Advertisment

Nagma: ୪୯ ବର୍ଷରେ ବାହାହେବେ ବଡିଉଡ୍‌ର ଏହି ନାୟିକା ! ୩ ଜଣ ବିବାହିତଙ୍କ ସହ ଥିଲା ଚକ୍କର

ଇଣ୍ଡଷ୍ଟ୍ରିରେ ଏମିତି କିଛି ବ୍ୟାଚଲର ଅଛନ୍ତି, ଯଦି ସେମାନେ ଠିକ୍ ସମୟରେ ବିବାହ କରିଥାନ୍ତେ, ତେବେ ଆଜି ଜେଜେବାପା କି ଜେଜେମା ହୋଇଥାନ୍ତେ। ସେମିତି ଜଣେ ହେଲେ ନଗମା। ୪୯ ବର୍ଷୀୟ ଏହି ସୁନ୍ଦରୀ ଯିଏ ପୂର୍ବରୁ ୩ ଜଣ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ିଥିଲେ, କିନ୍ତୁ ବିବାହ କରିପାରି ନ ଥିଲେ। ବର୍ତ୍ତମାନ ସେ ବିବାହ କରିବାକୁ ଯାଉଛନ୍ତି।

ଅଦ୍ୟତନ ହୋଇଛି
Nagma ready to marry top hero at age of 49

Nagma ready to marry top hero at age of 49

Advertisment

ସିନେ ଇଣ୍ଡଷ୍ଟ୍ରିରେ ପ୍ରେମ ରାତିରେ ହେଲେ ଦିନରେ ମଉଳି ଯାଏ। ତାରକାମାନଙ୍କ ମଧ୍ୟରେ ପ୍ରେମ, ବିବାହ ଏବଂ ଛାଡପତ୍ର ଏକ ସାଧାରଣ କଥା। କାହାର କାହା ସହିତ ଚକ୍କର ଚାଲିଛି, କିଏ କେବେ ବିବାହ କରୁଛି? ଏହିପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ରହିଥାଏ ଏବଂ ଲୋକମାନେ ଉତ୍ସାହର ସହିତ ଏଭଳି ଖବର ମଧ୍ୟ ପଢନ୍ତି।

Advertisment

ଇଣ୍ଡଷ୍ଟ୍ରିରେ ଏମିତି ମଧ୍ୟ କିଛି ବ୍ୟାଚଲର ଅଛନ୍ତି, ଯଦି ସେମାନେ ଠିକ୍ ସମୟରେ ବିବାହ କରିଥାନ୍ତେ, ତେବେ ଆଜି ଜେଜେବାପା କି ଜେଜେମା ହୋଇଥାନ୍ତେ। ବଲିଉଡ୍ ସହିତ ସାଉଥ୍‌ରେ ହଙ୍ଗାମା ସୃଷ୍ଟି କରିଥିବା ୪୯ ବର୍ଷୀୟ ସୁନ୍ଦରୀ ଯିଏ ପୂର୍ବରୁ ୩ ଜଣ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ିଥିଲେ, କିନ୍ତୁ ବିବାହ କରିପାରି ନ ଥିଲେ। ସୂଚନା ମିଳୁଛି ଯେ ବର୍ତ୍ତମାନ ସେ ବିବାହ କରିବାକୁ ଯାଉଛନ୍ତି।

ଅଧିକ ପଢ଼ନ୍ତୁ: Viral Photo: ୧୧ ବର୍ଷ ବଡ଼ ବାବା ଭେନୁଗୋପାଲଙ୍କୁ ବିବାହ କଲେ ଅଭିନେତ୍ରୀ ଦିବ୍ୟା ଶ୍ରୀଧର

Advertisment
Nagma ready to marry top hero at age of 49୪୯ ବର୍ଷରେ ବାହାହେବେ ନଗମା!

ଅଧିକ ପଢ଼ନ୍ତୁ: Abhishek Bachchan: ଛାଡପତ୍ର ଗୁଜବ ଭିତରେ ଚର୍ଚ୍ଚାରେ ଦ୍ୱିତୀୟ ବିବାହ… ବଚ୍ଚନ ପରିବାରର ବୋହୂ ହେବେ କି ନିମରତ କୌର୍‌

ଏହି ଷ୍ଟାର୍‌ ଅଭିନେତ୍ରୀ ୯୦ ଦଶକରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ। ବଲିଉଡ୍‌ରେ ସେ ସଲମାନ, ଶାହରୁଖ ଖାନଙ୍କ ଠାରୁ ସଞ୍ଜୟ ଦତ୍ତଙ୍କ ପର୍ଯ୍ୟନ୍ତ ଅନେକ ସୁପର୍‌ଷ୍ଟାର୍‌ଙ୍କ ସହ କାମ କରିଥିଲେ ଏବଂ ତାଙ୍କର ଦୃଢ ଅଭିନୟ ଦକ୍ଷତାକୁ ମଧ୍ୟ ପ୍ରମାଣ କରିଥିଲେ।

Advertisment

ସେ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମରେ ଏକ ହଟ ବିୟୁଟିରେ ପରିଣତ ହୋଇ ସାଉଥ୍‌ରେ ଲୋକପ୍ରିୟ ହୋଇଥିଲେ। ଏହି ଅଭିନେତ୍ରୀ ହେଲେ ନଗ୍‌ମା ଯିଏ 'ୟଲଗାର', 'ବାଗୀ', 'ସୁହାଗ' ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି।

Nagma ready to marry top hero at age of 49ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମରେ ଏକ ହଟ ବିୟୁଟିରେ ପରିଣତ ହୋଇ ସାଉଥ୍‌ରେ ଲୋକପ୍ରିୟ ହୋଇଥିଲେ

ନଗ୍‌ମା ଟଲିଉଡ, ବଲିଉଡ ଏବଂ କଲିଉଡ୍‌ରେ କାମ କରିଛନ୍ତି ଏବଂ ସବୁ ସ୍ଥାନରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ନଗମାଙ୍କ ପ୍ରକୃତ ନାଁ ହେଉଛି ନନ୍ଦିତା ଅରବିନ୍ଦ ମୋରାର୍‌ଜୀ। ତାଙ୍କ ମା’ ସୀମା ତାଙ୍କର ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ ଏବଂ ଚଳଚ୍ଚିତ୍ର ନିର୍ମାତା ଚନ୍ଦର ସାଧନାଙ୍କୁ ବିବାହ କରିଥିଲେ। ନଗମାଙ୍କର ଦୁଇ ଭଉଣୀ ଜ୍ୟୋତିକା ଏବଂ ରୋହିଣୀ ଅଛନ୍ତି, ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରୁଛନ୍ତି।

Nagma ready to marry top hero at age of 49'ୟଲଗାର'ରେ ସଞ୍ଜୟ ଦତ୍ତଙ୍କ ସହ ନଗମା

ନଗମା ତାଙ୍କ ବାପାଙ୍କ ଉତ୍ସାହରେ ଫିଲ୍ମରେ ପ୍ରବେଶ କରିଥିଲେ ଏବଂ ସଲମାନ ଖାନଙ୍କ ବିପକ୍ଷରେ ଫିଲ୍ମ 'ବାଗୀ'ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ସୁମନଙ୍କ ସହ ତେଲୁଗୁ ଚଳଚ୍ଚିତ୍ର 'ପେଡିଣ୍ଟି ଅଲୁଡୁ'ରେ କାମ କରିଥିଲେ, ଯାହାକି ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଏହା ପରେ ସେ ନାଗର୍ଜୁନଙ୍କ ସହ ଫିଲ୍ମ 'କିଲର'ରେ କାମ କରି ଲୋକପ୍ରିୟତା ହାସଲ କରିଥିଲେ।

Nagma ready to marry top hero at age of 49'ବାଗୀ'ରେ ସଲମାନଙ୍କ ସହ ନଗମା

ନଗମା ଚିରଞ୍ଜୀବୀଙ୍କ ସହ ଫିଲ୍ମ 'ଘରାନା ମୋଗଡୁ'ରେ ମଧ୍ୟ କାମ କରିଥିଲେ, ଯାହା ତାଙ୍କ କ୍ୟାରିୟରରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଥିଲା। ଏହା ପରେ ସେ ଅନେକ ହିଟ୍ ଫିଲ୍ମରେ କାମ କରି ଟଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀ ହୋଇଥିଲେ।

Nagma ready to marry top hero at age of 49ଶାହରୁଖଙ୍କ ସହ ନଗମା

ଯଦିଓ ନଗମାଙ୍କ ବୃତ୍ତିଗତ କ୍ୟାରିଅର୍ ସଫଳ ହୋଇଥିଲା, ତଥାପି ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳେ। ନଗମାଙ୍କ ନାଁ ଅନେକ କଳାକାର ଏବଂ ଜଣେ କ୍ରିକେଟରଙ୍କ ସହ ଜଡିତ ଥିଲା।

ଶୁଣିବାକୁ ମିଳେ ଯେ ନଗମାଙ୍କ ଚକ୍କର୍ କ୍ରିକେଟର୍‌ ସୌରଭ ଗାଙ୍ଗୁଲିଙ୍କ ସହ ଚାଲିଥିଲା ଏବଂ ଉଭୟ କିଛି ଦିନ ପାଇଁ ଲିଭ୍-ଇନ୍ ସମ୍ପର୍କରେ ମଧ୍ୟ ଥିଲେ। କିନ୍ତୁ ଗାଙ୍ଗୁଲିଙ୍କ ପତ୍ନୀ ଏ ବିଷୟରେ ଜାଣିବା ପରେ ଏହି ସମ୍ପର୍କ ଭାଙ୍ଗିଯାଇଥିଲା। ଏହା ପରେ ନଗମାଙ୍କ ନାଁ ତାମିଲ ଅଭିନେତା ଶରତ କୁମାରଙ୍କ ସହ ଜଡିତ ହେଲା।

ଅଧିକ ପଢ଼ନ୍ତୁ: Sunny Leone: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବୋଲ୍ଡ କ୍ୱିନ୍ ସନ୍ନି ଲିଓନ; ଦ୍ୱିତୀୟ ଥର ବାହାହେଲେ

କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ରହିଲା ନାହିଁ। ଏହା ପରେ ନଗମାଙ୍କ ନାଁ ଭୋଜପୁରୀ ଅଭିନେତା ରବି କିଶନଙ୍କ ସହ ମଧ୍ୟ ଜଡିତ ଥିଲା, କିନ୍ତୁ ସେମାନଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ହେତୁ ଏହି ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା।

Nagma ready to marry top hero at age of 49 ନଗମାଙ୍କ ନାଁ ଭୋଜପୁରୀ ଅଭିନେତା ରବି କିଶନଙ୍କ ସହ ମଧ୍ୟ ଜଡିତ ଥିଲା

ଏହା ପରେ ନଗମା ଚଳଚ୍ଚିତ୍ରରୁ ନିଜକୁ ଦୂରେଇ ରାଜନୀତିରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସେ କଂଗ୍ରେସ ଦଳର ମହାସଚିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନଗମା ଏବେ ବିବାହ କରିବାକୁ ଯାଉଛନ୍ତି।

କୁହାଯାଉଛି ଯେ ସେ ବଲିଉଡର ଜଣେ ଜଣାଶୁଣା ଅଭିନେତାଙ୍କୁ ସେ ଡେଟ୍‌ କରୁଛନ୍ତି ଏବଂ ଦୁହେଁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ।

Mumbai Bollywood Tollywood Kollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ