Advertisment

ଗର୍ଭଧାରଣ ନେଇ ଅନେକ କାମ ହରେଇଛନ୍ତି ନେହା ଧୂପିଆ

ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ପୂର୍ବରୁ ନେହା ଧୂପିଆ ଏକ ପୂତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି। ତେବେ ବର୍ଭାବସ୍ଥାରେ ମଧ୍ୟ ପାରମ୍ପରିକ ନୀତିକୁ ଭାଙ୍ଗି ନେହା କାମ କରୁଛନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ ନେହା ନିଜର ଗର୍ଭଧାରଣ ହେତୁ ଅନେକ କାମ ହରେଇଛନ୍ତି।

Neha Dhupia lost out projects for pregnancy

Neha Dhupia lost out projects for pregnancy

Advertisment

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ପୂର୍ବରୁ ନେହା ଧୂପିଆ ଏକ ପୂତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି। ତେବେ ବର୍ଭାବସ୍ଥାରେ ମଧ୍ୟ ପାରମ୍ପରିକ ନୀତିକୁ ଭାଙ୍ଗି ନେହା କାମ କରୁଛନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ ନେହା ନିଜର ଗର୍ଭଧାରଣ ହେତୁ ଅନେକ କାମ ହରେଇଛନ୍ତି। ଏ କଥା ନିଜେ ନେହା କହିଛନ୍ତି। ଏହି କଥା ଉପରେ ବର୍ତ୍ତମାନ ତାଙ୍କ ପତି ଅଙ୍ଗଦ ବେଦୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Advertisment
Neha Dhupia-Angad Bediନେହା ଧୂପିଆ-ଅଙ୍ଗଦ ବେଦୀ

ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ଅଙ୍ଗଦ ବେଦୀ ଏହି କଥା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ସାକ୍ଷାତକାରରେ ଅଙ୍ଗଦ ବେଦୀଙ୍କୁ ପଚରାଯାଇଥିଲା ଯେ ସେ କ’ଣ ବି ବିବାହ ପରେ ବା ପିତା ହେବା ପରେ କାମ ହରେଇଛନ୍ତି? ଅଙ୍ଗଦ କହିଥିଲେ ଯେ ଏମିତି ହୁଏ, ମୁଁ ମଧ୍ୟ ଅନେକ ପୋଜେକ୍ଟରୁ ବାଦ ପଡିଛି। ହେଲେ ନିଜକୁ ଆଗକୁ ଯିବାର ଅଛି। ମୋ ପାଖରେ ଅନେକ ପ୍ରୋଜେକ୍ଟ ଥିଲା ଲୋକମାନଙ୍କ ସହ କାମ କରିବା ନେଇ। ଯଦି ଏଥିରୁ ବାଦ ପଡିବାକୁ ହୋଇଛି ତେବେ ଏହା ଭାଗ୍ୟ। ସମସ୍ତେ ଇଣ୍ଡଷ୍ଟ୍ରୀକୁ ଦୀର୍ଘ ସମୟ ଧରି ତିଷ୍ଟି ରହିବା ପାଇଁ ଆସିଛନ୍ତି। ତେବେ ଏମିତି ବହୁତ କିଛି ଆସେ ଯାହାକୁ ଅତିକ୍ରମ କରି ଆଗକୁ ଯିବାକୁ ହୋଇଥାଏ ବୋଲି ସେ କହିଛନ୍ତି।

Neha-Angad in Romantic Moodସାଗର ସ୍ନାନରେ ନେହା-ଅଙ୍ଗଦ

ତେବେ ବର୍ତ୍ତମାନ ନେହା ଓ ଅଙ୍ଗଦ ସେମାନଙ୍କ ଦ୍ୱିତୀୟ ସନ୍ତାନକୁ ଦୁନିଆର ଆଲୋକ ଦେଖାଇବା ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପୂର୍ବରୁ ନେହା ଧୂପିଆଙ୍କ ପରିବାର ମଧ୍ୟ ତାଙ୍କ ପାଇଁ ବେବୀ ଶାୱରର ଯୋଜନା କରିଥିଲେ। ନେହା ମଧ୍ୟ ଆଜିକାଲି ସୋସିଆଲ ମିଡିଆରେ ବେବୀ ବମ୍ପ୍‌ ପ୍ଲାଣ୍ଟ୍‌ କରି ଫଟୋ ଶେୟାର କରୁଛନ୍ତି। ନେହା ଅନେକ ଥର ମଧ୍ୟ ନିଜ ଶରୀରର ସକରାତ୍ମକତାକୁ ନେଇ ପ୍ରକାଶ କରିଛନ୍ତି।

Advertisment
Wedding of Neha and Angadନେଆ ଓ ଅଙ୍ଗଦଙ୍କ ବିବାହ ବେଳର ଫଟୋ

ନେହା ଧୂପିଆ ଓ ଅଙ୍ଗଦଙ୍କ ଯୋଡିକୁ ଖୁବ୍ ପସନ୍ଦ ମଧ୍ୟ କରାଯାଉଛି। ଉଭୟଙ୍କ ଫଟୋ ଅନେକ ଥର ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଦେଖାଯାଏ। ଏହି ଦମ୍ପତ୍ତି ଲୁପିଛପି ବାହା ହୋଇ ସମସ୍ତଙ୍କୁ ଚମକେଇ ଦେଇଥିଲେ।

Bollywood Neha Dhupia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ