Advertisment

ପୁଣି ମା’ ହେବେ ନେହା, ସୋସିଆଲ୍ ମିଡିଆରେ ଦେଲେ ଖବର

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ନେହା ଧୁପିଆ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।

ପୁଣି ମା’ ହେବେ ନେହା, ସୋସିଆଲ୍ ମିଡିଆରେ ଦେଲେ ଖବର

Neha Dhupia

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ନେହା ଧୁପିଆ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ଅଭିନେତ୍ରୀ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିବା ମାତ୍ରେ ତାଙ୍କ ପ୍ରତି ସବୁ ଦିଗରୁ ଅଭିନନ୍ଦନ ସୁଅ ଆସିବା ଆରମ୍ଭ ହୋଇଯାଇଛି। ନେହା ଧୁପିଆ ଗର୍ଭବତୀ ହୋଇଥିବାରୁ ସୋସିଆଲ ମିଡିଆରେ ସେ ଏବଂ ଅଙ୍ଗଦ ବେଦୀ ଅନେକ ଅଭିନନ୍ଦନ ପାଇଛନ୍ତି। ନେହା ତାଙ୍କ ପୋଷ୍ଟରେ ପରିବାରରେ ଜଣେ ନୂତନ ସଦସ୍ୟଙ୍କ ଯୋଗଦାନ ବିଷୟରେ କହିଛନ୍ତି।

Advertisment

ନେହା ଧୁପିଆ ସୋସିଆଲ ମିଡିଆରେ ତାଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଛନ୍ତି। ସେ ଏକ ପାରିବାରିକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଝିଅ ମେହେର ଏବଂ ସ୍ୱାମୀ ଅଙ୍ଗଦ ବେଦୀ ତାଙ୍କ ସହ ନଜର ଆସିଛନ୍ତି। ଏହି ତିନିଜଣ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ନେହା ଏକ କଳା ବଡିକୋନ୍ ପୋଷାକରେ ପେଟରେ ଥିବା ଶିଶୁକୁ ଦେଖଉଥିବା ବେଳେ ଅଙ୍ଗଦ ଗୋଟିଏ ହାତକୁ ନେହାଙ୍କ ପେଟରେ ମାରୁଥିବା ବେଳେ ଗୋଟିଏ ହାତରେ ଝିଅ ମେହେରଙ୍କୁ ଧରିଥିବାର ନଜର ଆସିଛନ୍ତି । ମେହେର ମଧ୍ୟ ନେହାଙ୍କ ଗର୍ଭସ୍ଥ ପେଟ ଆଡକୁ ଦେଖୁଥିବାର ନଜର ଆସିଛନ୍ତି। ତେବେ ତିନିଜଣଙ୍କର ଏଭଳି ମେଚିଂ କଲର ଆଉଟ୍‌ଫିଟ୍‌ର୍ ଫାମିଲି ଫଟୋ ସେମାନଙ୍କ ଜୀବନରେ ଆସୁଥିବା ଖୁସିକୁ ସୂଚାଉଛି।

Advertisment

ସୋସିଆଲ୍ ମିଡିଆରେ ଫଟୋ ସେୟାର କରିବା ସହିତ ଦିଆଯାଇଥିବା କ୍ୟାପସନରେ ନେହା ଧୁପିଆ ମଧ୍ୟ କହିଛନ୍ତି ଯେ ତାଙ୍କ ଗର୍ଭ ବିଷୟରେ ଘୋଷଣା ପାଇଁ କ୍ୟାପସନ ଖୋଜିବା ପାଇଁ ତାଙ୍କୁ ସମୟ ଲାଗିଛି। ସେ ଲେଖିଛନ୍ତି- 'ଏକ କ୍ୟାପସନ୍ ଖୋଜିବା ପାଇଁ ଆମକୁ ଦୁଇ ଦିନ ଲାଗିଗଲା।… ଆଉ ଯେଉଁ ଭଲ ଜିନିଷ ବିଷୟରେ ଆମେ ଭାବୁଥିଲୁ ତାହା ଏହା ହିଁ ଥିଲା… ଧନ୍ୟବାଦ, ଭଗବାନ।’

ନେହାଙ୍କ ଦ୍ୱିତୀୟ ଥର ମା ହେବା ଖବର ପ୍ରଶଂସକମାନଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନଙ୍କ ଖୁସିର ସ୍ତରକୁ ବଢେଇ ଦେଇଛି। ରୋହିତ ରେଡ୍ଡୀଙ୍କ ଠାରୁ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନାଭେଲି ନନ୍ଦା, ସାନିଆ ମିର୍ଜା, ଭାବନା ପାଣ୍ଡେ, ଫରାହ ଖାନ ପର୍ଯ୍ୟନ୍ତ ନେହା ଧୁପିଆଙ୍କ ପୋଷ୍ଟରେ ସେ ପୁନର୍ବାର ମା’ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫରାହ ଖାନ ଏକ ସ୍ମାଇଲିଂ ‍ଇମୋଜୀ ସହିତ ଲେଖିଛନ୍ତି ଯେ- “ତେବେ ମୁଁ ଏବେ ଲୋକଙ୍କୁ କରିପାରିବି ନା?”

Advertisment

ପ୍ରକାଶଥାଉ କି ନେହା ଧୁପିଆ ୨୦୧୮ ରେ ଅଙ୍ଗଦ ବେଦୀଙ୍କ ସହିତ ହଠାତ୍ ବିବାହ କରିଥିଲେ। ହଠାତ୍ ସେ ତାଙ୍କ ବିବାହ ଖବର ଶୁଣେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହା ପରେ ଅଭିନେତ୍ରୀ କହିଥିଲେ ଯେ ଯେତେବେଳେ ସେ ତାଙ୍କ ଗର୍ଭଧାରଣ ବିଷୟରେ ଜାଣିଲେ ସେତେବେଳେ ସେ ଏବଂ ଅଙ୍ଗଦ ଶୀଘ୍ର ବିବାହ କରିଥିଲେ। ବିହାହର ଛଅ ମାସ ପରେ ନଭେମ୍ବର ୨୦୧୮ରେ ସେ ତାଙ୍କ ପ୍ରଥମ ଝିଅ ମେହେରଙ୍କୁ ଜନ୍ମ ଦେଇଥିଲେ। ଏହାକୁ ନେଇ ସେତେବେଳେ ଅନେକ ପ୍ରଶ୍ନ ଉଠିଥିଲା।

Bollywood Angad Bedi Neha Dhupia Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ