Advertisment

ନୂଆ ମୋଡ଼ରେ ଅଭିନେତା ସତୀଶଙ୍କ ମୃତ୍ୟୁ: ଫାର୍ମ ହାଉସ୍‌ରୁ ମିଳିଲା ଆପତ୍ତିଜନକ ଔଷଧ

ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ କିଛି ଆପତ୍ତିଜନକ ଔଷଧ ମିଳିଛି।

ଅଦ୍ୟତନ ହୋଇଛି
New Twist In Bollywood Actor Satish Kaushik Death Case

New Twist In Bollywood Actor Satish Kaushik Death Case

Advertisment

ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ କିଛି ଆପତ୍ତିଜନକ ଔଷଧ ମିଳିଛି। ହୋଲି ଖେଳି ସାରିବା ପରେ ଏହି ଫାର୍ମ ହାଉସ୍‌ରେ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ଏହି ଫାର୍ମ ହାଉସ୍‌ ବୋଲି ଜଣାପଡ଼ିଛି।

Advertisment

ଫାର୍ମ ହାଉସ୍‌ରୁ ଜବତ ଆପତ୍ତିଜନକ ଔଷଧ କାହା ପାଇଁ ଥିଲା ? କିଏ ଏହାକୁ ବ୍ୟବହାର କରୁଥିଲେ ? ସମ୍ପୃକ୍ତ ବ୍ୟକ୍ତିଙ୍କ ସତୀଶଙ୍କ ସହ କୌଣସି ସମ୍ପର୍କ ଥିଲା ନା ନାହିଁ ? ଏସବୁ ନେଇ ପୋଲିସ ଯାଞ୍ଚ ଚଳାଇଛି। ତଦନ୍ତ ବେଳେ ଜଣାପଡ଼ିଛି, କିଛି ବର୍ଷ ପୂର୍ବେ ବିକାଶଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। କେବେ ଓ କିଏ ଏହି ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଏନେଇ ପୋଲିସ୍‌ ଏବେ ଛାନ୍‌ଭିନ୍‌ ଚଳାଇଛି। 

ଏହାଛଡ଼ା ହୋଲି ଦିନ ଫାର୍ମ ହାଉସ୍‌କୁ ଯେଉଁ ୧୦ରୁ ୧୨ ଜଣ ଲୋକ ଆସିଥିଲେ, ସେମାନଙ୍କ ସମ୍ପର୍କରେ ପୋଲିସ୍‌ ତଥ୍ୟ ଯୋଗାଡ଼ କରୁଛି। ହେଲେ ସତୀଶଙ୍କ ପୋଷ୍ଟମର୍ଟମରେ କିଛି ସନ୍ଦିଗ୍ଧ ମିଳି ନଥିବା ପୋଲିସ୍‌ କହିଛି। ହାର୍ଟ ଆଟାକ୍‌ ଯୋଗୁ ସତୀଶଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ହେଲେ ଏସବୁ ଭିତରେ ଫାର୍ମ ହାଉସ୍‌ରୁ ଆପତ୍ତିଜନକ ଔଷଧ ମିଳିବା ଘଟଣା ସତୀଶଙ୍କ ମୃତ୍ୟୁ ମାମଲାକୁ ଏକ ନୂଆ ମୋଡ଼ ଦେଇଛି। 

Advertisment

ସତୀଶ ୧୦ରୁ ଉର୍ଦ୍ଧ୍ୱ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ଅଭିନୟର ଛାପ ଛାଡି ଯାଇଛନ୍ତି । ୧୯୫୬ ମସିହାରେ ହରିୟାଣାରେ ସତୀଶ ଜନ୍ମଗ୍ରହଣ କରିଥିଲେ। ୧୯୮୨ ମସିହାରେ ଫିଲ୍ମ ‘ମାସୁମ୍’ ଜରିଆରେ ସତୀଶ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଛାତ୍ର ଥିଲେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ