Advertisment

ହିନ୍ଦୁସ୍ତାନରେ ଯଦି କେହି ବେଶି ସୁରକ୍ଷିତ ଥାଆନ୍ତି ସେମାନେ ହେଲେ ମୁସଲମାନ: ମୁକେଶ ଖାନ୍ନା

ନିକଟରେ ଏକ ବିବୃତ୍ତିରେ ନାସିରୁଦ୍ଦିନ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି ମୁକେଶ ଖାନ୍ନା। ଆଜିକାଲି ମୁସଲମାନମାନଙ୍କୁ ଘୃଣା କରିବା ଏକ ଫ୍ୟାଶନ ହୋଇଯାଇଛି ବୋଲି ନାସିରୁଦ୍ଦିନଙ୍କ ମତକୁ ନେଇ ସେ ବର୍ଷିଛନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।

ଅଦ୍ୟତନ ହୋଇଛି
Mukesh Khanna slams naseeruddin shah for his controversial statement

Mukesh Khanna slams naseeruddin shah for his controversial statement

Advertisment

ବଲିଉଡ ଅଭିନେତା ହୁଅନ୍ତୁ କି ଟିଭି ଅଭିନେତା, ସେମାନେ ପ୍ରାୟତଃ ନିଜ କଥାକୁ ଖୋଲାଖୋଲି କହିଥାନ୍ତି। ଏମିତି ବି ଅନେକ କଳାକାର ଅଛନ୍ତି, ଯେଉଁମାନେ କୌଣସି ଜାତୀୟ ପ୍ରସଙ୍ଗ ଉପରେ କହିବାକୁ ଭୁଲନ୍ତି ନାହିଁ। 'ଶକ୍ତିମାନ' ଭାବେ ଜଣାଶୁଣା ଭେଟେରାନ୍ କଳାକାର ମୁକେଶ ଖାନ୍ନା, ଯିଏ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ରଖନ୍ତି, ନିକଟରେ ଏକ ବିବୃତ୍ତିରେ ନାସିରୁଦ୍ଦିନ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି।

Advertisment

ସେ ଅଭିନେତାଙ୍କ ଏକ ବିବୃତ୍ତିକୁ ପସନ୍ଦ କରି ନାହାନ୍ତି। ନାସିରୁଦ୍ଦିନ ଯେ “ଆଜିକାଲି ମୁସଲମାନମାନଙ୍କୁ ଘୃଣା କରିବା ଏକ ଫ୍ୟାଶନ ହୋଇଯାଇଛି।” ଏହି ବିବୃତ୍ତିରେ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ଉପରେ ବର୍ଷିଛନ୍ତି।

ନାସିରୁଦ୍ଦିନ ଶାହାଙ୍କ ବିବୃତ୍ତିକୁ ନିନ୍ଦା କରି ମୁକେଶ ଖାନ୍ନା ଅଭିନେତାଙ୍କୁ କଟ୍ଟର ଏବଂ ତାଙ୍କ କଥାକୁ ଘୃଣ୍ୟ ବୋଲି କହିଛନ୍ତି। କିଛି ଦିନ ପୂର୍ବେ ନାସିରୁଦ୍ଦିନ ଶାହା ଭାରତରେ ମୁସଲମାନମାନଙ୍କ ଅବସ୍ଥା ସମ୍ପର୍କରେ ନିଜର ମତ ଦେଇଥିଲେ। ନିଜ ମତ ରଖିବା ବେଳେ ସେ କାହାର ନାଁ ନେଇ ନ ଥିଲେ, କିନ୍ତୁ ତାଙ୍କର ମତରୁ ଏହା ସ୍ପଷ୍ଟ ହୁଏ ଯେ ସେ 'ଦ କେରଳ ଷ୍ଟୋରୀ' ଏବଂ 'ଦ କାଶ୍ମୀର ଫାଇଲ୍ସ' ଉପରେ ମତ ଦେଇଛନ୍ତି।

Advertisment

ଏକ ୟୁଟ୍ୟୁବ ଚ୍ୟାନେଲ୍‌ରେ ମୁକେଶ ଖାନ୍ନା ନାସିରୁଦ୍ଦିନ ଶାହାଙ୍କ ବିବୃତ୍ତି ଉପରେ ମନ୍ତବ୍ୟ ଦେଇଛନ୍ତି। ଏହା ସହିତ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଛୋଟ ଅପଡେଟ୍ ମଧ୍ୟ ଶେୟାର କରିଛନ୍ତି।

ମୁକେଶ ଖାନ୍ନା ଏହି ପୋଷ୍ଟ୍‌ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି- “ନାସିରୁଦ୍ଦିନ ଶାହାଙ୍କୁ ଦେଖିବା ପରେ ମୁଁ ଜାଣିଲି ଯେ ଜଣେ ମହାନ ଅଭିନେତା ଏପରି ଶସ୍ତା ଏବଂ ପିଲାଳିଆ କଥା କହିପରନ୍ତି। କୁହାଯାଏ ଯେ ଭାରତରେ ମୁସଲମାନମାନେ ସୁରକ୍ଷିତ ନୁହଁନ୍ତି। ସାକ୍ଷୀ, ଶ୍ରଦ୍ଧା, ଅଙ୍କିତା ଘଟଣା, କାନପୁର ହନୁମାନ ମନ୍ଦିରରେ ଭଙ୍ଗାରୁଜା ସହ ଜଣେ ଟେଲରଙ୍କ ମୁଣ୍ଡ କାଟିବା ଭଳି ଜଘନ୍ୟ ଘଟଣା ପରେ ମଧ୍ୟ ଆମ ଦେଶରେ ମୁସଲମାନମାନେ ସୁରକ୍ଷିତ ନୁହଁନ୍ତି ବୋଲି କହିବାର ସାହସ ଅଛି!”

Advertisment

ଏହା ସହ ସେ ଆହୁରି କହିଛନ୍ତି, “ଆରେ… ଯଦି କେହି ସୁରକ୍ଷିତ ନୁହଁନ୍ତି ତେବେ ଏହା କେବଳ ୧୦୦ କୋଟି ହିନ୍ଦୁ। ଆପଣ କଠୋର ହୋଇଛନ୍ତି, ଯାହା ଜଣେ ଅଭିନେତାଙ୍କୁ ଶୋଭା ଦିନ ନାହିଁ। ଯଦି ଏମିତି ତେବେ ଆପଣ ଲଭ୍ ଜିହାଦ୍ ଦଳକୁ ପ୍ରୋତ୍ସାହିତ କରୁଥିବା ଗ୍ୟାଙ୍ଗ୍‌ରେ ଯୋଗ ଦିଅନ୍ତୁ। ବିଚାର ଆପଣଙ୍କୁ କରିବାକୁ ପଡିବ, ଅନ୍ୟଥା ଲୋକମାନେ ଆପଣଙ୍କ ଚଳଚ୍ଚିତ୍ର ଦେଖିବା ବନ୍ଦ କରିଦେବେ। ଭଗବାନ ଆପଣଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ !!!”

ୟୁଟ୍ୟୁବ୍‌ରେ ଅପଲୋଡ୍ ହୋଇଥିବା ଭିଡିଓରେ ମୁକେଶ ଖାନ୍ନା ନାସିରୁଦ୍ଦିନ ଶାହାଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ “ହିନ୍ଦୁସ୍ତାନରେ ଯଦି କେହି ବେଶି ସୁରକ୍ଷିତ ଥାଆନ୍ତି ସେ ସେମାନେ ହେଲେ ମୁସଲମାନ। ଯଦି ସେମାନଙ୍କୁ ଭୟ ଅଛି, ତେବେ ଦେଶ ବାହାରୁ। ଲଭ୍ ଜିହାଦ୍ ନାମରେ, ଭିତରେ ରହି ଭୟ ସୃଷ୍ଟି କରୁଛନ୍ତି। ଯଦି ଆପଣ ସଚ୍ଚୋଟତାର ସହ ଦେଖନ୍ତି ତେବେ ଜାଣିପାରିବେ। ପୂର୍ବ ଦଳ ଏହି ଦେଶରେ ମୁସଲମାନମାନଙ୍କୁ ଯେଉଁଭଳି ଭାବରେ ସୁରକ୍ଷା ଦେଇଛି, ଏହା ଦଳର ନା’ରେ ହେଉପଛେ ଏହା ଅବର୍ଣ୍ଣନୀୟ। ଏନେଇ ନିଜର ମତ ଉପରେ ସଞ୍ଜମତା ରଖନ୍ତୁ।”

ସେ ଆହୁରି କହିଛନ୍ତି ଯେ “ଏପରି ମତ ଦିଅନ୍ତୁ ନାହିଁ। ଆପଣ ଜଣେ ଅଭିନେତା। ବୁଦ୍ଧିମାନ ଏବଂ ଜଣେ ସ୍ଥାୟୀ ଅଭିନେତା। ମୁଁ ଆପଣଙ୍କୁ ଭେଟିଛି, ଦୁଇ ବର୍ଷ ଧରି ଆପଣ ସହିତ ରହିଛି। କିନ୍ତୁ ଆପଣ ଏମିତି ମତ ଦିଅନ୍ତୁ ନାହିଁ ନାସିରୁଦ୍ଦିନ ଶାହା ଜୀ ଯେ ମୁସଲମାନମାନେ ଭାରତରେ ସୁରକ୍ଷିତ ନୁହଁନ୍ତି।”

Bollywood Mukesh Khanna Naseeruddin Shah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ