Advertisment

କେକେଙ୍କୁ ଝୁରୁଛି ନାଜୁରୁଲ୍ ମଞ୍ଚ ! ଗୀତ ତାଲିକାକୁ ରଖି ଦିଆଯାଉଛି ଶ୍ରଦ୍ଧାଞ୍ଜଳି

କୋଲକାତାର ନାଜୁରୁଲ୍ ମଞ୍ଚରେ କେକେ ଗୀତ ଗାଇଥିଲେ । କେକେ ଆଉ ନାହାନ୍ତି କିନ୍ତୁ ତାଙ୍କ ଗୀତର ଧୁନ୍ ଆଜି ବି କାନରେ ବାଜୁଛି ।

ଅଦ୍ୟତନ ହୋଇଛି
KK

KK

Advertisment

ନିଶବ୍ବ ପାଲଟି ଯାଇଛି ନାଜୁରୁଲ୍ ମଞ୍ଚ । KKଙ୍କୁ ଝୁରୁଛନ୍ତି ସମସ୍ତେ । ନାଜୁରୁଲ୍ ମଞ୍ଚରେ ଜୀବନର ଶେଷ କାର୍ଯ୍ୟକ୍ରମ କରିଥିଲେ କେକେ । କେ.କେ ଗତକାଲି ଗାଇଥିଲେ ୨୦ଟି ଗୀତ । ତାଙ୍କର ସୁପରହିଟ୍ ଓ ଚର୍ଚ୍ଚିତ ୨୦ଟି ଗୀତ ଗାଇଥିଲେ । କୋଲକାତାର ନାଜୁରୁଲ୍ ମଞ୍ଚରେ କେକେ ଗୀତ ଗାଇଥିଲେ । କେକେ ଆଉ ନାହାନ୍ତି କିନ୍ତୁ ତାଙ୍କ ଗୀତର ଧୁନ୍ ଆଜି ବି କାନରେ ବାଜୁଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆଜି ଫୁଲତୋଡ଼ା ରଖାଯାଇଛି । ତାସହ କେକେ ଯେଉଁ କାଗଜରେ ତାଙ୍କ ଗୀତର ତାଲିକା ପ୍ରସ୍ତୁତ କରିଥିଲେ ତାକୁ ବି ରଖାଯାଇଛି ।

Advertisment
KK Last Song ListKK Last Song List

ଜଣାଶୁଣା ଗାୟକ କୃଷ୍ଣକୁମାର କୁନ୍ନଥ ଓରଫ କେକେଙ୍କ ମଙ୍ଗଳବାର ରାତିରେ ମୃତ୍ୟୁ ହୋଇଛି । ହୃଦସ୍ପନ୍ଦନ ବୃଦ୍ଧି ଏହାର କାରଣ ବୋଲି ଜଣାପଡ଼ିଛି । କେକେ କୋଲକାତାରେ ଏକ କନ୍‌ସର୍ଟ କରିବାକୁ ଯାଇଥିଲେ । ସେଠାରେ କନ୍‌ସର୍ଟ ଶେଷ କରିବା ପରେ ତାଙ୍କ ଦେହ ଖରାପ ହୋଇଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଯଥା ଶୀଘ୍ର ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଂଗୀତ ଦୁନିଆରେ ଚମକୁଥିବା ଏହି ତାରକା ୫୩ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଗଲେ।

ତାଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ଦେଶ ଗଭୀର ଭାବେ ମର୍ମାହତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ସମସ୍ତ ବଡ ବ୍ୟକ୍ତିତ୍ୱ ଏହି ଅପୂରଣୀୟ କ୍ଷତି ପାଇଁ ଶୋକ ପ୍ରକାଶ କରିଛନ୍ତି। କେକେଙ୍କ ଜୀବନ ଯାତ୍ରା ଖୁବ ସଫଳତା ଦେଇ ଚାଲିଥିଲା। ସେ ବଲିଉଡ୍‌କୁ ଅନେକ ହିଟ୍ ଗୀତ ଦେଇଛନ୍ତି। ତାଙ୍କ ଗୀତଗୁଡିକ ଲୋକଙ୍କ ଜିଭ ଅଗରେ ରହିଛି।

Advertisment
KK Passes Away KK
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ