Advertisment

ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଆଲିଆ

ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ମାରପିଟ୍ ଓ ଘରେ ତାଲା ପକାଇବା ଭଳି ଅନେକ ଗୁରୁତର ଅଭିଯୋଗ ଲଗେଇଛନ୍ତି। କିନ୍ତୁ, ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ଅଭିଯୋଗ ଯୋଡି ହୋଇଛି ଏବଂ ଏହା ଅତ୍ୟନ୍ତ ଗମ୍ଭୀର।

ଅଦ୍ୟତନ ହୋଇଛି
Nawazuddin Siddiqui's Wife Aaliya Siddiqui Files Police Complaint

Nawazuddin Siddiqui wife Aaliya Siddiqui accuses actor of rape

Advertisment

ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଆଜିକାଲି କାମ ଅପେକ୍ଷା ବିବାଦକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କ ପତ୍ନୀ ଆଲିଆ ସିଦ୍ଦିକି ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ମାରପିଟ୍ ଓ ଘରେ ତାଲା ପକାଇବା ଭଳି ଅନେକ ଗୁରୁତର ଅଭିଯୋଗ ଲଗେଇଛନ୍ତି। କିନ୍ତୁ, ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ଅଭିଯୋଗ ଯୋଡି ହୋଇଛି ଏବଂ ଏହା ଅତ୍ୟନ୍ତ ଗମ୍ଭୀର।

Advertisment

ଆଲିଆ ସିଦ୍ଦିକି ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆଲିଆ ଏବେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଉ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ କାନ୍ଦୁଥିବା ବେଳେ ନିଜର ଯନ୍ତ୍ରଣା କହୁଛନ୍ତି।

ଅଧିକ ପଢ଼ନ୍ତୁ: ବଲିଉଡ୍‌ରେ ପରିବର୍ତ୍ତନର ସ୍ୱର ଉଠାଇଲେ ନୱାଜୁଦ୍ଦିନ ସିଦ୍ଦିକି

ଆଲିଆ ତାଙ୍କ ସ୍ୱାମୀଙ୍କ ବିରୋଧରେ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ଅଭିନେତାଙ୍କ ପତ୍ନୀ ଶେୟାର କରିଥିବା ଭିଡିଓରେ ସେ କହିଛନ୍ତି ଯେ ନୱାଜ ତାଙ୍କ ପିଲାମାନଙ୍କୁ ତାଙ୍କଠାରୁ ଛଡ଼େଇ ନେବାକୁ ଚାହୁଁଛନ୍ତି ଏବଂ ସେ ଆଜିକାଲି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। କାନ୍ଦି କାନ୍ଦି ଆଲିଆ ତାଙ୍କ ଦୁଃଖ କହିଛନ୍ତି। ଆଲିଆ ତାଙ୍କ ଭିଡିଓରେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Advertisment

ଆଲିଆ ଭିଡିଓର କ୍ୟାପ୍‌ସନ୍‌ରେ ଲେଖିଛନ୍ତି- “ଜଣେ ମହାନ ଅଭିନେତା ଯିଏ ବାରମ୍ବାର ଜଣେ ମହାନ ମଣିଷ ହେବାକୁ ଚେଷ୍ଟା କରନ୍ତି। ତାଙ୍କର ନିଷ୍ଠୁର ମା’ ଯିଏ ମୋର ନିରୀହ ପିଲାମାନଙ୍କୁ ଅବୈଧ ବୋଲି କହିଥାଏ ଏବଂ ଏହି ଖରାପ ବ୍ୟକ୍ତି ସେସବୁ ଶୁଣି ଚୁପ୍ ରହିଥାଏ। ଗତକାଲି ଭର୍ସୋଭା ପୋଲିସ୍ ଷ୍ଟେସନରେ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ (ପ୍ରମାଣ ସହିତ) ଦାଖଲ କରିଛି। ଯାହା ହେଉ ପଛେ, ମୁଁ ମୋର ନିରୀହ ପିଲାମାନଙ୍କୁ ଏହି ହୃଦୟହୀନ ହାତରେ ପଡ଼ିବାକୁ ଦେବି ନାହିଁ।

ଭିଡିଓରେ ଆଲିଆ କହିଛନ୍ତି- “ନୱାଜ ଗତକାଲି କୋର୍ଟରେ ଏକ ମାମଲା ଦାୟର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ସେ ପିଲାର ସୁରକ୍ଷା ଚାହୁଁଛନ୍ତି। ମୁଁ କେବଳ ତୁମମାନଙ୍କଠାରୁ ଏମିତି ଜାଣିବାକୁ ଚାହେଁ ଯେ ଯିଏ ପିଲାକୁ କେବେ ଅନୁଭବ କରିନାହାଁନ୍ତି, ନା ଗର୍ଭରେ ଅନୁଭବ କରିଛନ୍ତି, ନା ପରେ ଅନୁଭବ କରିଛନ୍ତି। ଯିଏ ଜାଣେ ନାହିଁ ପିଲାର ଡାଏପର କେତେ ଟଙ୍କାରେ ଆସୁଛି। ଡାଏପର କିପରି ପିନ୍ଧାନ୍ତି। ତାଙ୍କୁ ଜଣା ନାହିଁ ପିଲାକେବେଳେ ବଡ ହୋଇଗଲା, ତାଙ୍କୁ କିଛି ବି ଜଣା ନାହିଁ। ସେ ପିଲାମାନଙ୍କୁ ମୋ ପାଖରୁ ଛଡ଼ାଇ ନେଇ ନିଜ ଶକ୍ତି ଦେଖେଇବାକୁ ଚାହାଁନ୍ତି ଏବଂ ଜଣେଇବାକୁ ଚାହାଁନ୍ତି ଯେ ସେ ଜଣେ ବହୁତ ଭଲ ବାପା। ସେ ତାଙ୍କ ଶକ୍ତିର ଅପବ୍ୟବହାର କରୁଛନ୍ତି। ତୁମେ ତୁମର ଟଙ୍କାରେ ଅନେକ ଲୋକ କିଣି ପାରିବ, କିନ୍ତୁ ତୁମେ ମୋ ପିଲାମାନଙ୍କୁ ମୋଠାରୁ ଛଡ଼ାଇ ନେଇପାରିବ ନାହିଁ।”

Advertisment

ସେ ଆହୁରି କହିଛନ୍ତି ଯେ “ତୁମେ ମୋତେ ତୁମର ସ୍ତ୍ରୀ ବୋଲି ମାନ ନାହଁ, କିନ୍ତୁ ମୁଁ ତୁମକୁ ସବୁବେଳେ ମୋର ସ୍ୱାମୀ ବୋଲି ମାନେ। କିନ୍ତୁ, ମୁଁ ଏହି କଥାକୁ କଦାପି ବରଦାସ୍ତ କରିବି ନାହିଁ। ମୋ ପାଖରେ ଟଙ୍କାର ସମସ୍ୟା ଅଛି ଏବଂ ତୁମେ ମୋ ପିଲାମାନଙ୍କୁ ମୋଠାରୁ ଛଡ଼ାଇ ନେଉଛ। ଏହା ମୋତେ ସବୁ ଦିଗରୁ ଦୁର୍ବଳକରି ରଖିଛି ଏବଂ ବର୍ତ୍ତମାନ ମୋ ପିଲାମାନଙ୍କୁ ମୋଠାରୁ ଛଡ଼େଇ ନେବାକୁ ଚେଷ୍ଟା ଚାଲିଛି। ସେ ଏହାର ଶକ୍ତିରେ ଏତେ ଅନ୍ଧ ହୋଇଯାଇଛନ୍ତି ଯେ ତାଙ୍କୁ କିଛି ବି ବୁଝାପଡୁନି। ମୋର ଗୋଟେ ପିଲାକୁ ଜଣା ନାହିଁ ଯେ ବାପା କ’ଣ, ସେ ତାଙ୍କ ସହିତ କିପରି ରହିବେ? କୋର୍ଟ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏହି ନିଷ୍ପତ୍ତି ମୋ ସପକ୍ଷରେ ଆସିବ।”

Bollywood Nawazuddin Siddiqui
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ