Advertisment

ବେବି ବମ୍ପ୍ ଦେଖେଇ ପୁଲ୍ ପାର୍ଟୀ ଉପଭୋଗ କଲେ ନେହା ଧୂପିଆ

ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ପୁଣି ଗର୍ଭବତୀ ଅଛନ୍ତି। ତେବେ ‍ସେ ତାଙ୍କର ଏହି ମୁହୂର୍ତ୍ତକୁ ଖୁବ୍ ଭଲ ଭାବେ ଉପଭୋଗ କରୁଛନ୍ତି। ସୋସିଆଲ୍ ମିଡିଆରେ ସେ ତାଙ୍କର ବେବି ବମ୍ପ ଦେଖେଇ ଫଟୋ ପୋଷ୍ଟ କରି ଚାଲିଛନ୍ତି। ଏବେ ସେ ପୁଲ୍ ପାର୍ଟୀକୁ ଉପଭୋଗ କରୁଥିବାର କିଛି ଫଟୋ ସେୟାର କରିଛନ୍ତି।

Neha Dhupia

Neha Dhupia

Advertisment

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ପୁଣି ଗର୍ଭବତୀ ଅଛନ୍ତି। ତେବେ ‍ସେ ତାଙ୍କର ଏହି ମୁହୂର୍ତ୍ତକୁ ଖୁବ୍ ଭଲ ଭାବେ ଉପଭୋଗ କରୁଛନ୍ତି। ସୋସିଆଲ୍ ମିଡିଆରେ ସେ ତାଙ୍କର ବେବି ବମ୍ପ ଦେଖେଇ ଫଟୋ ପୋଷ୍ଟ କରି ଚାଲିଛନ୍ତି। ଏବେ ସେ ପୁଲ୍ ପାର୍ଟୀକୁ ଉପଭୋଗ କରୁଥିବାର କିଛି ଫଟୋ ସେୟାର କରିଛନ୍ତି।

Advertisment
Neha Dhupiaନେହା ଧୂପିଆ

ଏହି ସମୟର ଫଟୋ ସେୟାର କରି ନେହା ଧୂପିଆ ଲେଖିଛନ୍ତି ଯେ Pool 🏊‍♀️ party for two 🤰 । ଏହି ସବୁ ଫଟୋରେ ନେହା କଳା ରଙ୍ଗର ମୋନୋକନୀ ପିନ୍ଧିଥିବା ନଜର ଆସିଛନ୍ତି। ମୁହଁରେ କଳା ଚଷମା ସାଙ୍ଗକୁ ଖୋଲା ଚୁଟିରେ ନେହା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଗର୍ଭବତୀର ଚମକ ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି। ସେ ଖୁବ୍ ଖୁସି ଦେଖାଯାଉଥିବା ବେଳେ ବହୁତ ଉତ୍ସାହିତ ଥିବା ନଜର ଆସୁଛନ୍ତି। ସେ ସୋସିଆଲ୍ ମିଡିଆରେ ସେୟାର କରିଥିବା ଏହି ଫଟୋଗୁଡିକୁ ଦେଖିଲେ ଲାଗୁଛି ଯେ ସେ ଏହି ପୁଲ୍ ପାର୍ଟୀକୁ ଭରପୂର ଉପଭୋଗ କରୁଛନ୍ତି।

Advertisment

ଏବେ ନେହା ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଏକ କନ୍ୟା ସନ୍ତାନର ମା’ ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି। ସେ ତାଙ୍କ ଝିଅର ନାମ ମେହେର ରଖିଛନ୍ତି। ତେବେ ନେହା ଆଜିଯାଏ ତାଙ୍କ ଝିଅର ଚେହେରା ସର୍ବସାଧାରଣରେ ଦେଖେଇ ନାହାନ୍ତି।

Neha Dhupiaନେହା ଧୂପିଆ

ନେହାଙ୍କର ବୈବାହିକ ଜୀବନ ବିଷୟରେ ନଜର ପକେଇଲେ ସେ ଅଙ୍ଗଦ ବେଦୀଙ୍କୁ ବିବାହ କରିଛନ୍ତି। ସେତେବେଳେ ନେହା କାହାରିକୁ କିଛି ନ ଜଣେଇ ଗୁପ୍ତଭାବେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଯେତେବେଳେ ତାଙ୍କ ବିବାହର ଫଟୋ ସୋସିଆଲ୍ ମିଡିଆକୁ ଆସିଲା ଖୁବ ଭାଇରାଲ ହୋଇଥିଲା।

Advertisment

ବିବାହର ଖୁବ କମ ଦିନ ମଧ୍ୟରେ ନେହା ପ୍ରଥମ ଗର୍ଭବତୀ ହୋଇଥିଲେ ଓ ବେବି ବମ୍ପ ଦେଖେଇ ଫଟୋ ସେୟାର କରିଥିଲେ। ଏକ ସାକ୍ଷାତକାରରେ ଯେତେତେବେଳେ ତାଙ୍କୁ ଏନେଇ ପଚରାଯାଇଥିଲା ସେ ବିବାହ ସମୟରେ ଗର୍ଭବତୀ ଥିବା କହିଥିଲେ। ଅଙ୍ଗଦ ବେଦୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ତାଙ୍କ ଯୋଡିକୁ ମଧ୍ୟ ସମସ୍ତେ ପସନ୍ଦ କରିଥିଲେ।

ନେହା ଧୂପିଆଙ୍କ କାମର କଥା ଯଦି ଆଲୋଚନା କରାଯାଏ ତେବେ ସେ ରିଏଲିଟି ଶୋ’ ରୋଡିଜ୍ ଜଜ୍ କରୁଛନ୍ତି। ଏହା ବ୍ୟତୀତ ସେ ଚୁପ୍ ଚୁପ୍ କେ, ଜୁଲୀ, କୟାମତ, ଦେ ଦନା ଦନ୍, ତୁହ୍ମାରୀ ସୁଲୁ, ସିଂଗ୍ ଇଜ୍ କିଂଗ, ଏକ୍ସନ ରିପ୍ଲେ ଭଳି ଫିଲ୍ମରେ ପୂର୍ବରୁ ନଜର ଆସି ସାରିଛନ୍ତି। ତାଙ୍କର ଏହି ଫିଲ୍ମଗୁଡିକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି।

Bollywood Neha Dhupia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ