Advertisment

‘ଜ୍ୟାକଲିନ୍‌ ନୁହେଁ, ମୁଁ ତୁମକୁ ପସନ୍ଦ କରେ’, ନୋରାଙ୍କୁ ପ୍ରେମରେ ଫସାଇବା ପାଇଁ ଜାଲ ବୁଣିଥିଲା ସୁକେଶ...

ଜ୍ୟାକଲିନ୍‌ଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପରେ ସୁକେଶ ନୋରାଙ୍କ ସହ ଡେଟିଂ କରିବାକୁ ଚାହୁଁଥିଲା। ଏଥିପାଇଁ ସେ ନୋରାଙ୍କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲା।

ଅଦ୍ୟତନ ହୋଇଛି
Not Actress Jacqueline Fernandez Sukesh Chandrasekhar Wanted To Date With Nora Fatehi

Not Actress Jacqueline Fernandez Sukesh Chandrasekhar Wanted To Date With Nora Fatehi

Advertisment

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ମହାଠକ ସୁକେଶ ଚନ୍ଦ୍ରଶେଖର (Sukesh Chandrasekhar) ଏବେ ଜେଲ୍‌ରେ ଅଛି। ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ (Jacqueline Fernandez) ଓ ନୋରା ଫତେହି (Nora Fatehi)ଙ୍କ ସମ୍ପର୍କରେ ସୁକେଶ ବିରୋଧରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ମଧ୍ୟ ଦାଖଲ କରାଯାଇଛି। ଯେଉଁଥିରେ ଜଣାପଡ଼ିଛି, ଉଭୟ ଅଭିନେତ୍ରୀ ମନି ଲଣ୍ଡ୍ରିଂ ସମ୍ବନ୍ଧିତ ମାମଲାରେ ସାକ୍ଷୀ । ବିଶେଷ କରି ପିଙ୍କି ଇରାନୀଙ୍କ ବିରୋଧରେ ଅଭିଯୋଗ ପତ୍ର ଦାୟର କରାଯାଇଛି। ତିହାର ଜେଲ୍‌ରେ ସୁକେଶ ଥିବାବେଳେ, ପିଙ୍କି ଅନେକ ଅଭିନେତ୍ରୀଙ୍କୁ ସୁକେଶଙ୍କ ସହ ଭେଟ କରାଇଥିବା ଅଭିଯୋଗ ହୋଇଛି।

Advertisment

ସୁକେଶ ଓ ଅଭିନେତ୍ରୀଙ୍କ ମଧ୍ୟରେ ପିଙ୍କି ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ଭେଟ କରାଇବା ପାଇଁ ପୁରା ପ୍ଲାନିଂ କରୁଥିଲେ। ଦିଲ୍ଲୀ ପୋଲିସ୍‌ର ଦାବି ଅନୁସାରେ, ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶର ଅତି ଘନିଷ୍ଠ କୁହାଯାଉଥିବା ପିଙ୍କି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଜ୍ୟାକଲିନ୍‌ ଓ ସୁକେଶଙ୍କ ସାକ୍ଷାତ ପିଙ୍କି ହିଁ କରାଇଥିଲେ। ତେବେ ଜ୍ୟାକଲିନ୍‌ଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପରେ ସୁକେଶ ନୋରାଙ୍କ ସହ ଡେଟିଂ କରିବାକୁ ଚାହୁଁଥିଲା। ଏଥିପାଇଁ ସେ ନୋରାଙ୍କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। 

ଗିଫ୍ଟରେ BMW କାର୍‌...

ଚାର୍ଜସିଟ୍‌ରେ ଦାବି କରାଯାଇଛି, ମହଙ୍ଗା ଗିଫ୍ଟ ଦେଇ ସୁକେଶ ଅଭିନେତ୍ରୀ ନୋରା ଫତେହିଙ୍କ ଅତି ଘନିଷ୍ଠ ହୋଇଥିଲା ଓ ତାଙ୍କୁ ନିଜ ଗର୍ଲଫ୍ରେଣ୍ଡ୍‌ କରିବା ପାଇଁ ଚେଷ୍ଟା କରିଥିଲା। ସୁକେଶ, ନୋରାଙ୍କୁ ଗିଫ୍ଟରେ ମହଙ୍ଗା BMW କାର୍‌ ଦେଇଥିଲାଲେ। ଏହାଛଡ଼ା ଆହୁରି ଅନେକ ମହଙ୍ଗା ଗିଫ୍ଟ ମଧ୍ୟ ଦେଇଥିଲା। ଏପରିକି ନିଜ ପ୍ରେମ ଜାଲରେ ଫସାଇବା ପାଇଁ ସୁକେଶ ନୋରାଙ୍କୁ କହିଥିଲେ, ତାଙ୍କୁ ଜ୍ୟାକଲିନ୍‌ ନୁହେଁ, ବରଂ ସେ(ନୋରା) ପସନ୍ଦ। ହେଲେ ସୁକେଶଙ୍କଠୁ ସେ କୌଣସି ଦାମୀ କାର୍‌ ଗିଫ୍ଟ ଭାବେ ନେଇ ନଥିବା ନୋରା ସ୍ପଷ୍ଟ ଭାବେ କହିଛନ୍ତି। କିନ୍ତୁ ସୁକେଶ କହିଛନ୍ତି, ଜ୍ୟାକଲିନ୍‌ଙ୍କ ପ୍ରତି ନୋରା ଇର୍ଷା କରୁଥିଲେ। 

Advertisment

ସୁକେଶଙ୍କ ପତ୍ନୀଙ୍କ ସହ କଥା ହୋଇଥିଲେ ନୋରା...

ନୋରାଙ୍କ କହିବା ଅନୁସାରେ, ଏକ ଫିଲ୍ମକୁ ନେଇ ସୁକେଶ ତାଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ନା ସେ କେବେ ସୁକେଶଙ୍କ ସହ କଥା ହୋଇଛନ୍ତି ନା ତାଙ୍କୁ କେବେ ଦେଖା କରିଛନ୍ତି। ଜାନୁଆରୀ ୧୩ରେ କୋର୍ଟରେ ଦେଇଥିବା ବୟାନରେ ନୋରା କହିଥିଲେ, ସୁକେଶଙ୍କ ପତ୍ନୀ ଲିନା ମାରିଆ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ନେଇ ତାଙ୍କ ସହ ଯୋଗାଯୋଗ କରିଥିଲେ। 

ଉପହାର ସ୍ୱରୂପ ମିଳିଥିଲା ଆଇଫୋନ୍‌ ଓ ଗୁଚ୍ଚିର ଗିଫ୍ଟ ବକ୍ସ...

ଏହି କାର୍ଯ୍ୟକ୍ରମରେ ନୋରାଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିଲା। ଏହା ଏକ ଡ୍ୟାନ୍ସ ପ୍ରତିଯୋଗିତା ଥିଲା। ଏହି କାର୍ଯ୍ୟକ୍ରମର ବିଚାରପତି ଭାବେ ସାମିଲ ହେବା ପାଇଁ ନୋରା ଆମନ୍ତ୍ରିତ ହୋଇଥିଲେ। ଏହାପରେ ସୁକେଶ ତାଙ୍କୁ ‘ଥ୍ୟାଙ୍କ୍‌ ୟୁ ଟୋକେନ୍‌’ ଭାବେ ଏକ କାର୍‌ ଉପହାର ଦେବାକୁ ଚାହିଁଥିଲା। ହେଲେ ନୋରା ଏହି କାର୍‌ ନେବାକୁ ମନା କରିଥିଲେ। କାରଣ ପୂର୍ବରୁ ସୁକେଶ ଆଇଫୋନ୍‌ ଓ ଗୁଚ୍ଚିର ଗିଫ୍ଟ ବକ୍ସ ନୋରାଙ୍କୁ ଦେଇ ସାରିଥିଲା। ତେଣୁ ଗିଫ୍ଟ ଭାବେ ନୋରା କାର୍‌ ନେବାକୁ ମନା କରି ଦେଇଥିଲେ। 

Advertisment


 
 
 
 
 
 
 
 
 
 
 
 
 
 

A post shared by Nora Fatehi (@norafatehi)

Nora Fatehi Bollywood Jacqueline Fernandez Extortion Case Sukesh Chandrasekhar Jacqueline Sukesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ