Advertisment

କେବିସି ହଟ୍ ସିଟ୍‌ରେ ନଜର ଆସିବେ ନୀରଜ ଚୋପ୍ରା-ପି ଶ୍ରୀଜେଶ

ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ଗେମ୍ ଶୋ ‘କୌନ୍ ବନେଗା କରୋଡ ପତି ୧୩’କୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି। କେବିସି ଶୋ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଶୋ’ରେ ପ୍ରତି ସପ୍ତାହରେ ଆଗ ଧାଡିର ହସ୍ତୀମାନେ ଯୋଗ ଦେଉଛନ୍ତି। ଏହି କ୍ରମରେ ଆଗାମୀ ଶୁକ୍ରବାର ଦମଦାର ହେବାକୁ ଯାଉଛି। କାରଣ ଏଥିରେ ଅଲମ୍ପିକ୍‌ରେ ଭାରତର ନାମକୁ ଉଜ୍ଜ୍ୱଳିତ କରିଥିବା ଆଥ୍‌ଲେଟ୍ ନୀରଜ ଚୋପ୍ରା ଓ ପି ଶ୍ରୀଜେଶ ନଜର ଆସିବେ।

KBC 13

KBC 13

Advertisment

ନୂଆଦିଲ୍ଲୀ : ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ଗେମ୍ ଶୋ ‘କୌନ୍ ବନେଗା କରୋଡ ପତି ୧୩’କୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି। କେବିସି ଶୋ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଶୋ’ରେ ପ୍ରତି ସପ୍ତାହରେ ଆଗ ଧାଡିର ହସ୍ତୀମାନେ ଯୋଗ ଦେଉଛନ୍ତି। ଏହି କ୍ରମରେ ଆଗାମୀ ଶୁକ୍ରବାର ଦମଦାର ହେବାକୁ ଯାଉଛି। କାରଣ ଏଥିରେ ଅଲମ୍ପିକ୍‌ରେ ଭାରତର ନାମକୁ ଉଜ୍ଜ୍ୱଳିତ କରିଥିବା ଆଥ୍‌ଲେଟ୍ ନୀରଜ ଚୋପ୍ରା ଓ ପି ଶ୍ରୀଜେଶ ନଜର ଆସିବେ। ସେମାନେ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ ସିଟ୍‌ରେ ବସିବେ। ଏହା ପୂର୍ବରୁ କେବିସିର ଏହି ହଟ୍ ସିଟ୍‌ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ଫରାହ ଖାନ ବସିଥିଲେ। ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ୍ ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେୱାଗ ମଧ୍ୟ ଏହି ଶୋ’ରେ ଅଂଶଗ୍ରହଣ କରିଥିଲେ।

Advertisment
Neeraj Chopraନୀରଜ ଚୋପ୍ରା

ସୋନୀ ଟିଭି ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ‘କୌନ୍ ବନେଗା କରୋଡପତି ୧୩’ର ଏକ ପ୍ରୋମୋ ଭିଡିଓ ଶେୟାର କରିଛି। ଏହି ଭିଡିରେ ଅଲମ୍ପିକ୍ ବିଜେତା ନୀରଜ ଚୋପ୍ରା ଓ ହକୀ ଖେଳାଳି ପି ଶ୍ରୀଜେଶ ସାମିଲ୍ ଥିବା ନଜର ଆସିଛନ୍ତି। ନିକଟରେ ଟୋକିଓ ଅଲମ୍ପିକ୍‌ରେ ଏମାନେ ବିଜୟ ଲାଭ କରି ଭାରତକୁ ଗୌରବାନ୍ୱିତ କରିବା ସହିତ ଉଭୟ ବହୁ ଲୋକପ୍ରିୟ ହୋଇଯାଇଛନ୍ତି।

ଏହି ପ୍ରୋମୋରେ ଦେଖାଯାଉଛି ଯେ ଯେତେବେଳେ ଷ୍ଟେଜ୍‌କୁ ଏହି ଦୁଇ ହସ୍ତୀ ପ୍ରବେଶ କରୁଛନ୍ତି ଶୋ’ର ମହାନାୟକ ଅମିତାଭ ବଚ୍ଚନ ଜୋରରେ ହିନ୍ଦୁସ୍ଥାନ ଜିନ୍ଦାବାଦ ବୋଲି କହୁଛନ୍ତି। ନୀରଜ ଚୋପ୍ରା ଓ ଶ୍ରୀଜେଶ କେବିସି ମଞ୍ଚକୁ ସେମାନଙ୍କ ମେଡାଲ୍ ପିନ୍ଧି ପ୍ରବେଶ କରୁଛନ୍ତି। ସେମାନଙ୍କ ପ୍ରବେଶରେ ସେଟ୍‌ରେ ଏକ ଅଲଗା ପ୍ରକାରର ଜୋଶ୍‌ ଓ ଉତ୍ସାହ ଦେଖିବାକୁ ମିଳୁଛି।

Advertisment

ଏହି ପ୍ରୋମୋ ଭିଡିଓକୁ ଏକ ସ୍ୱତନ୍ତ୍ର କ୍ୟାପ୍‌ସନ୍‌ ସହିତ ଚ୍ୟାନେଲ୍ ଶେୟାର କରିଛି। ସେ ଲେଖିଛି ଯେ “ନିଜ ଦେଶର ନାମକୁ ଉଜ୍ଜ୍ୱଳ କରି କେବିସି ମଞ୍ଚକୁ ଆସୁଛନ୍ତି ଟୋକିଓ ଅଲମ୍ପିକ୍ ୨୦୨୦ର ଗୋଲ୍ଡ ମେଡାଲିଷ୍ଟ୍ ନୀରଜ୍ ଓ ଶ୍ରୀଜେଶ।”

Advertisment
P Shreejeshପି ଶ୍ରୀଜେଶ

ପ୍ରକାଶଥାଉ ଯେ ନୀରଜ ଚୋପ୍ରା ଓ ଶ୍ରୀଜେଶ୍ ଅମିତାଭ ବଚ୍ଚନଙ୍କ ସହିତ ସେମାନଙ୍କ ଜୀବନକୁ ନେଇ ଜଡିତ ଅନେକ ସଂଘର୍ଷର କଥା ଶେୟାର କରିବେ। ଅଲମ୍ପିକ୍‌ରେ ଭାରତର ନାମକୁ ଗର୍ବିତ କରିଥିବା ଏହି ଦୁଇ ହସ୍ତୀଙ୍କୁ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ ସିଟ୍‌ରେ ବସିବା ଦେଖିବା ନେଇ ଦର୍ଶକମାନଙ୍କ ପାଇଁ କୌଣସି ଉପହାରରୁ ବି କମ ହେବନି। ଏହି ଏପିସୋଡ୍ ସେପ୍ଟେମ୍ବର ୧୭ରେ ସୋନୀ ଟିଭିରେ ପ୍ରସାରଣ ହେବ।

Neeraj Chopra Entertainment P Shrejesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ