Advertisment

ବଲିଉଡ୍‌କୁ ନେଇ ବିବାଦୀୟ ମତ; ଦେଶରେ ଉଗ୍ର ଦେଶପ୍ରେମୀ ଫିଲ୍ମ ତିଆରି ହେଉଛି : ନାସିରୁଦ୍ଦିନ ଶାହା

ନାସିରୁଦ୍ଦିନ ଶାହା ତାଙ୍କ ଅଭିନୟ ଅପେକ୍ଷା ବିବାଦୀୟ ମତ ଦେଇ ପ୍ରାୟ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ଥରେ ସେ ଏମିତି କିଛି କହିଛନ୍ତି ଯାହାକୁ ନେଇ ଅନେକ ଲୋକ ତାଙ୍କୁ ଟ୍ରୋଲ କରୁଛନ୍ତି। ସବୁଠାରୁ ବଡ କଥା ହେଉଛି ନାସିରୁଦ୍ଦିନ ଶାହା ନିଜେ ବଲିଉଡର ଏକ ଅଂଶ ହୋଇ ବି ବଲିଉଡ୍ ଫିଲ୍ମ ବିରୁଦ୍ଧରେ କହିଥାନ୍ତି।

Naseeruddin Shah says south films are more original than bollywood

Naseeruddin Shah says south films are more original than bollywood

Advertisment

ଦିଗ୍ଗଜ ଅଭିନେତା ନାସିରୁଦ୍ଦିନ ଶାହା ତାଙ୍କ ଅଭିନୟ ଅପେକ୍ଷା ବିବାଦୀୟ ମତ ଦେଇ ପ୍ରାୟ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ଥରେ ସେ ଏମିତି କିଛି କହିଛନ୍ତି ଯାହାକୁ ନେଇ ଅନେକ ଲୋକ ତାଙ୍କୁ ଟ୍ରୋଲ କରୁଛନ୍ତି। ସବୁଠାରୁ ବଡ କଥା ହେଉଛି ନାସିରୁଦ୍ଦିନ ଶାହା ନିଜେ ବଲିଉଡର ଏକ ଅଂଶ ହୋଇ ବି ସେ ପ୍ରାୟତଃ ଅନ୍ୟ ସହକର୍ମୀଙ୍କ ଫିଲ୍ମ ବିରୁଦ୍ଧରେ କହିଥାନ୍ତି।

Advertisment

ନିକଟରେ ଏକ ସାକ୍ଷାତକାରରେ ନାସିରୁଦ୍ଦିନ ଶାହା କହିଛନ୍ତି ଯେ ଆପଣ ଯେତେ jingoist(ଉଗ୍ର ଦେଶପ୍ରେମୀ) ଫିଲ୍ମ ନିର୍ମାଣ କରିବେ, ସେତେ ଲୋକପ୍ରିୟ ହେବେ ଏବଂ ଏହି ଦେଶରେ ଏହା ଘଟୁଛି କିନ୍ତୁ ଯେଉଁମାନେ ଏଭଳି ଫିଲ୍ମ କରୁଛନ୍ତି ସେମାନେ ବହୁତ କ୍ଷତିକାରକ।

ସେ ଏହା ମଧ୍ୟ କହିଛନ୍ତି ଯେ ସେ ‘ଦ କାଶ୍ମୀର ଫାଇଲ୍‌’, ‘ଦ କେରଳ ଷ୍ଟୋରୀ’ ଏବଂ ‘ଗଦର ୨’ କୁ ଦେଖି ନାହାଁନ୍ତି କିନ୍ତୁ ଏହା ବିଷୟରେ ସେ ଜାଣିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଫିଲ୍ମକୁ ନେଇ ସେ ଭାରୀ ଦୁଃଖିତ। କିନ୍ତୁ ସେ ସାଉଥ୍‌ ଫିଲ୍ମକୁ ନେଇ ସକାରାତ୍ମକ ମତ ଦେଇଛନ୍ତି।

Advertisment

ସାକ୍ଷାତକାରରେ ନାସିରୁଦ୍ଦିନ ଶାହା ସାଉଥ୍ ଫିଲ୍ମକୁ ପ୍ରଶଂସା କରି ବଲିଉଡ ଅପେକ୍ଷା ଖୁବ୍ ଭଲ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସାଉଥ୍ ଫିଲ୍ମ ବର୍ତ୍ତମାନ ହିନ୍ଦୀ ଫିଲ୍ମ ଅପେକ୍ଷା ଦର୍ଶକଙ୍କୁ ଅଧିକ ଆକର୍ଷିତ କରୁଛି। ତାମିଲ, କନ୍ନଡ, ମାଲାୟାଲମ୍ ଏବଂ ତେଲୁଗୁ ଭାଷାରେ ନିର୍ମିତ ବ୍ୟବସାୟିକ ଫିଲ୍ମ ମଧ୍ୟ ଅଧିକ କଳ୍ପନାଶୀଳ ଏବଂ ମୌଳିକ।

ନାସିରୁଦ୍ଦିନ କହିଛନ୍ତି ଯେ “ସାଉଥ୍‌ ଇଣ୍ଡଷ୍ଟ୍ରୀ ପାଇଁ ଏହା କିଛି ନୂଆ ନୁହେଁ କାରଣ ସେମାନେ ବର୍ଷ ବର୍ଷ ଧରି ଏହା କରିଆସୁଛନ୍ତି। ଏପରିକି ତାଙ୍କ ଗୀତଗୁଡ଼ିକର ଚିତ୍ରଣ, ତାହା ଯେତେ ପାଗଳାମି ହେଉ ପଛେ ସେଗୁଡ଼ିକ ମୌଳିକ ବିଚାର ଉପରେ ଆଧାରିତ।” ସାଉଥ୍ ଇଣ୍ଡିଆନ ଫିଲ୍ମର ତାରକାମାନେ ଅଧିକ ପରିଶ୍ରମୀ ଏବଂ ଏହା କୌଣସି ରହସ୍ୟ ନୁହେଁ ଯେ ସେମାନଙ୍କ ଫିଲ୍ମ ହିନ୍ଦୀ ସିନେମା ଅପେକ୍ଷା କାହିଁକି ଭଲ ପ୍ରଦର୍ଶନ କରୁଛି।

Advertisment

ନାସିରୁଦ୍ଦିନ ବିଶ୍ୱାସ କରନ୍ତି ଯେ ତାମିଲ, କନ୍ନଡ, ମାଲାୟାଲମ୍ ଏବଂ ତେଲୁଗୁ ସମେତ ସମସ୍ତ ଦକ୍ଷିଣ ଭାରତୀୟ ଫିଲ୍ମଙ୍କୁ ଏହିଭଳି ପରୀକ୍ଷା କରାଯାଇପାରେ। କିନ୍ତୁ ଯେଉଁଭଳି ଭାବେ ସେମାନେ ତାଙ୍କର ସ୍କ୍ରିପ୍ଟଗୁଡ଼ିକୁ କାର୍ଯ୍ୟକାରୀ କରନ୍ତି ତାହା ଅତ୍ୟନ୍ତ ନିଖୁଣ ଏବଂ ସର୍ବଦା ନିର୍ଭୁଲ।

ନାସିରୁଦ୍ଦିନ ଶାନ ଆହୁରି ମଧ୍ୟ କହିଛନ୍ତି ଯେ “ଗତ କିଛି ବର୍ଷ ମଧ୍ୟରେ ଭଲ ଷ୍ଟାର୍‌କାଷ୍ଟ୍‌ ସହ ଅନେକ ବଲିଉଡ ଫିଲ୍ମ ସେମାନଙ୍କ ଆଶା ପୂରଣ କରି ନଥିବା ବେଳେ 'କେଜିଏଫ୍‌', 'ପୁଷ୍ପା: ଦି ରାଇଜ୍‌', କାନ୍ତାରା ଏବଂ 'ଆର୍‌ଆର୍‌ଆର୍‌' ଭଳି ସାଉଥ୍ ଫିଲ୍ମ ବକ୍ସ ଅଫିସ୍‌ରେ ହିନ୍ଦୀ ଫିଲ୍ମ ଉପରେ ଭାରୀ ପଡିଛି।”

The Kashmir Files Naseeruddin Shah Gadar-2 Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ