Swarup Nayak Funeral
ପଞ୍ଚଭୂତରେ ଲୀନ ହେଲେ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ। ଆଜି ସକାଳୁ ତାଙ୍କ ପାର୍ଥିବ ଶରୀରକୁ କଟକସ୍ଥିତ ସତୀଚଉରାକୁ ନିଆଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱରୂପ ନାୟକଙ୍କ ବଡ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଥିଲେ।
ଦୀର୍ଘଦିନ ଧରି ଫୁସଫୁସ୍ କ୍ୟାନସରରେ ପୀଡ଼ିତ ଥିଲେ ଓଡ଼ିଆ ସଂଗୀତ ଜଗତର ଅନ୍ୟତମ ବେତାଜ ବାଦଶାହା ସ୍ୱରୂପ ନାୟକ। ୪୦ରୁ ଅଧିକ ସିନେମା ପାଇଁ ସଂଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା, ଫିଲ୍ମରେ ଅଭିନୟ କରି ଓଲିଉଡକୁ ସମୃଦ୍ଧ କରିଥିଲେ ସ୍ୱରୂପ ନାୟକ। ଗତକାଲି ୭୬ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ବହୁ ବିଶିଷ୍ଟ କଳାକାରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ ।
ନୀରବି ଗଲା ମତୁଆଲା କରୁଥିବା ସ୍ୱର..ଯେଉଁ କଣ୍ଠ ତାଙ୍କୁ ପ୍ରସିଦ୍ଧି ଦେଇଥିଲା, କର୍କଟ ରୋଗରେ ଫୁସଫୁସ୍ ଆକ୍ରାନ୍ତ ହେବା ପରେ ସବୁ କିଛି ନିଷ୍କ୍ରିୟ ହୋଇଗଲା। ଗୋଟିଏ ଯୁଗର ହୋଇଗଲା ଅବସାନ। ତାଙ୍କୁ ବାବୁ ଦା’ ବୋଲି ଡାକିଲେ ନା ସେ ଆଉ ଓ କରିବେ ନା ଆଉ ସେ ଅଭିନୟ କରି ଶୁଣାଇବେ ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା। କାରଣ ୭୬ ବର୍ଷ ବୟସରେ ସାରା ଦୁନିଆକୁ, ସାରା ସଂଗୀତ ଜଗତକୁ, ସାରା ଓଲିଉଡକୁ ଅଲବିଦା କରିଛନ୍ତି ୮୦ ଦଶକର ଘରେ ଘରେ ପରିଚିତ ସଂଗୀତଜ୍ଞ ତଥା ଅଭିନେତା ସ୍ୱରୂପ ନାୟକ। ଦୀର୍ଘଦିନ ଧରି ଥ୍ରୋଟ୍ କ୍ୟାନସରରେ ପୀଡ଼ିତ ଥାଇ ଚିକିତ୍ସାଧିନ ଥିଲେ ସ୍ୱରୂପ ଦା’। କିନ୍ତୁ ସେ ଆଉ ସୁସ୍ଥ ହେଲେ ନାହିଁ। ଶେଷରେ ମୃତ୍ୟୁ ସହ ସଂଗ୍ରାମ କରୁ କରୁ ଆଜି କଟକ ସିଡ଼ିଏ ସ୍ଥିତ ବାସଭବନରେ ଆଖିବୁଜି ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698492359.jpg)