Advertisment

ଶାହରୁଖ ଖାନଙ୍କ ସହ ଜବରଦସ୍ତ ରୋମାନ୍ସ କରିବେ ନୟନତାରା

ଆସୁଛି ‘ଲାଏନ୍’। ଭୟଙ୍କର ବଣୁଆ ଜନ୍ତୁ ଭାବେ ନଜର ଆସିବେ ଶାହରୁଖ ଖାନ। ଏଥିରେ ଦେଖିବାକୁ ମିଳିବ ସାଉଥ୍‌ର ସୁପର୍‌ହିଟ୍ ଅଭିନେତ୍ରୀ ନୟନତାରାଙ୍କୁ। ସେ କିଙ୍ଗ୍ ଖାନଙ୍କ ସହ ଜବରଦସ୍ତ ରୋମାନ୍ସ କରିବେ।

ଅଦ୍ୟତନ ହୋଇଛି
Nayanthara do Romance with Shah rukh Khan in Lion

Nayanthara do Romance with Shah rukh Khan in Lion

Advertisment

ସାଉଥ୍‌ର ସୁପର୍‌ହିଟ୍ ଅଭିନେତ୍ରୀ ନୟନତାରା ହିନ୍ଦୀ ସିନେମାରେ ନଜର ଆସିବେ। ସେ ବଲିଉଡ୍ ବାଦଶାହା ଶାହରୁଖ ଖାନଙ୍କ ସହ କରିବେ ଜବରଦସ୍ତ ରୋମାନ୍ସ। ତେବେ ତାଙ୍କ ହାତରେ ଆଜିକାଲି ଅନେକ ସାଉଥ୍ ସିନେମାର ପ୍ରୋଜେକ୍ଟ ରହିଛି, କିନ୍ତୁ ସବୁଠାରୁ ଚର୍ଚ୍ଚିାରେ ରହିଛି ତାଙ୍କର ଆଗାମୀ ଫିଲ୍ମ 'କାଥୁ ଭାକୁଲା ରେଣ୍ଡୁ କାଦଲ୍' ଯେଉଁଥିରେ ସେ ବିଜୟ ସେତୁପତିଙ୍କ ସହ ନଜର ଆସିବେ। ଏହି ଫିଲ୍ମକୁ ଅଭିନେତ୍ରୀଙ୍କ ପ୍ରେମିକ ବିଘ୍ନେଶ ଶିବମ୍‌ଙ୍କ ଦ୍ୱାରା କରାଯାଇଛି ଏବଂ ଏହା ୨୮ ଅପ୍ରିଲ୍‌ ରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ ନୟନତାରାଙ୍କୁ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ସହ ଦେଖିବାକୁ ମିଳିବ।

Advertisment

ନିର୍ଦ୍ଦେଶକ ଏଟଲୀ ଫିଲ୍ମ ‘ଲାଏନ୍’ ସହ ବଲିଉଡ୍‌ରେ ଡେବ୍ୟୁ କରୁଛନ୍ତି। ଏଥିରେ ସେ ଶାହାରୁଖ ଖାନଙ୍କୁ ନିର୍ଦ୍ଦେଶନା ଦେଉଛନ୍ତି। ସମ୍ପ୍ରତି, ଏହି ଫିଲ୍ମର ଟାଇଟଲ୍ '‘ଲାଏନ୍’ ଥିବା ବେଳେ କିଙ୍ଗ୍ ଖାନଙ୍କ ସହିତ ଦକ୍ଷିଣ ଭାରତୀୟ ସୁନ୍ଦରୀ ନୟନତାରା ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ‘ଲାଏନ୍’ ଏଟଲୀଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହେବ ଯାହାର ସୁଟିଂ ମୁମ୍ବାଇରେ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରର ନାମ ‘ଲାଏନ୍’ ହୋଇଥିବାରୁ ଅଭିନେତାଙ୍କର ସିଂହ ସହିତ ଅନେକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଏକ ଭୟଙ୍କର ବଣୁଆ ଜନ୍ତୁ ଭାବରେ ଦର୍ଶାଯାଉଛି।

ନିକଟରେ ନୟନତାରାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଏକ ହଳଦିଆ କ୍ରପ୍ ଟପ୍ ଏବଂ ନୀଳ ରଙ୍ଗର ଡେନିମ୍‌ରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ଏଥିସହିତ ଏଟ୍‌ଲୀଙ୍କ ଫିଲ୍ମ ଲୁକ୍‌ରେ କିଙ୍ଗ୍‌ ଅଫ୍ ରୋମାନ୍ସର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ପ୍ରକାଶ ଯେ, ଏଟ୍‌ଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନୟନତାରା ଜଣେ ଇନ୍‌ଭେଷ୍ଟିଗେଟର୍ ଭୂମିକାରେ ନଜର ଆସୁଥିବା ବେଳେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କୁ ଡବଲ ରୋଲ୍‌ରେ ଦେଖିବାକୁ ମିଳିବ। ଫିଲ୍ମ 'ଫ୍ୟାମିଲି ମ୍ୟାନ୍'ରେ ମନୋଜ ବାଜପେୟୀଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା ପ୍ରିୟା ମଣିଙ୍କୁ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

Advertisment

ଏହି ଦୁଇ ଅଭିନେତ୍ରୀଙ୍କ ବ୍ୟତୀତ କନ୍ନଡର ଟପ୍ ହାସ୍ୟ ଅଭିନେତା ଯୋଗୀ ବାବୁ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏହାପୂର୍ବରୁ ସେ ଶାହରୁଖଙ୍କ ସହ ଚେନ୍ନାଇ ଏକ୍ସପ୍ରେସ୍‌ରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏମାନଙ୍କ ବ୍ୟତୀତ ଦଙ୍ଗଲ୍‌ ଗାର୍ଲ ଭାବେ ଲୋକପ୍ରିୟତା ହାସଲ କରିଥିବା ବଲିଉଡ୍‌ ଅଭିନେତ୍ରୀ ସାନିଆ ମଲହୋତ୍ରା ଓ ପ୍ରସିଦ୍ଧ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Advertisment
Shah Rukh Khan Bollywood Nayanthara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ