Advertisment

Ayodhya Ram Mandir: ବିବାଦରେ ନୟନତାରା; ଫିଲ୍ମରେ ଶ୍ରୀରାମଙ୍କୁ ଅପମାନ ନେଇ ପସ୍ତେଇଲେ ଅଭିନେତ୍ରୀ

ଶ୍ରୀରାମଙ୍କୁ ନେଇ ଚାରିଆଡେ ଉତ୍ସବ ଦେଖାଦେଇଥିବା ବେଳେ ଦକ୍ଷିଣ ସୁନ୍ଦରୀ ନୟନତାରା ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣାନୀ’କୁ ନେଇ ବିବାଦରେ ରହିଛନ୍ତି। ଏଥିରେ ଶ୍ରୀରାମଙ୍କୁ ଅପମାନ କରାଯାଇଥିବାରୁ ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡିଛି।

Nayanthara in Controversy for insulted Shriram in the film Annapoorani

Nayanthara in Controversy for insulted Shriram in the film Annapoorani

Advertisment

ଆଜିକାଲି ଶ୍ରୀରାମଙ୍କୁ ନେଇ ଚାରିଆଡେ ଉତ୍ସବ ଦେଖାଦେଇଥିବା ବେଳେ ଦକ୍ଷିଣ ସୁନ୍ଦରୀ ନୟନତାରା ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣାନୀ’କୁ ନେଇ ବିବାଦରେ ରହିଛନ୍ତି, ଯେଉଁଥିପାଇଁ ସେ ମଧ୍ୟ ଲୋକଙ୍କ ନିକଟରେ କ୍ଷମା ମାଗିଛନ୍ତି। ବିବାଦୀୟ ଦୃଶ୍ୟ ହେତୁ ଫିଲ୍ମକୁ OTT ରୁ ହଟାଇ ଦିଆଯାଇଛି।

Advertisment

ଧାର୍ମିକ ବିଷୟବସ୍ତୁର ଚିତ୍ରଣ ହେତୁ ଅଭିନେତ୍ରୀଙ୍କ ୭୫ ତମ ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣାନୀ’ ବିବାଦ ଘେରରେ ରହିଛି ଯେଉଁଥିରେ ପ୍ରଭୁ ଶ୍ରୀରାମଙ୍କୁ ମାଂସାହାରୀ ନୁହେଁ ବୋଲି ବର୍ଣ୍ଣନା କରାଯାଇଛି। ବିବାଦ ପରେ ନୟନଥାରା ତାଙ୍କ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି।

ଡିସେମ୍ବର ୦୧, ୨୦୨୩ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ଜଣେ ହିନ୍ଦୁ ବ୍ରାହ୍ମଣ ମହିଳାଙ୍କ କାହାଣୀ ରହିଛି ଯିଏ ପାରମ୍ପରିକ ନିୟମ ଭାଙ୍ଗି ତାଙ୍କ ମୁସଲମାନ ବନ୍ଧୁଙ୍କ ସହଯୋଗରେ ରୋଷେୟା ହେବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ ଧାର୍ମିକ ସହିଷ୍ଣୁତାର ବିଷୟବସ୍ତୁକୁ ଦେଖାଯାଇଛି, ଯେଉଁଥିରେ ମାଂସ ରାନ୍ଧିବା ପାଇଁ ମହିଳାଙ୍କ ପସନ୍ଦ ଉପରେ ଗୁରୁତ୍ୱ ଦିଆଯାଇଛି। ଯାହା ପରେ, ସନାତନୀଙ୍କୁ ଲଗାତର ବିରୋଧ ଯୋଗୁଁ ଫିଲ୍ମଟି ଅନ୍‌ଲାଇନ୍ ପ୍ଲାଟଫର୍ମରୁ ହଟାଯାଇଛି।

Advertisment

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଅଭିନେତ୍ରୀଙ୍କ ନାମ ବିବାଦ ଭିତରକୁ ଆସିଛି। ଏହାପୂର୍ବରୁ ମଧ୍ୟ ସେ ଅନେକ ବିବାଦୀୟ ମାମଲାରେ ଛନ୍ଦି ହୋଇଛନ୍ତି। ତେବେ ଆସନ୍ତୁ ଅଭିନେତ୍ରୀଙ୍କ ୬ଟି ବଡ ବିବାଦ ଉପରେ ନଜର ପକାଇବା।

‘ଅନ୍ନପୂର୍ଣ୍ଣାନୀ’କୁ ଓଟିଟିରୁ ବାଦ୍:

ଅଭିଯୋଗ ଅନୁସାରେ ଫିଲ୍ମରେ ଦେଖାଯାଇଥିବା ଭଗବାନ ରାମଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ 'ଲଭ୍ ଜିହାଦ'କୁ ପ୍ରୋତ୍ସାହିତ କରି ଧାର୍ମିକ ଭାବନାକୁ ଆଘାତ ଦେଇଛି। ଏହି ବିବାଦ ପରେ ଚଳଚ୍ଚିତ୍ରର ଟିମ୍ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରି ଏହାକୁ OTT ପ୍ଲାଟଫର୍ମରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ନୟନତାରା ମଧ୍ୟ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କାହାକୁ ଆଘାତ କରିବା ପାଇଁ ନ ଥିଲା।

Advertisment

ତିରୁପତି ମନ୍ଦିରକୁ ଚପଲ ପିନ୍ଧି ଯିବା:

୨୦୨୨ ମସିହାରେ ବିବାହ କରିବାକୁ ଯାଉଥିବା ନୟନତାରା ଏବଂ ବିଗ୍ନେଶ ଶିବନ ତିରୁପତି ମନ୍ଦିର ଭିତରେ ଜୋତା ପିନ୍ଧି ବୁଲୁଥିବା ନେଇ ବିବାଦକୁ ଆସିଥିଲେ। ଏଥିପାଇଁ ତାଙ୍କୁ ଆଇନଗତ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥିଲା, ଯାହା ଧାର୍ମିକ ଭାବନାକୁ ଆଘାତ ଦେଇଥିଲା। ପରେ ଏହି ବେପରୁଆ କାର୍ଯ୍ୟ ପାଇଁ ଏହି ଦମ୍ପତି କ୍ଷମା ପ୍ରାର୍ଥନା କରିଥିଲେ।

ସରୋଗେସୀ ପ୍ରସଙ୍ଗ:

ନୟନତାରା ଏବଂ ଭିଗ୍ନେଶ ଶିବନ ୨୦୨୨ ମସିହାରେ ସେମାନଙ୍କର ପିଲା ଉଲାଗ ଏବଂ ଉୟିରଙ୍କୁ ସ୍ୱାଗତ କରିଥିଲେ, ଯାହା ସରୋଗେସୀ ଆଇନ ଉଲ୍ଲଂଘନକୁ ନେଇ ବିବାଦ ସୃଷ୍ଟି କରିଥିଲା। ତାମିଲନାଡୁ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ପରେ ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଥିଲେ ଯେ ଏହି ଦମ୍ପତି କୌଣସି ଆଇନ ଉଲ୍ଲଂଘନ କରିନାହାଁନ୍ତି। କାରଣ ସେତେବେଳେ ଏହି ଆଇନ ଦେଶରେ ଲାଗୁ ହୋଇ ନଥିଲା ଯେତେବେଳେ ସେମାନେ ଏହି ଚୁକ୍ତି କରିଥିଲେ।

​ଅଭିନୟ ଉପରେ ନିଷେଧାଦେଶ:

ନୟନତାରାଙ୍କୁ ଏକ ବର୍ଷ ପାଇଁ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରତିବନ୍ଧକ ଲଗାଯାଇଥିଲା କାରଣ ସେ କାର୍ଥି ଷ୍ଟାରର ଫିଲ୍ମ 'ପୈୟ୍ୟା'ର ନିର୍ମାତାଙ୍କ ସହ ସହଯୋଗ କରି ନ ଥିଲେ। ନିର୍ମାତା ଦାବି କରିଥିଲେ ଯେ ନୟନତାରା ଅଗ୍ରୀମ ଭାବରେ ନେଇଥିବା ୨୦ ଲକ୍ଷ ଟଙ୍କା ଫେରସ୍ତ କରିବାକୁ ମନାକରି ଦେଇଥିଲେ। ଆର୍ଥିକ ସମସ୍ୟା ହେତୁ ଅଭିନେତ୍ରୀଙ୍କୁ ଫିଲ୍ମ ପାଇଁ ନିଜ ଫିସ୍ କମ୍ କରିବାକୁ କୁହାଯାଇଥିଲା, କିନ୍ତୁ ସେ ଏହି ଅଫରକୁ ଗ୍ରହଣ କରି ନ ଥିଲେ। ତା’ପରେ ତମନ୍ନା ଭାଟିଆଙ୍କୁ ତାଙ୍କ ସ୍ଥାନରେ ନିଆଯାଇଥିଲା।

ନୟନତାରା-ପ୍ରଭୁଦେବାଙ୍କ ବିବାହ ବିବାଦ:

ଦକ୍ଷିଣ ଶିଳ୍ପରେ ନୟନତାରା ଏବଂ ପ୍ରଭୁଦେବାଙ୍କ ବିବାହକୁ ନେଇ ଅନେକ ଦିନ ଧରି ହାଇ ଭୋଲଟେଜ୍ ଡ୍ରାମା ହୋଇଥିଲା। ଯେତେବେଳେ ପ୍ରଭୁଦେବାଙ୍କ ପତ୍ନୀ ଲତା ଏ ବିଷୟରେ ଗଣମାଧ୍ୟମ ସହ କଥା ହୋଇଥିଲେ ସେତେବେଳେ ସେ କହିଥିଲେ ଯେ ସେ ନୟନତାରାଙ୍କ ସହ ଫୋନରେ କଥା ହୋଇଛନ୍ତି। ସେତେବେଳେ ଅଭିନେତ୍ରୀ ତାଙ୍କୁ ପ୍ରଭୁଦେବାଙ୍କୁ ବିବାହ କରିବାକୁ ଅନୁମତି ମାଗିଥିଲେ କିନ୍ତୁ ପରେ ବହୁତ ଗଣ୍ଡଗୋଳ ହୋଇଥିଲା ଏବଂ ମାମଲା ପୋଲିସ ପାଖରେ ପହଞ୍ଚିଥିଲା।

ସିମ୍ବୁ-ନୟନତାରା ବିବାଦ:

ନୟନତାରା ଏବଂ ଅଭିନେତା ସିମ୍ବୁ ବହୁ ବର୍ଷ ପୂର୍ବେ ଡେଟିଂ କରୁଥିଲେ ଏବଂ ୨୦୧୪ରେ ସେମାନଙ୍କର କିଛି ବ୍ୟକ୍ତିଗତ ଫଟୋ ଲିକ୍ ହୋଇଥିଲା ଯାହା ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଥିଲା। କିଛି ବର୍ଷ ପରେ ସିମ୍ବୁ ବିବାଦର ଜବାବ ଦେଇ କହିଥିଲେ ଯେ ଯେତେବେଳେ ସେ ଏକ ନୂଆ କ୍ୟାମେରା କିଣିଥିଲେ ସେତେବେଳେ ଦୁବାଇରେ ଏହି ଫଟୋ ଉଠାଯାଇଥିଲା। ସେ ସ୍ପଷ୍ଟ କରିଥିଲେ ଯେ ଏହା ତାଙ୍କ ଦ୍ୱାରା ଲିକ୍ ହୋଇନାହିଁ ଏବଂ ତାଙ୍କର ଉଦ୍ଦେଶ୍ୟ ନୁହେଁ ଅଭିନେତ୍ରୀଙ୍କୁ ଅସମ୍ମାନ କରିବା।

Nayanthara Ayodhya Ram Mandir Ayodhya Ram Temple Ayodhya Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ