଖୁବ ହଙ୍ଗାମା ସୃଷ୍ଟି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପରେ ଫିଲ୍ମର ନାଁ ପରିବର୍ତ୍ତନ କରାଯାଇଥିଲା ଏବଂ କୌଣସି ପ୍ରକାରେ ଫିଲ୍ମ ମୁକ୍ତିଲାଭ କରିଥିଲା।

Advertisment

ବାଜିରାଓ ମସ୍ତାନୀ:

ଦୀପିକା ପାଦୁକୋନଙ୍କ ଆଉ ଏକ ବିବାଦୀୟ ଫିଲ୍ମ ହେଉଛି 'ବାଜିରାଓ ମସ୍ତାନୀ'। କିଛି ଲୋକ ଏହି ଚଳଚ୍ଚିତ୍ରର ନିର୍ମାତାଙ୍କୁ ଇତିହାସକୁ ବଦଳାଇଥିବାର ଅଭିଯୋଗ କରିଥିଲେ ଏବଂ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ। ଯଦିଓ ଏହି ଫିଲ୍ମ ପରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଦୀପିକାଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ଏବଂ ରଣବୀର ସିଂହ ମଧ୍ୟ ଥିଲେ।

ଗୋଲିୟୋଁ କି ରାସଲୀଲା ରାମ-ଲୀଲା:

ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ 'ରାମଲୀଲା'କୁ ନେଇ ମଧ୍ୟ ବିବାଦ ଲାଗିଥିଲା। ଏହି ଫିଲ୍ମ ସାରା ଦେଶରେ ଭଲ ପ୍ରଦର୍ଶନ କରିଥିଲା, କିନ୍ତୁ ଏହାର ନାଁକୁ ନେଇ ଅନେକ ଗଣ୍ଡଗୋଳ ହୋଇଥିଲା। ପରେ ଫିଲ୍ମର ନିର୍ମାତା ଏହାର ନାଁକୁ 'ଗୋଲିୟୋଁ କି ରାସଲୀଲା ରାମ-ଲୀଲା'ରେ ପରିବର୍ତ୍ତନ କରିଥିଲେ।

Advertisment

ଛପାକ୍:

ଦୀପିକା ପାଦୁକୋନ୍ ଫିଲ୍ମ 'ଛପାକ୍' ମଧ୍ୟ ବିରୋଧର ତାଲିକାରେ ରହିଛି। ଏଥିରେ ଦୀପିକା ଜଣେ ଏସିଡ୍ ସର୍ଭାଇଭ୍ ଭୂମିକାରେ ଅଭିନୟ କରିଥିଲେ ମଧ୍ୟ ଏହି ଫିଲ୍ମକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। କିନ୍ତୁ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଦୀପିକା ପାଦୁକୋନ ଜବାହରଲାଲ ନେହରୁ (ଜେଏନୟୁ) ରେ ପହଞ୍ଚିଥିଲେ ଏବଂ ଏହା ପରେ ଦୀପିକାଙ୍କୁ ଟୁକ୍‌ଡେ- ଟୁକ୍‌ଡେ ଗ୍ୟାଙ୍ଗ୍‌ର ଏକ ଅଂଶ ବୋଲି କହି ଫିଲ୍ମକୁ ବୟକଟ୍ କରିବାକୁ ଅଭିଯାନ ଆରମ୍ଭ ହୋଇଥିଲା।

ତେବେ ଦୀପିକାଙ୍କ ଅଭିନୀତ ଏ ସମସ୍ତ ଫିଲ୍ମ ବୟକଟ୍ ମାମଲାରେ ଛନ୍ଦି ହୋଇଥିଲେ ବି ହିଟ୍ ହୋଇଥିଲା। ଏବେ ‘ପଠାନ୍’ର ଗୀତ 'ବେଶରମ୍‌ ରଙ୍ଗ୍‌'କୁ ବିରୋଧ କରାଯାଉଥିଲେ ବି ଏହା ଯୁବପିଢିଙ୍କ ପସନ୍ଦ ହୋଇଛି। ଏହାକୁ ଲକ୍ଷ ଲକ୍ଷ ଲୋକେ ଦେଖିଛନ୍ତି।

Deepika Padukone Bollywood Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ