Advertisment

ରିଲିଜ ହେଲା ପୁଷ୍କରା ଫିଲ୍ମର ମ୍ୟୁଜିକ

ଆସନ୍ତା ଗଣେଶ ପୂଜା ଅବସରରେ ରିଲିଜ ହେବ ଫିଲ୍ମ

ଅଦ୍ୟତନ ହୋଇଛି
Music launch

Music launch

Advertisment

ତରଙ୍ଗ ସିନେ ପ୍ରଡକସନର ନୂଆ ଚଳଚ୍ଚିତ୍ର ପୁଷ୍କରାର ମ୍ୟୁଜିକ ରିଲିଜ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଭଜନ ମଣ୍ଡପରେ ଫିଲ୍ମର ମ୍ୟୁଜିକ ରିଲିଜ କରାଯାଇଛି। ଲିଙ୍ଗରାଜ ମନ୍ଦିରର ସେବାୟତମାନେ ଏହି ଅଡିଓ ରିଲିଜ କରିଥିଲେ। ତା ପୂର୍ବରୁ ଫିଲ୍ମର ପ୍ରଯୋଜକ, ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଗଣେଶ ପୂଜାରେ ରିଲିଜ ହେବ ମୌଳିକ ଓଡ଼ିଆ କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ପୁଷ୍କରା । ...

Advertisment

ଏକଦମ ଓଡ଼ିଆ କାହାଣୀ, ନିଚ୍ଛକ ବିଷୟବସ୍ତୁ ଉପରେ ଆଧାରିତ ଏହି ସିନେମାର ଟ୍ରେଲରକୁ ଦର୍ଶକ ପୂର୍ବରୁ ପସନ୍ଦ କରିଛନ୍ତି ।  ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ସବ୍ୟସାଚୀ ଓ ସୁପ୍ରିୟା  । ତା‘ସହ ଭର୍ସଟାଇଲ୍ ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ, ଦିବଙ୍ଗତ ପିଣ୍ଟୁ ନନ୍ଦ, ରବି ମିଶ୍ର ଏହି ସିନେମାରେ ଅଭିନୟ କରୁଛନ୍ତି । ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ରୁ ଏହି ଫିଲ୍ମର ପରିକଳ୍ପନା ହୋଇଛି ।

ଶୁଭ୍ରାଂଶୁ ଦାସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଳାପ ଖୋଦ୍ ଶଙ୍କର ତ୍ରିପାଠୀ ଲେଖିଛନ୍ତି । ବହୁ ଦିନ ପରେ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଲବ ସୃଷ୍ଟିକାରୀ କାହାଣୀକୁ ପରଦାକୁ ଆଣିବାକୁ ଯାଉଛି ତରଙ୍ଗ ସିନେ ପ୍ରଡକସନ୍ । 

Advertisment
Lingaraj Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ