Advertisment

ଗୀତରେ ଭକ୍ତର ଭାବନା; ବାପାକୁ ଭଲ ଲାଗିଲାନି ପୁଅର ନାଁ, କାଳିଆକୁ ପଚାରିଲା…

‘ତରଙ୍ଗ ମ୍ୟୁଜିକ୍‌’ର ନୂଆ ଭଜନ। ଏହି ଭଜନଟିର ଶୀର୍ଷକ ‘ମୋ ଜଗନ୍ନାଥ’ ଥିବାବେଳେ ଏହାକୁ ବିଶିଷ୍ଠ ଗୀତିକାର ନିର୍ମଳ ନାୟକ ରଚନା କରିଛନ୍ତି ଓ ଏହାକୁ ସଂଗୀତରେ ସଜେଇଛନ୍ତି ବିନାୟକ ପଣ୍ଡା। ଗୀତ କହୁଛି ଭକ୍ତର ଭାବନା।

ଅଦ୍ୟତନ ହୋଇଛି
New song of tarang music mo jagannath

New song of tarang music mo jagannath

Advertisment

ଜଗନ୍ନାଥ ହେଉଛନ୍ତି ପ୍ରତି ଓଡ଼ିଆଙ୍କ ପ୍ରାଣ ଆଉ ହୃଦୟ ସ୍ପନ୍ଦନ। ଜଗନ୍ନାଥ ବିନା ସବୁକିଛି ଅଧୁରା। ଏଥିରୁ ମନୋରଂଜନ ଦୁନିଆ ମଧ୍ୟ ବାଦ୍ ପଡିନି। ଜଗନ୍ନାଥଙ୍କୁ ନେଇ ଅନେକ ସିନେମା ଆଉ ଗୀତ ମଧ୍ୟ ତିଆରି ହୋଇଛି। ଏହି ଧାରା ଏବେ ବି ରହିଛି।

Advertisment

ଓଡ଼ିଆ ଦର୍ଶକ ଏବଂ ଶ୍ରୋତାଙ୍କୁ ସବୁବେଳେ ମନଛୁଆଁ ଆଉ ନିଆରା ଗୀତ ଦେଇଆସୁଥିବା ‘ତରଙ୍ଗ ମ୍ୟୁଜିକ୍‌’ ଏବେ ଜଗନ୍ନାଥଙ୍କୁ ନେଇ ପ୍ରସ୍ତୁତ କରିଛି ଆଉ ଏକ ଭାବବିହ୍ୱଳ ଭଜନ। ଏହି ଭଜନଟିର ଶୀର୍ଷକ ‘ମୋ ଜଗନ୍ନାଥ’ ଥିବାବେଳେ ଏହାକୁ ବିଶିଷ୍ଠ ଗୀତିକାର ନିର୍ମଳ ନାୟକ ରଚନା କରିଛନ୍ତି ଓ ଏହାକୁ ସଂଗୀତରେ ସଜେଇଛନ୍ତି ବିନାୟକ ପଣ୍ଡା। ଏହାକୁ ଗାୟକ ଶ୍ରୀମାନଙ୍କ ଯାଦୁକରୀ କଣ୍ଠ ସ୍ୱର ଥିବାବେଳେ ଏଥିରେ ଚମତ୍କାର ଭାବେ ଅଭିନୟ କରିଛନ୍ତି ଦୀପନ୍ୱିତ ଦାଶମହାପାତ୍ର। ଗୀତର କ୍ରିଏଟିଭ୍ ହେଡ୍ ହେଉଛନ୍ତି ରଞ୍ଜନ ଶତପଥୀ। ଏହାର ଭିଡିଓ ସଂପାଦକ ଓ ନିର୍ଦ୍ଦେଶକ ହେଉଛନ୍ତି ଅମରଜିତ ଓଝା।

ଏହି ଭାବମୟ ଭଜନଟି ‘ତରଙ୍ଗ ମ୍ୟୁଜିକ୍‌’ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଦୁଇ ଦିନ ହେବ ଶେୟାର ହୋଇଥିବା ବେଳେ ଏହାକୁ ୧୨ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି। ବିଶେଷକରି ମହାପ୍ରଭୁଙ୍କ ରଥଯାତ୍ରାକୁ ଦୃଷ୍ଟିରେ ରଖି ଦର୍ଶକମାନଙ୍କୁ ଜଗନ୍ନାଥ ପ୍ରେମରେ ହଜେଇବା ନେଇ ଏହି ଗୀତଟି ପ୍ରସ୍ତୁତ ହୋଇଛି। ସବୁଠାରୁ କୌତୁହଳର କଥା ହେଲା ଏହା ହେଉଛି ଦୀପନ୍ୱିତ ଦାଶମହାପାତ୍ରଙ୍କ ଅଭିନୀତ ପ୍ରଥମ ଜଗନ୍ନାଥ ଭଜନ।

Advertisment

ଗୀତରୁ ଜଣାଯାଉଛି ବାବୁନା(ଦୀପନ୍ୱିତ ଦାଶମହାପାତ୍ର) ହେଉଛି ଜଗନ୍ନାଥଙ୍କ ଜଣେ ଭକ୍ତ। ତା’ ପୁଅ ନା’ ମାସେ ଆଗରୁ ଦିଆସରିଥିବା ବେଳେ ଏହା ତା’ର ପସନ୍ଦ ନୁହେଁ। ତେଣୁ ସେ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ବାହାରିଛି ଆଉ ମନରେ ଏହି ପ୍ରଶ୍ନ ନେଇକି ଯେ ତା’ ପୁଅର ନା’ କ’ଣ ହେଲେ ଠିକ ହେବ। ସେ କାଳିଆକୁ ପଚାରିବ ତା’ ପୁଅର ନା’ କ’ଣ ଦିଆଯିବ।

ଏହି ଗୀତରେ ଆପଣ ଏକ ନିଚ୍ଛକ ଗାଁର ଚିତ୍ର ମଧ୍ୟ ଦେଖିବାକୁ ପାଇବେ। ବାବୁନା ଗାଁରୁ ସାଇକେଲ୍ ଧରି ବାହାରେ ଆଉ ବସ୍ ଧରି ପୁରୀ ପହଞ୍ଚେ। ବସ୍‌ରୁ ଓହ୍ଲେଇ ଶ୍ରୀମନ୍ଦିର ଦେଖି ଦଡ଼ ଦାଣ୍ଡରେ ଲମ୍ବ ହୋଇ ପଡିଯାଏ। ଅନ୍ୟଜନଙ୍କ ହାତରେ ଜଗନ୍ନାଥଙ୍କ ମୂର୍ତ୍ତି ଦେଖି ଭାବବିହ୍ୱଳ ହୋଇଯାଏ ବାବୁନା ଆଉ ଆଗେଇ ଚାଲେ ଶ୍ରୀମନ୍ଦିର ଅଭିମୁଖେ। କାଳିଆ ଭାବରେ ହଜେ ଆଉ ମଜେ। ଗୀତର ଶେଷ ଆଡକୁ ବାବୁନା ପୁଅକୁ ଖୋଜେ ଆଉ ତା’ ପାଟିରୁ ବାହାରିଆସେ ‘ଗୋବିନ୍ଦ’।

Advertisment

ଏହି ଭିଡିଓରେ ଆପଣ ରଥଯାତ୍ରା ଉପଲକ୍ଷେ ଗଢାଯାଉଥିବା ରଥ, ମହାରଣା  ସେବକଙ୍କ ରଥ ନିର୍ମାଣ, ଚିତ୍ରକରଙ୍କ ରଥ ସଜ୍ଜା ଆଦି ଦୃଶ୍ୟ ଦେଖିବାକୁ ପାଇବେ। ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ ଏହି ଗୀତଟିର ସମସ୍ତ ପ୍ରସ୍ତୁତି ଖୁବ ନିକଟରେ ହୋଇଛି। ଗୀତରେ ଓଡ଼ିଶୀର ଝଲକ ମଧ୍ୟ ଦେଖିବାକୁ ମିଳେ।

ଏହି ଗୀତକୁ ଅନେକ ଲୋକ ଦେଖି ନିଜ ନିଜ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ଏହି ଭଜନଟିକୁ ପସନ୍ଦ କରି ଲେଖିଛନ୍ତି, “ଖୁବ ଭଲ ଗୀତ। ଜୟ ଜଗନ୍ନାଥ। ରଥଯାତ୍ରାର ଅଭିନନ୍ଦନ।” ଆଉ ଜଣେ କହିଛନ୍ତି, “ଆମେ ଓଡ଼ିଶାବାସୀ ଏହି ଗୀତକୁ ବହୁତ ପସନ୍ଦ କରୁଛୁ। ଆମେ ‘ତରଙ୍ଗ ମ୍ୟୁଜିକ୍’ ଆହୁରି ଅଧିକ ଗୀତ ଦରକାର ଆଉ ତାହା ପୁଣି ବହୁମୁଖୀ ଗାୟକ ଶ୍ରୀମାନଙ୍କ ଠାରୁ। ଧନ୍ୟବାଦ ‘ତରଙ୍ଗ ମ୍ୟୁଜିକ୍’ ଏବଂ ଗାୟକ ଶ୍ରୀମାନ।”

Lord Jagannath Tarang Cine Production Odia Bhajan Tarang Plus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: