Advertisment

ବଲିଉଡ୍‌ରେ ପରିବର୍ତ୍ତନର ସ୍ୱର ଉଠାଇଲେ ନୱାଜୁଦ୍ଦିନ ସିଦ୍ଦିକି

ବଲିଉଡ୍‌ରେ ଏମିତି ଅନେକ କିଛି ଅଛି ଯାହାକୁ ନୱାଜୁଦ୍ଦିନ ସିଦ୍ଦିକି ପସନ୍ଦ କରନ୍ତି ନାହିଁ ଏବଂ ସେ ବଲିଉଡ୍‌ରେ କାମ କରିବାର କେତେକ ଉପାୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଣ୍ଡଷ୍ଟ୍ରୀର ନାଁ ପରିବର୍ତ୍ତନ ସାଙ୍ଗ ଆହୁରି ଅନେକ କିଛି କହିଛନ୍ତି ସେ।

Nawazuddin Sidiqui open up on-bollywood trends

Nawazuddin Sidiqui open up on-bollywood trends

Advertisment

ନୱାଜୁଦ୍ଦିନ ସିଦ୍ଦିକି ତାଙ୍କର ଦମଦାର ଅଭିନୟ ପାଇଁ ଜଣାଶୁଣା। କିନ୍ତୁ ବଲିଉଡ୍‌ରେ ଏମିତି ଅନେକ କିଛି ଅଛି ଯାହାକୁ ନୱାଜୁଦ୍ଦିନ ସିଦ୍ଦିକି ପସନ୍ଦ କରନ୍ତି ନାହିଁ ଏବଂ ସେ ବଲିଉଡ୍‌ରେ କାମ କରିବାର କେତେକ ଉପାୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗତ କିଛି ଦିନ ହେବ ସାଉଥ୍‌ ଫିଲ୍ମ ସାରା ଦେଶରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି। ସମସ୍ତେ ସାଉଥ୍ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ କାହିଁକି ବଲିଉଡ୍‌କୁ ମୁହଁ ମୋଡି ସାଉଥ୍‌ ଫିଲ୍ମ ପ୍ରତି ଢଳୁଛନ୍ତି ତାହାର କାରଣ ନୱାଜୁଦ୍ଦିନ ସିଦ୍ଦିକି କହିଛନ୍ତି।

Advertisment

ଗତ ଦୁଇ-ତିନି ମାସର କଥା ଦେଖାଯାଏ ତ ପୁଷ୍ପା, ଆର୍‌ଆର୍‌ଆର୍‌ ଏବଂ କେଜିଏଫ୍: ୨ ହିନ୍ଦୀ ଅଞ୍ଚଳରେ ମଧ୍ୟ ବହୁତ ଭଲ ରୋଜଗାର କରିଛି। ଏହାକୁ ଦୃଷ୍ଟିରେ ରଖି ନୱାଜୁଦ୍ଦିନ ସିଦ୍ଦିକି ବଲିଉଡ୍‌ରେ କିଛି ପରିବର୍ତ୍ତନର ଆବଶ୍ୟକତା ଥିବା ନେଇ ପ୍ରଶ୍ନ ଉଠେଇଛନ୍ତି। ସେ ଯେଉଁ ତିନୋଟି ଜିନିଷ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ସେୟାର କରିଛନ୍ତି।

ନୱାଜୁଦ୍ଦିନ ସିଦ୍ଦିକି କହିଛନ୍ତି ଯେ ସର୍ବପ୍ରଥମେ ‘ବଲିଉଡ୍‌’ର ନାମକୁ ପରିବର୍ତ୍ତନ କରି ‘ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି’ କରିବାକୁ ଚାହୁଁଛନ୍ତି। ସେ ଆହୁରି କହିଛନ୍ତି୍ ଯେ “ଦ୍ୱିତୀୟତଃ ଲୋକେ ରୋମାନ୍ ଭାଷାରେ ସ୍କ୍ରିପ୍ଟ ମାଗନ୍ତି, ଯାହାକୁ ମନେ ରଖିବା କଷ୍ଟକର। ମୁଁ ମୋ ପାଇଁ ଏହାକୁ ଦେବନାଗରୀ ଭାଷାରେ ମଗେଇଥାଏ।

Advertisment

ତୃତୀୟ ପରିବର୍ତ୍ତନକୁ ନେଇ ନୱାଜୁଦ୍ଦିନ ସିଦ୍ଦିକି କୁହନ୍ତି ଯେ “ଆଖପାଖର ମାହୋଲ ଏମିତି ହୋଇଯାଇଛି ଯେ ନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ ସମସ୍ତେ ସେଟ୍‌ରେ ଇଂରାଜୀରେ କଥାବାର୍ତ୍ତା କରନ୍ତି। ଅଭିନେତାମାଙ୍କୁ ଏସବୁ କିଛି ବୁଝାପଡେନି… ସିଧାସଳଖ କଥାହେବା ଜରୁରୀ… ଏହା ଦ୍ୱାରା କ’ଣ ହୁଏ ନା ପ୍ରଦର୍ଶନ ଉପରେ ପ୍ରଭାବ ପଡେ।

ସାଉଥ୍ ଲୋକମାନେ ନିଜ ଭାଷାକୁ ନେଇ ଗର୍ବ କରନ୍ତି। ତାମିଲ ହେଉ କି କନ୍ନଡ ହେଉ, ସମସ୍ତେ ସେଟ୍‌ରେ ନିଜ ନିଜ ଭାଷାରେ କଥାବାର୍ତ୍ତା କରନ୍ତି। କିନ୍ତୁ ଏଠାରେ ସମସ୍ତେ ସେଟ୍‌ରେ ଇଂରାଜୀ କୁହନ୍ତି। ଯଦି କୌଣସି ଅଭିନେତା ଇଂରାଜୀ ଜାଣନ୍ତି ନାହିଁ ତେବେ ସେ କ’ଣ ହେଉଛି କିଛି ବି ବୁଝି ପାରିବେ ନାହିଁ।

Advertisment

ନୱାଜୁଦ୍ଦିନ ସିଦ୍ଦିକିଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି। ଲୋକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି ଯେ ସେ ନିଜେ ସାମ୍ନାକୁ ଆସି ଏଭଳି ମତ ରଖିଛନ୍ତି। ଖୁବ୍ ଶୀଘ୍ର ନୱାଜୁଦ୍ଦିନ ସିଦ୍ଦିକିଙ୍କୁ 'ହିରୋପନ୍ତୀ ୨'ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଟାଇଗର ଶ୍ରଫ୍ ଓ କ୍ରିତି ସେନନ୍ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।

Bollywood Nawazuddin Siddiqui
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ