Advertisment

ନୀତୁ କପୁରଙ୍କ ଖୁଲାସା; ଝିଅ ବାହାଘର ବେଳେ ସଲମାନ ଖାନଙ୍କ ଯୋଗୁଁ ହୋଇଥିଲା ଏମିତି ଅବସ୍ଥା

ଚଳଚ୍ଚିତ୍ର ତାରକାମାନେ ପ୍ରାୟତଃ ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରିବେଷଣ କରୁଥିବା ଦେଖାଯାଏ, କିନ୍ତୁ ଆପଣ ଜାଣନ୍ତି କି ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁରଙ୍କ ବିବାହରେ କେଉଁ ଷ୍ଟାର୍‌ଙ୍କୁ ବାର୍ ଆଟେଣ୍ଡାଣ୍ଟ୍‌ କରାଯାଇଥିଲା?

ଅଦ୍ୟତନ ହୋଇଛି
neetu kapoor talks about riddhima kapoor wedding

neetu kapoor talks about riddhima kapoor wedding

Advertisment

ଚଳଚ୍ଚିତ୍ର ତାରକାମାନେ ପ୍ରାୟତଃ ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରିବେଷଣ କରୁଥିବା ଦେଖାଯାଏ, କିନ୍ତୁ ଆପଣ ଜାଣନ୍ତି କି ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁରଙ୍କ ବିବାହରେ କେଉଁ ଷ୍ଟାର୍‌ଙ୍କୁ ବାର୍ ଆଟେଣ୍ଡାଣ୍ଟ୍‌ କରାଯାଇଥିଲା?

Advertisment

ନିକଟରେ ନୀତୁ କପୁରଙ୍କୁ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ଅତିଥି ଭାବରେ ଦେଖିବାକୁ ମିଳିଥିଲା। ଏହି ଶୋ’ରେ ନୀତୁ ତାଙ୍କ ଝିଅ ରିଦ୍ଧିମା କପୁରଙ୍କ ବିବାହ ସହ ଜଡିତ ଅନେକ ରୋଚକ କଥାର ଖୁଲାସା କରିଥିବା ଦେଖିବାକୁ ମିଳିଛି।

ଜଣାଶୁଣା ଅଭିନେତ୍ରୀ ନୀତୁ କପୁର ତାଙ୍କ ଝିଅ ରିଦ୍ଧିମା କପୁର ଏବଂ ପୁଅ ରଣବୀର କପୁରଙ୍କ ସହ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ଭାଗ ନେବାକୁ ଆସିଥିଲେ। ଶୋ’ରେ ସେ କହିଥିଲେ ଯେ ରିଦ୍ଧିମା ସଲମାନ ଖାନଙ୍କର ଜଣେ ବଡ଼ ପ୍ରଶଂସକ। ରିଦ୍ଧିମାଙ୍କ ରୁମ୍‌ରେ ସଲମାନ ଖାନଙ୍କ ଏକ ପୋଷ୍ଟର ମଧ୍ୟ ଟଙ୍ଗାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଚାଲିଛି ଚର୍ଚ୍ଚା; ଏହି ଫିଲ୍ମରେ ଏକାଠି ନଜର ଆସିବେ ଆମିର୍-ସଲ୍‌ମାନ୍-ଶାହରୁଖ୍

ଯେତେବେଳେ ଶୋ’ର ହୋଷ୍ଟ୍‌ କପିଲ ଶର୍ମା ରିଦ୍ଧିମାଙ୍କୁ ପଚାରିଥିଲେ ଯେ ସଲମାନ ଖାନ କ’ଣ ସତରେ ତାଙ୍କ ବିବାହରେ ଯୋଗ ଦେଇଥିଲେ? ଏହି ପ୍ରଶ୍ନର ଉତ୍ତରରେ ରିଦ୍ଧିମା ‘ହଁ’ କହିଛନ୍ତି।

Advertisment

'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ନୀତି କପୁର ତାଙ୍କ ଝିଅ ରିଦ୍ଧିମାଙ୍କ ବିବାହ ସହ ଜଡିତ ସ୍ମୃତି ବାଣ୍ଟି କହିଛନ୍ତି ଯେ “ସଲମାନ ଖାନ୍ କହିଥିଲେ ଯେ ତାଙ୍କୁ ରିଦ୍ଧିମାଙ୍କ ବିବାହରେ ଜଣେ ବାର୍‌ ଆଟେଣ୍ଡାଣ୍ଟ୍‌ ହେବାର ଅଛି। ମୁଁ କହିଥିଲି ଠିକ୍‌ ଅଛି।”

ଏହା ପରେ ନୀତୁ କପୁର କହିଥିଲେ, “କିଛି ସମୟ ପରେ ଜଣେ ୱେଟର ଆମ ପାଖକୁ ଆସି କହିଲେ ଯେ ଡ୍ରିଙ୍କ୍ସ ଶେଷ ହୋଇଯାଇଛି। ଋଷି ଜୀ ମୋତେ ଚାହିଁ କହିଲେ, ଡ୍ରିଙ୍କ୍ସ ଏମିତି କେମିତି ଶେଷ ହୋଇପାରିବ? ଯେତିକି ଆବଶ୍ୟକ ତାହାଠାରୁ ମୁଁ ଅଧିକ ଅର୍ଡର କରିଥିଲି।”

ନୀତୁ କପୁର ଏବଂ ଋଷି କପୁରଙ୍କ ଲଳନା ରିଦ୍ଧିମା କପୁର ୨୦୦୬ରେ ବ୍ୟବସାୟୀ ଭରତ ସାହନିଙ୍କ ସହ ବିବାହ କରିଥିଲେ। ନୀତି ଏହି ଶୋ’ରେ କହିଛନ୍ତି ଯେ, “ଆମେ ଦେଖିଲୁ ଯେ ସଲମାନ ଜଣେ ବାର୍‌ ଆଟେଣ୍ଡାଣ୍ଟ୍‌ ହୋଇଥିଲେ, ଏନେଇ ଲୋକମାନେ ଡ୍ରିଙ୍କ୍ସକୁ ଫୋପାଡି ରିଫିଲ୍‌ କରିବାକୁ ବାରମ୍ବାର ତାଙ୍କ ପାଖକୁ ଆସୁଥିଲେ। ଋଷି ସଲମାନଙ୍କ ନିକଟକୁ ଯାଇ ତାଙ୍କୁ ଏଠାରୁ ଚାଲିଯିବାକୁ କହିଥିଲେ ନହେଲେ ସବୁ ଟ୍ରେଜେରୀ ଖାଲି ହୋଇଯାଇଥାନ୍ତା।”

Salman Khan Neetu Kapoor Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ