Advertisment

ଏକତାଙ୍କୁ ମିଳିଗଲା ନୂଆ ନାଗ, କିଏ ଏହି ହ୍ୟାଣ୍ଡସମ୍‌

ବନ୍ଦ ହେବ ତେଜସ୍ୱୀ ପ୍ରକାଶ ଅଭିନୀତ ସିରିଏଲ୍ ‘ନାଗିନ୍ ୬’। ‘ନାଗିନ୍ ୭’ ପାଇଁ ଷ୍ଟାର୍‌କାଷ୍ଟ୍ କରୁଛନ୍ତି ଏକତା କପୁର। ତାଙ୍କୁ ଏବେ ମିଳିଯାଇଛି ନୂଆ ନାଗ। ଆସନ୍ତୁ ଜାଣିବା କିଏ ଏହି ହ୍ୟାଣ୍ଡସମ୍‌।

ଅଦ୍ୟତନ ହୋଇଛି
Naagin-7 ekta kapoor selected gultesham as lead actor

Naagin-7 ekta kapoor selected gultesham as lead actor

Advertisment

ଟିଭି ଦୁନିଆର ଯାଦୁକର ହେଲେ ଏକତା କପୁର। ଦର୍ଶକଙ୍କୁ କ’ଣ ଦେଖାଇବାକୁ ହେବ ସେ ବହୁତ ଭଲ ଭାବରେ ଜାଣନ୍ତି। ଟିଭିର 'କ୍ୱିନ୍' ଭାବରେ ପ୍ରସିଦ୍ଧ ଏକତା ‘ଶାସ୍ ବହୁ’ ଠାରୁ ନାଗ-ନାଗିନ୍ ପର୍ଯ୍ୟନ୍ତ ହିଟ୍ ସିରିଏଲ୍ ତିଆରି କରିଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି।

Advertisment

ଏକତା କପୁରଙ୍କ ସୁପରନେଚୁରାଲ୍ ପାୱାର୍‌ରେ ଭରପୂର ଟିଭି ସିରିଏଲ୍ 'ନାଗିନ୍'କୁ ଏତେ ପସନ୍ଦ କରିଛନ୍ତି ଯେ ଷଷ୍ଠ ସିଜନ୍ ସହିତ ଏକତା ବର୍ତ୍ତମାନ ସପ୍ତମ ସିଜନ୍ ପାଇଁ କାଷ୍ଟିଂ କରୁଛନ୍ତି। ତେଜସ୍ୱୀ ପ୍ରକାଶ ବର୍ତ୍ତମାନ ‘ନାଗିନ୍’ ୬ରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। ସୂଚନା ମୁତାବକ ଏକତା କପୁର ଏବେ ସପ୍ତମ ସିଜିନ୍ ପାଇଁ ନାଗକୁ ଖୋଜି ପାଇଛନ୍ତି।

ଏକତା କପୁର ନାଗିନ୍ ୭ ପାଇଁ ନୂଆ ଚେହେରାର ସନ୍ଧାରେ ଅଛନ୍ତି। ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ଯେ ବର୍ତ୍ତମାନ ଟିଭିରେ କିଏ ଦେଖାଦେବେ। ଏବେ ପ୍ରଶଂସକଙ୍କ ପାଇଁ ଖବର ଆସିଛି ଯେ ଏକତା ସପ୍ତମ ସିଜିନ ପାଇଁ 'ନାଗ'ର ନାଁ ଚୂଡାନ୍ତ କରିଛନି। ପୂର୍ବରୁ ଶୁଣାଯାଉଥିଲା ଯେ ବିଗ୍ ବସ୍ ୧୬ ଫେମ୍ ସୁମ୍ପୁଲ୍ ତୌକୀର୍ ଖାନ୍ ଏବଂ ପ୍ରିୟଙ୍କା ଚାହର ଚୌଧୁରୀ ମଧ୍ୟରୁ କେହି ନାଗିନ୍ ହୋଇପାରନ୍ତି, କିନ୍ତୁ ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇ ନାହିଁ।

Advertisment

ନାଗିନ୍ ୭ ର ଘୋଷଣା ପରଠାରୁ ସୋସିଆଲ୍ ମିଡିଆରେ ଏହି ସିରିଏଲ୍‌କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସିରିଏଲ୍‌ ଦେଖୁଥିବା ଅନେକ ପ୍ରଶଂସକ ନାଗିନ୍ ୭ ସହିତ ଜଡିତ ଅନେକ ସୂଚନା ଦେଇଛନ୍ତି। ଏହା ସହ ବର୍ତ୍ତମାନ ଏକ ରିପୋର୍ଟ ଆସିଛି, ଯେଉଁଥିରେ କୁହାଯାଇଛି ଯେ ଏକତା କପୁର ଅଭିନେତା ଗୁଲ୍‌ତେଶମଙ୍କୁ 'ନାଗିନ୍ ୭' ପାଇଁ ବାଛିଛନ୍ତି। ତାଙ୍କୁ ଏହି ସିରିଏଲରେ ମୁଖ୍ୟ ନାଗ ଭାବରେ ଦେଖିବାକୁ ମିଳିବ। 'ୟେ ରିସ୍ତା କ୍ୟା କହଲତା ହେ' ଏବଂ 'ମ୍ୟାଡାମ୍ ସାର୍' ପରି ଟିଭି ସିରିଏଲରେ ଗୁଲତେଶମ୍ ଅଭିନୟ କରିଛନ୍ତି।

Advertisment

ଏକତା କପୁର ବର୍ତ୍ତମାନ ପର୍ଯ୍ୟନ୍ତ ନାଗିନ୍ ଭୂମିକାରେ ମୌନୀ ରୟ, ସୁରଭି ଚନ୍ଦନା, ନିୟା ଶର୍ମା, ଅଦା ଖାନ, ସୁରଭି ଜ୍ୟୋତି, ହିନା ଖାନ, ଅନୀତା ହାସ୍ସନନ୍ଦନୀଙ୍କ ସମେତ ଅନେକ ସୁନ୍ଦରୀଙ୍କୁ ପ୍ରଦର୍ଶନ କରିଛନ୍ତି। ଏବେ ସମସ୍ତେ ଜାଣିବାକୁ ଚାହାଁନ୍ତି ନାଗିନ୍ ୭ରେ କେଉଁ ଅଭିନେତ୍ରୀ ମୁଖ୍ୟ ଭୂମିକାରେ ନଜର ଆସିବେ।

ଗତ ବର୍ଷ ଚ୍ୟାନେଲରେ 'ନାଗିନ୍ ୬' ପ୍ରିମିୟର୍ ହୋଇଥିଲା ଏବଂ ଏହାକୁ ବନ୍ଦ କରିବାକୁ ପ୍ରସ୍ତୁତି ଚାଲିଥିଲା। ତା’ପରେ ଶୋ’ର ଟିଆର୍‌ପି ଭଲ ହେବା ଆରମ୍ଭ କଲା ଏବଂ ନିର୍ମାତା ଏହାକୁ ଆଉ ଦୁଇମାସ ବୃଦ୍ଧି କଲେ। ତେଜସ୍ୱୀ ପ୍ରକାଶ ଷ୍ଟାରର୍‌ ସିରିଏଲ ନାଗିନ୍-୬କୁ ଏପ୍ରିଲ୍‌ରେ ବନ୍ଦ କରିଦିଆଯିବ।

Bollywood Ekta Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ