Advertisment

ନେହା କକ୍କରଙ୍କ ଉପରେ ଝୁଲୁଛି ଇଡି ଖଣ୍ଡା; କ୍ୟାରିୟର ପାଇଁ ହୋଇପାରେ ସାଂଘାତିକ

ମହାଦେବ ଅନ୍‌ଲାଇନ୍ ବୁକ୍ ବେଟିଂ ଆପ୍ ମାମଲାରେ ଛନ୍ଦି ହେଲେଣି ଅନେକ ତାରକା। ନେହା କକ୍କରଙ୍କ ଉପରେ ଏବେ ଇଡିର ଖଣ୍ଡା ଝୁଲୁଛି। ଏହା ତାଙ୍କ କ୍ୟାରିୟର ପାଇଁ ସାଂଘାତିକ ହୋଇପାରେ ବୋଲି କୁହାଯାଉଛି।

neha kakkar name also included in mahadev app scam

neha kakkar name also included in mahadev app scam

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜିକାଲି ମହାଦେବ ଅନ୍‌ଲାଇନ୍ ବୁକ୍ ବେଟିଂ ଆପ୍ ମାମଲାର ଅନୁସନ୍ଧାନ କରୁଛି। ବର୍ତ୍ତମାନ ଅନେକ ବଡ ବଡ ତାରକା ଏହି ପ୍ରସଙ୍ଗରେ ଛନ୍ଦିହୋଇପଡିଛନ୍ତି। ଏଭଳି ପରିସ୍ଥିତିରେ ନେହା କକ୍କରଙ୍କ ଉପରେ ଏବେ ଇଡିର ଖଣ୍ଡା ଝୁଲୁଛି। ନେହା କକ୍କରଙ୍କ ବ୍ୟତୀତ ଟାଇଗର ଶ୍ରଫ୍‌, ନୁସରତ ଭରୁଚା, ସୁଖବିନ୍ଦର ସିଂହ ଏବଂ ସନ୍ନି ଲିଓନଙ୍କ ସମେତ ୧୭ ଜଣ ସେଲିବ୍ରେଟିଙ୍କୁ ମଧ୍ୟ ଏହି ମାମଲାରେ ପ୍ରଶ୍ନ କରାଯାଇପାରେ। ଏହି ମାମଲାରେ ଅନେକ ବଲିଉଡ ତାରକାଙ୍କୁ ମଧ୍ୟ ଇଡି ସମନ ଜାରି କରିଛି।

Advertisment

ପଚରାଉଚରା ପାଇଁ ରଣବୀର କପୁର, ଶ୍ରଦ୍ଧା କପୁର, କପିଲ ଶର୍ମା, ହିନା ଖାନ ଏବଂ ହୁମା କୁରେଶୀଙ୍କୁ ମଧ୍ୟ ଡକାଯାଇଛି। ତେବେ ରଣବୀର କପୁର, କପିଲ ଶର୍ମା ଏବଂ ହୁମା କୁରେଶୀ ନିର୍ଦ୍ଦେଶାଳୟରେ ହାଜର ହେବାକୁ ଅଧିକ ସମୟ ମାଗିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ମାମଲାରେ ନେହା କକ୍କରଙ୍କ ବିରୋଧରେ କେଉଁ ଅଭିଯୋଗ ହୋଇଛି।

ଏହି ମାମଲାରେ ସର୍ଚ୍ଚ ଅପରେସନ୍ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୪୧୭ କୋଟି ଟଙ୍କା ମୂଲ୍ୟର କ୍ୟାସ୍ ଓ ସମ୍ପତ୍ତି ଜବତ କରିଛି। ସୌରଭ ଚନ୍ଦ୍ରକର ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ରବି ଉପ୍ପଲଙ୍କ ବିରୋଧରେ ଏହି ଘଟଣାର ତଦନ୍ତ ଚାଲିଛି। ସୌରଭ ଚନ୍ଦ୍ରକର ଚଳିତ ବର୍ଷ ୟୁଏଇରେ ବିବାହ କରିଥିଲେ। ଏହି ବିବାହ ଏତେ ବିଳାସପୂର୍ଣ୍ଣ ଥିଲା ଯେ ଏହାର ମୂଲ୍ୟ ୨୦୦ କୋଟି ଟଙ୍କା ଥିଲା।

Advertisment

ସୌରଭଙ୍କ ବିବାହରେ ଅନ୍ୟ ତାରକାଙ୍କ ସହ ନେହା କକ୍କର ମଧ୍ୟ ପ୍ରଦର୍ଶନ କରିଥିଲେ। ଏଜେନ୍ସି ଏହାର ଭିଡିଓ ମଧ୍ୟ ପାଇଛି। ଖବର ଅନୁଯାୟୀ ନେହା ଏହି ପ୍ରଦର୍ଶନ ପାଇଁ ଟଙ୍କା ପାଇଥିଲେ। ମୁମ୍ବାଇର ଏକ ଇଭେଣ୍ଟ କମ୍ପାନୀ ତାଙ୍କୁ ଏହି ଟଙ୍କା ଦେଇଥିଲା।

ତେବେ ମହାଦେବ ଅନ୍‌ଲାଇଇନ୍ ବୁକ୍ ବେଟିଂ ଆପ୍ ମାମଲାରେ ନେହା କକ୍କରଙ୍କ ନାମ ଅନ୍ତର୍ଭୁକ୍ତ ହେବା ତାଙ୍କ କ୍ୟାରିୟରରେ ବହୁତ ପ୍ରଭାବ ପକାଇପାରେ। ଆଜିକାଲି ସେ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ନିକଟରେ ତାଙ୍କର ଗୀତ 'ବୁହେ ୱିଚ୍' ରିଲିଜ୍ ହୋଇଛି। ଏବେ ଯଦି ମହାଦେବ ଆପ୍ ମାମଲାରେ ନେହାଙ୍କ ନାମ ଆସେ, ତେବେ ଏହା ତାଙ୍କ କ୍ୟାରିୟର ପାଇଁ ସାଂଘାତିକ ହୋଇପାରେ। ତାଙ୍କର ଆଗାମୀ ପ୍ରୋଜେକ୍ଟଗୁଡିକ ମଧ୍ୟ ଛଡ଼ାଇ ନିଆଯାଇପାରେ। ଏହା ସହିତ ଏହାର ପ୍ରଭାବ ତାଙ୍କ ପ୍ରଶଂସକଙ୍କ ଉପରେ ମଧ୍ୟ ଦେଖିବାକୁ ମିଳେ।

Advertisment
Neha Kakkar Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ