Advertisment

ଆଦିତ୍ୟନାଥଙ୍କ ‘ଅବ୍‌ବା ଜାନ’ ବୟାନର ପ୍ରତିକ୍ରିୟା ରଖିଲେ ନସିଋଦ୍ଦୀନ ଶାହ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଅଭିନେତା ନସିଋଦ୍ଦୀନ ଶାହ। ଯୋଗୀ ଆଦିତ୍ୟନାଥଙ୍କ ‘ଅବ୍‌ବା ଜାନ’ ବୟାନକୁ ନେଇ ପ୍ରତିକ୍ରିୟା କରିଛନ୍ତି ନସିଋଉଦ୍ଦୀନ। ସେ ଏହି ବୟାନକୁ ଅପମାନଜନକ ବୋଲି କହିଛନ୍ତି। ପୂର୍ବରୁ ସୋସିଆଲ ମିଡିଆରେ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ‘ଅବ୍‌ବା ଜାନ’ ଶବ୍ଦ ବ୍ୟବହାର କରିଥିଲେ।

Naseeruddin Shah

Naseeruddin Shah

Advertisment

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଅଭିନେତା ନସିଋଦ୍ଦୀନ ଶାହ। ଯୋଗୀ ଆଦିତ୍ୟନାଥଙ୍କ ‘ଅବ୍‌ବା ଜାନ’ ବୟାନକୁ ନେଇ ପ୍ରତିକ୍ରିୟା କରିଛନ୍ତି ନସିଋଉଦ୍ଦୀନ। ସେ ଏହି ବୟାନକୁ ଅପମାନଜନକ ବୋଲି କହିଛନ୍ତି। ପୂର୍ବରୁ ସୋସିଆଲ ମିଡିଆରେ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ‘ଅବ୍‌ବା ଜାନ’ ଶବ୍ଦ ବ୍ୟବହାର କରିଥିଲେ। ଏହା ପରେ ସୋସିଆଲ୍ ମିଡିଆରେ ଏହି ଶବ୍ଦ ଟ୍ରେଣ୍ଡ କରିଥିଲା। ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ନେତାମାନେ ଏହାର କଡା ଜବାବ ରଖିଥିଲେ।

Advertisment

ଏକ ଟିଭି ଚାଲେନ୍ ସହ ସାକ୍ଷାତକାରରେ ନାସିଋଦ୍ଦୀନ ଶାହ କହିଛନ୍ତି ଯେ ‘ଅବ୍‌ବା ଜାନ’ ବାଲା ବୟାନ ଅବମାନନା ଭଳି କଥା ଏବଂ ଏହା ପ୍ରତିକ୍ରିୟା ଯୋଗ୍ୟ ନୁହେଁ। ଏହି ବୟାନ ଉପରେ କିଛି କହିବା ମୂଲ୍ୟହୀନ। ସେ ତାଙ୍କ କଥାକୁ ସ୍ପଷ୍ଟ କରି କହିଛନ୍ତି ଯେ ‘ଅବ୍‌ବା ଜାନ’ ବାଲା ଶବ୍ଦ ତାଙ୍କର ଘୃଣା ତାଲିକାର ଏକ ଅଂଶ, ଯାହା ସେ ସବୁବେଳେ ଦେଇଥାନ୍ତି।

Advertisment

ପ୍ରକାଶଥାଉ ଯେ ଭାଇରାଲ ଭିଡିଓରେ ଯୋଗୀ ଆଦିତ୍ୟନାଥ କହୁଛନ୍ତି ଯେ ୨୦୧୭ ପୂର୍ବରୁ ପ୍ରଦେଶରେ କେବଳ ‘ଅବ୍‌ବା ଜାନ’ କହୁଥିବା ଲୋକଙ୍କୁ ରାଶନ ଦିଆଯାଉଥିଲା। ରବିବାର ଏକ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟୀ ପ୍ରମୁଖ ଅଖିଳେଶ ଯାଦବଙ୍କ ନା ନ ନେଇ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ‘ଅବ୍‌ବା ଜାନ’ କହୁଥିବା ଗରୀବଙ୍କ ଚାକିରି ଛଡେଇ ନିଆଯାଉଥିଲା। ପୂରା ପରିବାର ଝୁଲା ଧରି ରାସ୍ତାକୁ ବାହାରୁଥିଲେ। ‘ଅବ୍‌ବା ଜାନ’ କହୁଥିବା ଲୋକେ ରାଶନ ହଜମ କରିଦେଉଥିଲେ କିନ୍ତୁ ଗରୀବଙ୍କ ରାଶନ ନେପାଲ ଓ ବାଙ୍ଗ୍ଲାଦେଶ ଚାଲିଯାଉଥିଲା। କିନ୍ତୁ ଏବେ ଯିଏ ଗରୀବଙ୍କ ରାଶନ ଲୁଟ୍ କରିବ ସେ ଜେଲ୍ ଯିବ। ଆମ ଶାସନରେ ତୁଷ୍ଟିକରଣ ରାଜନୀତିର ସମାପ୍ତ ହୋଇଛି।

ଭିଡିଓରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୀତିର ଏଜେଣ୍ଡାକୁ ପରିବର୍ତ୍ତନ କରିଛନ୍ତି। ଯେଉଁ ରାଜନୀତି ୧୯୪୭ରେ ଜାତି, କ୍ଷେତ୍ର, ପରିବାର ଓ ବଂଶ ପର୍ଯ୍ୟନ୍ତ ସୀମିତ ଥିଲା ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ପିଲା, ଗରୀବ, ମହିଳା, ଗ୍ରାମ, ଯୁବକ ଆଦିଙ୍କ ପାଖରେ ପହଞ୍ଚେଇଛନ୍ତି। ଫଳରେ ଆଜି ସମସ୍ତଙ୍କୁ ସମାନ ବିକାଶ ମିଳୁଛି।

Advertisment

ଅନ୍ୟପକ୍ଷରେ ଅଭିନେତା ନସୀଋଦ୍ଦୀନ୍ ଶାହ ଆଫଗାନସ୍ଥାନରେ ତାଲିବାନ ଶାସନର ଆଗମନ ନେଇ ଉତ୍ସବ ମନଉଥିବା କିଛି ଭାରତୀୟ ମୁସଲମାନଙ୍କୁ ନିନ୍ଦା କରିବା ଭଳି ଟିପ୍ପଣୀ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ। ଏହି ବୟାନ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Bollywood Naseeruddin Shah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ