Advertisment

ବିବାଦୀୟ ମତ ପାଇଁ ପାକିସ୍ତାନୀ ସିନ୍ଧିଙ୍କୁ ଭୁଲ୍ ମାଗିଲେ ନାସିରୁଦ୍ଦିନ ଶାହା, କହିଲେ…

ନାସିରୁଦ୍ଦିନ ଶାହା ନିକଟରେ ପାକିସ୍ତାନର ସିନ୍ଧି ଭାଷା ଉପରେ ନିଜର ମତ ଦେଇଛନ୍ତି। ଏଥିପାଇଁ ପାକିସ୍ତାନୀ ସିନ୍ଧିମାନେ ଅଭିନେତାଙ୍କୁ ଟାର୍ଗେଟ୍‌ କରିଥିଲେ, ଏହା ପରେ ନାସିରୁଦ୍ଦିନ ଶାହାଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ ପଡିଛି।

ଅଦ୍ୟତନ ହୋଇଛି
Naseeruddin Shah issues apology for his sindhi language

Naseeruddin Shah issues apology for his sindhi language

Advertisment

ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା ନିଜ ଅଭିନୟ ସହିତ ନିଜର ଖୁଲମଖୁଲା ମତକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ମତ ପାଇଁ ସେ ଅନେକ ସମୟରେ ବିବାଦରେ ମଧ୍ୟ ଛନ୍ଦି ହୋଇଯାଆନ୍ତି। ବର୍ତ୍ତମାନ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ନିଜ ମତ ପାଇଁ ସେ ଟ୍ରୋଲ୍‌ର ଶିକାର ହୋଇଛନ୍ତି।

Advertisment

ଆପଣ ଭାବୁଥିବେ ଘଟଣା କ’ଣ? ତେବେ ଏହି ପ୍ରସଙ୍ଗ ଭାରତ ନୁହେଁ ପାକିସ୍ତାନ ସହ ଜଡିତ। ସେ ତାଙ୍କ ବିବୃତ୍ତି ପାଇଁ ସାଙ୍ଘାତିକ ଭାବେ ଟ୍ରୋଲ୍‌ ହୋଇଛନ୍ତି ଆଉ ନିଜ ଭୁଲକୁ ସ୍ୱୀକାର କରି କ୍ଷମା ମାଗିଛନ୍ତି।

ନାସିରୁଦ୍ଦିନ ଶାହା ନିକଟରେ କିସ୍ତାନର ସିନ୍ଧି ଭାଷା ଉପରେ ନିଜର ମତ ଦେଇଛନ୍ତି। ଏହା ପରେ ପାକିସ୍ତାନୀ ସିନ୍ଧିମାନେ ଅଭିନେତାଙ୍କୁ ଟାର୍ଗେଟ୍‌ କରିଥିଲେ, ଏହା ପରେ ନାସିରୁଦ୍ଦିନ ଶାହାଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ ପଡିଛି।

Advertisment

ତାଙ୍କ ସିରିଜ୍ ‘ତାଜ୍ ଡିଭାଇଡ୍ ବ୍ଲଡ୍’ ପ୍ରମୋଟ୍ କରୁଥିବାବେଳେ ନାସିରୁଦ୍ଦିନ ଶାହା ଭାଷା ସମ୍ବନ୍ଧରେ ଏକ ବିବୃତ୍ତି ଦେଇଥିଲେ। ସେ କହିଥିଲେ ଯେ ପାକିସ୍ତାନରେ ବାଲୁଚି ଭାଷା, ବରୀ ଭାଷା, ସେରାଇକି ଏବଂ ପସ୍ତୋ ଭାଷା ଅଛି, କିନ୍ତୁ ବର୍ତ୍ତମାନ ସେଠାରେ ସିନ୍ଧି ଭାଷା କୁହାଯାଉ ନାହିଁ। ନାସିରଙ୍କ ଏଭଳି ମତ ପାକିସ୍ତାନର କିଛି କଳାକାରଙ୍କ ସହ ଅନ୍ୟ ଲୋକଙ୍କୁ କ୍ରୋଧିତ କରିଥିଲା। ଏଥିପାଇଁ ସେ ଟାର୍ଗେଟ୍‌ରେ ଆସିଥିଲେ।

ପାକିସ୍ତାନୀ ଅଭିନେତ୍ରୀ ମନ୍‌ଶା ପାଶା ଟ୍ୱିଟ୍ କରି ଲେଖିଛନ୍ତି “ମୁଁ ଜଣେ ପ୍ରାଉଡ୍ ସିନ୍ଧି, ମୋ ଘରେ ସିନ୍ଧି କଥାବର୍ତ୍ତା ଚାଲେ। ମୁଁ ଏହି କଥାକୁ ବିରୋଧ କରୁଛି।” ସେହିପରି ପାକିସ୍ତାନରେ ରହୁଥିବା ଅନ୍ୟ ସିନ୍ଧି ଲୋକମାନେ ମଧ୍ୟ ତାଙ୍କ ବିବୃତ୍ତିରେ ଆପତ୍ତି ଉଠାଇବା ଆରମ୍ଭ କରିଥିଲେ।

Advertisment

ଲୋକଙ୍କ କ୍ରୋଧ ପରେ ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା କ୍ଷମା ମାଗି କହିଛନ୍ତି ଯେ “ମୋର ଭୁଲ ହେଇଯାଇଛି ଏବଂ ଏଥିପାଇଁ ମୁଁ ପାକିସ୍ତାନରେ ରହୁଥିବା ସମସ୍ତ ସିନ୍ଧି ଲୋକଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଯଦିବି ମୁଁ ଏକ ଭୁଲ କରିଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ଏଥିପାଇଁ ମୋତେ ଫାଶି ଦେଇଦେବେ।”

ପାକିସ୍ତାନରେ ପ୍ରାୟ ୪୦ କୋଟି ସିନ୍ଧି ଅଛନ୍ତି। ପାକିସ୍ତାନର ବୃହତ୍ତମ ସହର କରାଚି ହେଉଛି ସିନ୍ଧ ପ୍ରଦେଶର ରାଜଧାନୀ। ପାକିସ୍ତାନରେ ବସବାସ କରୁଥିବା ଅଧିକାଂଶ ସିନ୍ଧି ମୁସଲମାନ ଅଟନ୍ତି। ବିଭାଜନ ସମୟରେ ୧୩ ଲକ୍ଷ ସିନ୍ଧି ଭାରତ ଆସିଥିଲେ, ଏହି ଲୋକମାନେ ହିନ୍ଦୁ ଧର୍ମରେ ବିଶ୍ୱାସ କରନ୍ତି। ଆଜି ଭାରତରେ ପ୍ରାୟ ଏକ କୋଟି ସିନ୍ଧି ଅଛନ୍ତି।

Bollywood Naseeruddin Shah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ